Voice of Eastern India

Horoscope Today : ଜୁଲାଇ ୮ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଦ୍ୱାଦଶ ଚନ୍ଦ୍ର ପ୍ରଭାବରୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ମାନସିକ ଅସ୍ଥିରତା ଓ କାର୍ଯ୍ୟରେ ବିଳମ୍ବ ଦେଖାଦେଇପାରେ। ଚାକିରିରେ ଚାପ ବଢ଼ିବାର ସମ୍ଭାବନା ରହିଛି। ଯାତ୍ରାରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିଲେ ମଧ୍ୟ ଧୈର୍ଯ୍ୟ ରକ୍ଷା କରନ୍ତୁ।

ବୃଷ– ଆୟରେ ଉନ୍ନତିର ସୁଯୋଗ ମିଳିବ। ପୁରୁଣା ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ସମ୍ଭାବନା ସୃଷ୍ଟି ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ମିଥୁନ– କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ଲାଭଦାୟକ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ସଫଳ ହେବ।

କର୍କଟ– ଘାତବାର ଥିବାରୁ ପ୍ରତ୍ୟେକ କାମରେ ସତର୍କତା ଅବଲମ୍ବନ କରନ୍ତୁ। କାର୍ଯ୍ୟରେ ବାଧା କିମ୍ବା ବିଳମ୍ବ ହୋଇପାରେ। କାହା ସହ ବିବାଦରେ ଜଡ଼ିତ ହୁଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସନ୍ଧ୍ୟା ପରେ ପରିସ୍ଥିତି କିଛିଟା ଅନୁକୂଳ ହେବ।

ସିଂହ– ଦିନଟି ମିଶ୍ରିତ ଫଳ ଦେବ। କାମରେ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଅର୍ଥ ସମ୍ବନ୍ଧୀୟ ବିଷୟରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ।

କନ୍ୟା– ଶୁଭ ସମ୍ବାଦ ପାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ତୁଳା– ଘରୋଇ କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଛୋଟ ଛୋଟ ସଫଳତା ମନକୁ ଖୁସି କରିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା– ଦିନଟି ମଧ୍ୟମ ଫଳଦାୟକ ରହିବ। କାର୍ଯ୍ୟରେ କିଛି ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟରେ ସମାଧାନ ହେବ। ଅର୍ଥ ନେଣଦେଣରେ ସାବଧାନ ରୁହନ୍ତୁ। ପରିବାରର ସମର୍ଥନ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଧନୁ– ଘାତ ଚନ୍ଦ୍ର ଥିବାରୁ ଦିନଟିରେ ବିଶେଷ ସତର୍କତା ଆବଶ୍ୟକ। ଯାତ୍ରା, ଯାନବାହନ ଚଳାଚଳ ଓ ଝୁଲନ୍ତା କାମରେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ବିଳମ୍ବ କିମ୍ବା ମାନସିକ ଚାପ ବଢ଼ିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭଗବାନଙ୍କ ସ୍ମରଣରେ ମନ ଶାନ୍ତ ରହିବ।

ମକର– ସହଭାଗିତା କାର୍ଯ୍ୟରେ ଲାଭ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ଅଟକିଥିବା କାର୍ଯ୍ୟରେ ଗତି ଆସିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ– ଦିନଟି ମିଶ୍ରିତ ରହିବ। କାର୍ଯ୍ୟରେ ପରିଶ୍ରମର ଫଳ ବିଳମ୍ବରେ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଧୈର୍ଯ୍ୟ ରଖିଲେ ଦିନ ଶେଷରେ ପରିସ୍ଥିତି ସୁଧୁରିବ।

ମୀନ– ଭାଗ୍ୟର ସହଯୋଗ ମିଳିବ। ନୂଆ ସୁଯୋଗ ଆସିପାରେ। ଚାକିରି ଓ ବ୍ୟବସାୟରେ ଶୁଭ ଫଳ ମିଳିବ। ପରିବାର ସହ ସମୟ ଭଲ କଟିବ। ଆତ୍ମବିଶ୍ୱାସ ବଢ଼ିବ ଏବଂ ମନ ପ୍ରସନ୍ନ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.