Voice of Eastern India

Road Accident in Kalahandi : ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ଚଢିଗଲା ୧୬ ଚକିଆ ଟ୍ରକ, ଚାଲିଗଲା ୨ ଜୀବନ


କଳାହାଣ୍ଡି ୧୦।୦୬ : କଳାହାଣ୍ଡିରେ ୧୬ ଚକିଆ ଟ୍ରକ ଧକ୍କାରେ ୨ ଡ୍ରାଇଭର ମୃତ । ଜାତୀୟ ରାଜପଥ ୨୬ କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ମଣ୍ଡିରୁ ଧାନ ଆଣି ଉତ୍କେଲା ଓରିଆନ ମିଲରେ ଧାନ ଖାଲି କରିବା ପାଇଁ ମିଲକୁ ୨ଟି ଟ୍ରକ ନେଇ ଆସିଥିଲେ ୨ଜଣ ଡ୍ରାଇଭର l ଗାଡି ପାର୍କି କରି ୨ଡ୍ରାଇଭର ରାସ୍ତାରେ ଛିଡା ହୋଇଥିବା ବେଳେ ପଛରୁ ଆସି ଧକ୍କା ଦେଇଥିଲା ୧୬ ଚକିଆ ଟ୍ରକ । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଅନ୍ୟପଟେ କେସିଙ୍ଗା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ୨ ଡ୍ରାଇଭର ଧାନ ବୋଝେଇ ଟ୍ରକ ନେଇ ଖାଲି କରିବାକୁ ରାସ୍ତା କଡରେ ଥିବା ସମୟରେ ଦ୍ରୁତଗାମୀ କଣ୍ଟେନର୍ ସେମାନଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା। ଫଳରେ ଦୁଇ ଡ୍ରାଇଭରଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାରେ ପଡିରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି ।

also read:-Bhubaneswar News : ରାଜଧାନୀରେ ଲଜ୍ଜା, ବିୟୁଟି ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ !

Source link



Source link

Leave A Reply

Your email address will not be published.