Voice of Eastern India

Bhadrak family tragedy : ଏମିତି ଦୁଃଖ ପ୍ରଭୁ କାହାକୁ ନ ଦିଅନ୍ତୁ, ୨ ମାସରେ ଡକାଡକି ହୋଇ ଆରପାରିକୁ ଚାଲିଗଲେ ଜେଜେ ଓ ଦୁଇ ଭାଇ..


ଭଦ୍ରକ : ସମୟ ବଡ଼ ନିଷ୍ଠୁର। କାରଣ ସମୟ ଚକ୍ରରେ କିଏ କେତେବେଳେ ପେସି ହେଇଯାଏ ସେ କଥା କେହି ଜାଣନ୍ତିନି। ତା ଛଡ଼ା ଦୁଃଖ ତ ଯେତେବେଳେ ଆସେ ବନ୍ଧୁ ସହୋଦର ଧରି ଆସେ। ସତରେ କଣ ଏକଥା ସତ… ହଁ ସତ। ସମୟର ସେହି ଲୁଚକାଳି ଖେଳରେ ପୂରା ପରିବାର ଏବେ ଦୁଃଖର ବାଦଲରେ ଭାସି ଯାଇଛି କହିଲେ ଭୁଲ୍ ହେବନି। ଏ ଦୃଶ୍ୟ ସେହିଭଳି, ଦେଖିଲେ ଛାତି ଫାଟିଯିବ। ମନରେ ମନରେ ନିଶ୍ଚୟ ପ୍ରଶ୍ନ ଉଠିବ, ସତରେ କଣ କାହା ଭାଗ୍ୟରେ ଏମିତି ଦୁଃଖଥାଏ। ସେ ମାଆ, ବାପା, ପତ୍ନୀ ଓ ପିଲାମାନଙ୍କର କଣ ଥିଲା ଦୋଷ। ଦଇବର ଏ ନିଷ୍ଠୁର ଖେଳକୁ ସତରେ ବୁଝିବା ବଡ଼ କଷ୍ଟକର। ଦୁଃଖର ପାହାଡ଼ ତଳେ ଚାପି ହୋଇଯାଇଛି ଗୋଟିଏ ପରିବାର। ଜେଜେଙ୍କ ମୃତ୍ୟୁର ୨୨ ଦିନ ପରେ ସାନ ନାତିଙ୍କ ଅକାଳ ବିୟୋଗ, ଆଉ ଠିକ୍ ୨୧ଦିନ ପରେ ବଡ଼ ନାତିଙ୍କ ମୃତ୍ୟୁ। ଦୁଇ ମାସ ମଧ୍ୟରେ ପରିବାରର ତିନି ଜଣଙ୍କୁ ହରାଇ ପରିବାର ହତବାକ୍। ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ବୃଦ୍ଧ ମାଆତ ପଗଳ ପ୍ରାୟ। ଆଉ ମୃତକଙ୍କ ପତ୍ନୀ ଓ ପିଲା ତ ଯେମିତି ବେସାହାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଭାଟପଡ଼ା ପଞ୍ଚାୟତ ନାଉଗୋରଡ଼ା ଗାଁର ଏହି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ ଚକିତ କରି ଦେଇଛି।

