Voice of Eastern India

ମୌସୁମୀ ଅଧିବେଶନ ପାଇଁ ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ, ଓଡ଼ିଶାର ସ୍ଵାର୍ଥ ଉପରେ ଗୁରୁତ୍ଵ


ଭୁବନେଶ୍ଵର: ଆଗକୁ ରହିଛି ମୌସୁମୀ ଅଧିବେଶନ। ସଂସଦରେ ବେଶ ସରଗରମ ରହିବ ମୌସୁମୀ ସେସନ। ଏହାକୁ ନେଇ ନବୀନ ନିବାସରେ ସୋମବାର ଅନୁଷ୍ଠିତ ହୋଇଛି ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଆଗାମୀ ସଂସଦର ମୌସୁମୀ ଅଧିବେଶନକୁ ନେଇ ଏହି ବୈଠକରେ  ରଣନୀତି ପ୍ରସ୍ତୁତ ହୋଇଛି। ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ, ସଂସଦୀୟ ଦଳ ଉପନେତା ସୁଲତା ଦେଓ ବୈଠକରେ ସାମିଲ । ସାଂସଦ ସସ୍ମିତ ପାତ୍ର, ପୁରୀ ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ସଂସଦ ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଛି। ଓଡିଶାର ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗକୁ ସଂସଦରେ କିଭଳି ଜୋରଦାର ଭାବେ ଉଠାଯିବ ସେ ନେଇ ଆଲୋଚନା ହୋଇଛି। ରାଜ୍ୟର ବର୍ତ୍ତମାନ ସ୍ଥିତି, ମହଙ୍ଗା ମାଡ, ବେରୋଜଗାରୀ, କୃଷକଙ୍କ ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କଠୁ ରାଜ୍ୟକୁ ମିଳୁଥିବା ଅନୁଦାନ ପ୍ରସଙ୍ଗରେ ଦଳ କ’ଣ ଆଭିମୁଖ୍ୟ ରଖିବ ତାହା ଉପରେ ଚୂଡାନ୍ତ ନିଷ୍ପତ୍ତି ବିଷୟରେ ଆଲୋଚନା କରାଇଛି।

Also Read: ‘୨୫ ବର୍ଷ’ ଶାସନ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲ, କଂଗ୍ରେସ କହିଲା ୨ ବର୍ଷରେ ଏମାନେ ଆଣ୍ଠେଇଲେଣି, ବିଜେପି ଦେଲା ମୁହଁତୋଡ ଜବାବ

ସାଂସଦମାନଙ୍କୁ ଦାୟିତ୍ୱ ବଣ୍ଟନକେଉଁ ସାଂସଦ କେଉଁ ପ୍ରସଙ୍ଗରେ ସଂସଦରେ ଦାବି ଉପସ୍ଥାପନ କରିବେ। କିଭଳି ଓଡିଶାର ସ୍ୱରକୁ ଜାତୀୟ ସ୍ତରେ ପହଁଚାଇବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଦଳୀୟ ସଂଗଠନ ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ଦଳକୁ ତୃଣମୂଳ ସ୍ତରରେ କିଭଳି ଆହୁରି ମଜବୁତ କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି।

ବୈଠକରେ ବିଜେଡି ସୁପ୍ରିମୋ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦମାନଙ୍କୁ ଓଡିଶାର ହକ ଏବଂ ସ୍ୱାଭିମାନ ପାଇଁ ସଂସଦରେ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ। ବିଶେଷ କରି MPA ଟଙ୍କା ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ଭାଷା ସମ୍ମାନ ଏବଂ କେନ୍ଦ୍ରୀୟ ଅନୁଷ୍ଠାନ ପ୍ରତିଷ୍ଠା ଭଳି ପ୍ରସଙ୍ଗକୁ ଦଳ ସଂସଦରେ ପ୍ରାଥମିକତା ଦେବ ବୋଲି ଆଶା କରାଯାଉଛି।

Source link



Source link

Leave A Reply

Your email address will not be published.