Voice of Eastern India

SIR ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲା ବିଜେଡି ଟିମ୍, ତ୍ରୁଟି ସମ୍ବଦ୍ଧରେ କଲେ ଅବଗତ


ଭୁବନେଶ୍ବର ୨୦।୬: SIR ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲା ବିଜେଡି ଟିମ୍ l ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନା, ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହlର, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଜେଡି ମୁଖପାତ୍ର ଲେଲିନ ମହାନ୍ତି, ବିଜେଡି ସମ୍ପାଦକ ବିଜୟ ନାୟକ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟରେ SIR ପ୍ରସଙ୍ଗରେ ହେଉଥିବା ତ୍ରୁଟି ସମ୍ବଦ୍ଧରେ ଅବଗତ କରିଛି ବିଜେଡି I ରାଜ୍ୟରେ ବର୍ତ୍ତମାନ SIR କାର୍ଯ୍ୟ ଚାଲିଛି I BLO ମାନେ ଘରକୁ ଘର ବୁଲି ଇମ୍ୟୁନେଶନ ଫର୍ମ ପୂରଣ କରି SIR କାର୍ଯ୍ୟ କରିବା ନିୟମ ଥିବାବେଳେ ବହୁ ସ୍ଥାନରେ ଗୋଟିଏ ସ୍ଥାନରେ ବସି କରୁଥିବା ଅଭିଯୋଗ କରିଛି ବିଜେଡି l

Also Read:- ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା, ମାଟି ପ୍ରତି ତାଙ୍କର ମୋହ ; ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ବଢ଼ିଛି ସମ୍ମାନ

ସେହିପରି ଗୋଟେ ଗୋଟେ ସ୍ଥାନରେ ଇମ୍ୟୁନେସନ ଫର୍ମ ଦୁଇଟି ପୂରଣ ହେବା ପରେ ଗୋଟେ ଫର୍ମ BLO ରଖିବେ ଆଉ ଗୋଟେ ଫର୍ମ ସେହି ବ୍ୟକ୍ତିକୁ ଦେବାର ନିୟମ ଅଛି I BLO ମାନେ ଦୁଇଟି ଫର୍ମ ନେଇ ଯାଉଛନ୍ତି I CEOଙ୍କୁ ଏହାର ଦୃଷ୍ଟି ଆକର୍ଷଣ କରିଛି ବିଜେଡି I ଏହାସହ ଯେଉଁମାନଙ୍କ ଇମ୍ୟୁନେସନ ଫର୍ମ ପୂରଣ କରିଛନ୍ତି ସେମାନଙ୍କର ଠିକ୍ ଭାବେ ଡିଜିଟାଲାଇଜେସନ ହୋଇଛି ସେମାନଙ୍କୁ ମେସେଜ ଆସିବା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛି ବିଜେଡି । ଯେହେତୁ ୨୮ ତାରିଖରେ ଫର୍ମ ପୂରଣ କାମ ଶେଷ ହେବ ଏଣୁ ଏହି ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଜେଡି CEOଙ୍କୁ ଦୃଷ୍ଟି ଆକର୍ଷଣ କରିଛି I

Source link



Source link

Leave A Reply

Your email address will not be published.