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। କାହାରି ଆଖିରୁ ଶୁଖୁନି ଲୁହ। ସଂସାରକୁ ମଜୁଭୁତ୍ କରି ଗଢ଼ିଥିବା ଜେଜେ ନକୁଳ ସେଠୀଙ୍କ ମୃତ୍ୟୁର ଦୁଃଖରୁ ଭଲରେ ବାହାରି ନଥିବା ପରିବାର ଉପରେ ଚଡ଼କ। ଜେଜେଙ୍କ ମୃତ୍ୟୁର ୨୨ ଦିନରେ ସାନ ନାତି ନବ ସେଠୀ ଦୁର୍ଘଟଣାରେ ଆରପାରିକୁ ଚାଲିଗଲା। ତାଙ୍କର ୫ ବର୍ଷ ପୁଅ ଏବଂ ଦେଢ଼ ବର୍ଷର ଝିଅଟିଏ । ଏହି ଦୁଃଖରୁ ବାହାରିବାକୁ ପରିବାର ଚେଷ୍ଟା କରୁଥିବାବେଳେ ଠିକ୍ ୨୧ ଦିନ ପରେ ଘରର ରୋଜଗାରିଆ ପୁଅ ମଳୟ ସେଠୀ ମାନସିକ ଚାପରେ ପ୍ରାଣ ହରାଇଲେ। ମଳୟ ୨୩ ବର୍ଷ ଧରି ସିଆରପିଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଜେଜେ ଏବଂ ସାନ ଭାଇର ମୃତ୍ୟୁ ପରେ ସେ ଭାଙ୍ଗି ପଡିଥିଲେ। ସାନ ଭାଇର ମୃତ୍ୟୁ କଥା ଚିନ୍ତା କରି କରି ନିଜେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ। ମେଡିକାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କଲେ। ପରେ ମଳୟଙ୍କୁ ଚାନ୍ଦବାଲି ସ୍ଵର୍ଗଦ୍ଵାରରେ ଆରପିଏଫ୍ ଯବାନଙ୍କ ଦ୍ଵାରା ଗାର୍ଡ ଅଫ୍ ଅନର ସହ ଶେଷ ବିଦାୟ ଦିଆଯାଇଥିଲା। ମଳୟଙ୍କର ପୁଅଙ୍କୁ ୧୩ ବର୍ଷ ଏବଂ ଝିଅଙ୍କୁ ୮ ବର୍ଷ। ପରିବାରରେ ଏବେ ଖାଲି ଦୁଃଖ ହିଁ ଦୁଃଖ। ଆଉ ୭ ପ୍ରାଣୀ କୁଟୁମ୍ବ ବୋଝ ୬୫ ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡରେ ।

Also Read- Bhubaneswar CBI Office Drama: ମହିଳାଙ୍କ ହାଇଡ୍ରାମା ; ସିବିଆଇ ଅଫିସରେ ଧସେଇ ପଶିଲେ, ତାପରେ ଯାହା କଲେ…

ଦୁଇ ମାସ ମଧ୍ୟରେ ଘରର ତିନି ତିନିଟା ମୁଣ୍ଡ ଚାଲିଗଲା। ଦୁଇ ଦୁଇଟି ଭେଣ୍ଡିଆ ପୁଅକୁ ହରାଇ ମା ବାଡ଼େଇ କଚାଡ଼ି କାନ୍ଦୁଛି। ବାପା ବିଚରା ମୂକ ପାଲଟି ଯାଇଛନ୍ତି। ଆଗରୁ ଦୁଇ ପୁଅ ଘର ସମ୍ଭାଳୁ ଥିଲେ। ସାନ ପୁଅ ଗାଡିର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ବଡ଼ ପୁଅ ଚାକିରି କରିଥିଲେ। ଏବେ ହୃଦରୋଗରେ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ ବାପାଙ୍କ ଉପରେ ପରିବାରର ବୋଝ। କେମିତି ୨ବୋହୂ, ୪ ନାତି ନାତୁଣୀ ଏବଂ ପତ୍ନୀଙ୍କୁ ମିଶାଇ ୭ ପ୍ରାଣୀଙ୍କୁ ଚଳାଇବେ ଏବେ ସେନେଇ ଚିନ୍ତାରେ। ଏହି ଘଟଣାରେ କେବଳ ପରିବାରରେ ନୁହେଁ ପୂରା ଗାଁରେ ମଧ୍ୟ ବିଷାଦର ଛାୟା । ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା। ଏମିତି ଦୁଃଖ ଠାକୁର କାହାକୁ ନ ଦିଅନ୍ତୁ । ଏହି ପରିସ୍ଥିତିରେ ଏହି ପରିବାରକୁ ସରକାରୀ ସ୍ତରରେ ସାହାଯ୍ୟ ସୁବିଧା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

କୁହନ୍ତି ଭାଗ୍ୟରେ ଯାହା ଥାଏ ସେଇଆ ହୁଏ। ତାକୁ କେହି ବି ଅଟକାଇ ପାରନ୍ତିନି କି ବଦଳାଇ ପାରନ୍ତିନି। ଏବେ କେବଳ ଏ ପରିବାରକୁ ଭଗବାନ ଶକ୍ତି ଓ ସାହାସ ଦିଅନ୍ତୁ ଏତିକି କାମନା କରୁଛି ଆମେ।

Watch Video- 

Source link



Source link

Leave A Reply

Your email address will not be published.