Voice of Eastern India

NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର


ଅନୁଗୋଳ ୨୨।୦୮ : ଅନୁଗୋଳ କଣିହାଁ ଏନଟିପିସି ପାଓ୍ୱାର ପ୍ଲାଣ୍ଟରେ ବଡ଼ଧରଣର ଅଘଟଣ । କୋଇଲା ବଙ୍କର ଜାମ୍ ଲାଗି ପାଓ୍ୱାର ପ୍ଲାଣ୍ଟରେ ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

Also Read:-ମୋବାଇଲ୍ ଜିଦ୍‌ରୁ ମହାବିପଦ ! ବଂଶ ବୁଡ଼ାଇକି ମାରିଦେଲା ଆଇଫୋନ୍‌, ଚାଲିଗଲା ବାପା ମାଆ ଓ ପୁଅର ଜୀବନ

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଅନୁଗୋଳ ପାଲଲହଡ଼ା ସ୍ଥିତ କଣିହାଁ ଏନଟିପିସି ପାୱାର୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। କୋଇଲା ବଙ୍କର ଜାମ ଯୋଗୁଁ ବିସ୍ଫୋରଣ ହୋଇଛି । ଏହିଭୟଙ୍କର ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩ ଜଣ ଆହତ ଶ୍ରମିକଙ୍କୁ NTPC ମେଡିକାଲରେ ଚିକିତ୍ସା କରାଯାଉଛି। ବିସ୍ଫୋରଣ ପରେ ପାୱାର ପ୍ଲାଣ୍ଟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।

Watch Video:-

 

 

Source link



Source link

Leave A Reply

Your email address will not be published.