Voice of Eastern India

Durga Puja preparations : ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ ସବୁଠି ସଜବାଜ, କେଉଁଠି କେମିତି ପ୍ରସ୍ତୁତି ?


ଭୁବନେଶ୍ୱର : କାଶତଣ୍ଡୀ ହସିଲାଣି । ପାର୍ବଣ ପାର୍ବଣ ବାସିଲାଣି । ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ ସବୁଠି ସଜବାଜ । ସବୁଠି ଜୋରଦାର ପ୍ରସ୍ତୁତି ।ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିଲା ମାଟି ଅନୁକୂଳ ପର୍ବ । ପରେ ଏବେ ବିଭିନ୍ନ ମଣ୍ଡପରେ ଜୋରସୋରରେ ଚାଲିଛି ମାଆଙ୍କ ମୂର୍ତ୍ତି ତିଆରି କାମ। ଦୋ ମାଟିଆ କାମ ଶେଷ ହେବା ଉପରେ । ଏହା ପରେ ମାଆଙ୍କୁ ଖଡ଼ି ଲାଗି କରାଯିବ। ତାପରେ ଆରମ୍ଭ ହେବ ରଙ୍ଗ କାମ । କାରିଗରଙ୍କର ଶେଷ ସ୍ପର୍ଶ ପରେ ହିଁ ଦର୍ଶନ ଦେବେ ମାଆ । ଆଉ ମାଆଙ୍କର ସେହି ଦିବ୍ୟ ରୂପ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଭକ୍ତ ।

ଦିନ ବଢ଼ୁଛି, ପୂଜା ପାଖଉଛି । ମାଆଙ୍କ ମୂର୍ତ୍ତି ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପ ନେଉଛି । ତେଣୁ ଏବେ କାରିଗରଙ୍କ ଉପରେ ବଢ଼ିଛି କାମର ଚାପ । ସକାଳଠାରୁ ରାତି ମୂର୍ତ୍ତି ତିଆରି କାମରେ ଲାଗି ରହୁଛନ୍ତି ଶିଳ୍ପୀ । କେବଳ ମୂର୍ତ୍ତି ତିଆରି ନୁହେଁ, ମାଆଙ୍କ ମୂର୍ତ୍ତିକୁ ଭିନ୍ନ ଓ ଆକର୍ଷଣୀୟ କରିବା ପାଇଁ ଚାଲିଛି ସୂକ୍ଷ୍ମ କାରୁକାର୍ଯ୍ୟ । ମୂର୍ତ୍ତି ନିର୍ମାଣ ସହିତ ପୂଜା ମଣ୍ଡପରେ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି। ମେଢ, ତୋରଣ, ଆଲୋକ, ସାଜସଜ୍ଜା ସବୁ ପ୍ରସ୍ତୁତି ସହ ବଢ଼ିଛି ବ୍ୟସ୍ତତା । ମାଆଙ୍କ ଆଗମନ ପୂର୍ବରୁ ତାଙ୍କ ସ୍ୱାଗତର ପର୍ବକୁ ପୂଜାକୁ କିପରି ଆକର୍ଷଣୀୟ କରାଯିବ, ସେ ନେଇ ପ୍ରତ୍ୟେକ ପୂଜା କମିଟି ଲାଗି ପଡ଼ିଛନ୍ତି।

ମା’ ଆସିବେ । ସେଥିପାଇଁ ଗାଁଠୁ ସହର ଏବେ ଚଳଚଞ୍ଚଳ । ବଜାରରେ ଜମିଲାଣି ଭିଡ଼ । ମାଆଙ୍କ ଆସିବା ଖୁସିରେ ପୁଲକିତ ସମସ୍ତେ । ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ସମସ୍ତେ ସପିଂରେ ବ୍ୟସ୍ତ । ଏ ଦୃଶ୍ୟକୁ ଦେଖିଲେ ଆପଣ ସେ ଖୁସି ଓ ଉଲ୍ଲାସକୁ ଅନୁମାନ କରି ପାରୁଥିବେ। ନୂଆ ପୋଷାକଠୁ ନେଇ ଜୁଏଲରି। ମ୍ୟାଚିଂର ସବୁ କିଛି କିଣିବାରେ ଭିଡ଼ ଜମେ ଇଛନ୍ତି। ପୂଜା ପାଇଁ ବ୍ୟବସାୟୀ ବି ଭଲ ଦି ପାଇସା ରୋଜଗାର କରୁଛନ୍ତି ।

Also Read- Kashatandi Flowers Bloom: ଆସୁଛି ପାର୍ବଣ, ଆସୁଛି ଆନନ୍ଦ, ଆସୁଛନ୍ତି ମାଆ; ମନେ ପକାଇ ଦେଲାଣି କାଶତଣ୍ଡୀ

ମା’ଙ୍କ ଅବିର୍ଭାବକୁ ଆଉ କେଇଟା ଦିନ ବାକି । ନିର୍ମଳ ଆକାଶ ,ଆଶ୍ୱୀନର ସେହି ହାଲୁକା ଥଣ୍ଡା ପବନ । ପାର୍ବଣ କଲାଣି ପୁଲକିତ। ମା’ ଆସିବେ ଦୁର୍ଗତି ନାଶିବେ। ଭରିଦେବେ ସୁଖ ଶାନ୍ତି। ଭକ୍ତି ଓ ଆନନ୍ଦର ଏକ ଅପୂର୍ବ ସମନ୍ନୟ। କେବଳ ମାଆଙ୍କ ପାଇଁ। ମା’ ଆସୁଛନ୍ତି ।

 

Source link



Source link

Leave A Reply

Your email address will not be published.