Voice of Eastern India

Earthquake: ମିଆଁମାରରେ ମୃଦୁ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୫ ରେକର୍ଡ


ନୂଆଦିଲ୍ଲୀ ୧୬।୦୮; ଭାରତର ପଡୋଶୀ ଦେଶରେ ଭୂମିକମ୍ପ ଅନୁଭୂତ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ ଥିଲା। ଏହି ତୀବ୍ରତାର ଭୂକମ୍ପକୁ ସାଧାରଣତଃ ମୃଦୁ ବୋଲି ବିବେଚନା କରାଯାଏ। ବର୍ତ୍ତମାନ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ଖରବ ମିଳିନାହିଁ। ଏହି ସମୟରେ ମିଆଁମାରରେ ମଧ୍ୟ ମୃଦୁ ଭୂମିକମ୍ପ ରେକର୍ଡ କରାଯାଇଛି।

ମିଆଁମାର ଭୂକମ୍ପ ଦୃଷ୍ଟିରୁ ସକ୍ରିୟ ଅଞ୍ଚଳରେ ଅବସ୍ଥିତ, ଏବଂ ଦେଶ ଅତୀତରେ ଅନେକ ବଡ଼ ଭୂକମ୍ପ ଅନୁଭବ କରିଛି। ମାର୍ଚ୍ଚ ୨୦୨୫ରେ ମିଆଁମାରରେ ୭.୭ ରେକର୍ଡର ଶକ୍ତିଶାଳୀ ଭୂକମ୍ପ ଆସିଥିଲା। ଯାହା ବ୍ୟାପକ ବିନାଶ ଆଣିଥିଲା। ଏହା ପୂର୍ବରୁ, ଏପ୍ରିଲରେ ଦେଶରେ ୩.୩ ମାପ ଭୂକମ୍ପ ଅନୁଭୂତ ହୋଇଥିଲା।

Also Read:-ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର, ପାର୍ଟି ଅଫିସରୁ ମିଳିଲା ‘ସୁଇସାଇଡ୍ ନୋଟ୍’

ଇଣ୍ଡୋନେସିଆରେ ଭୂକମ୍ପର ତାଣ୍ଡବ

ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ରିକ୍ଟର ସ୍କେଲରେ ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଯୋଗୁଁ ଅନେକ କୋଠା ବଡ ବଡ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିଲା ଏବଂ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ଅତି କମରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପ ପରେ କର୍ତ୍ତୃପକ୍ଷ ପ୍ରଥମେ ସୁନାମି ଚେତାବନୀ ଜାରି କରିଥିଲେ। କିନ୍ତୁ ସମୁଦ୍ର ସ୍ତରର କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖା ନ ଯିବାରୁ ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା।

Watch Video:-

 

Source link



Source link

Leave A Reply

Your email address will not be published.