Voice of Eastern India

Subhash Ghai : ‘ତାଲ’ ଫିଲ୍ମ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଧମକ ଦେଇଥିଲେ ସୁଭାଷ ଘାଇ, ବିନା ମେକ୍‌ଅପ୍‌ରେ କରାଇଥିଲେ ସୁଟିଂ


ମୁମ୍ୱାଇ ୧୫।୦୮ : ନିର୍ମାତା ନିର୍ଦ୍ଦେଶକ ସୁଭାଷ ଘାଇ ନିଜର ଦମଦାର ଫିଲ୍ମ ପାଇଁ ଖୁବ୍ ଜଣାଶୁଣା। ନିଜର କ୍ୟାରିୟରରେ ସୁଭାଷ ଘାଇ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଉଛି ଫିଲ୍ମ ‘ତାଲ୍’। ଏହି ଫିଲ୍ମକୁ କେବଳ ଏଆର ରେହମାନଙ୍କ ଦ୍ୱାରା କମ୍ପୋଜ ପ୍ରସିଦ୍ଧ ସାଉଣ୍ଡଟ୍ରାକ୍ ପାଇଁ ସ୍ମରଣ କରାଯାଏ , ତାହା ନୁହେଁ ଏହା ମଧ୍ୟ ଐଶ୍ୱର୍ଯ୍ୟା ରାୟ, ଅକ୍ଷୟ ଖାନ୍ନା ଓ ଅନିଲ କପୁରଙ୍କ ଭଳି କଳାକାରଙ୍କ ପାଇଁ ମଧ୍ୟ ମନେରଖାଯାଏ। ଏହାର କାହାଣୀ ଦର୍ଶକଙ୍କ ହୃଦୟ ଜିତିବା ସହ ଏହାର ଗୀତ ଗୁଡ଼ିକ ଆଜି ମଧ୍ୟ ଲୋକଙ୍କର ହୃଦୟରେ ସାଇତା ରହିଛି।

ଏହି ଫିଲ୍ମରେ ସୁଭାଷ ଦୁଇଜଣ ନୂଆ ଷ୍ଟାର୍ ଅକ୍ଷୟ ଖାନ୍ନା ଓ ଐଶ୍ୱର୍ଯ୍ୟା ରାୟଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେଇ ଥିଲେ। ଦୁହେଁ ନିଜ ନିଜର କ୍ୟାରିୟରରେ କିଛି ଫିଲ୍ମ କରି ଥିଲେ, ହେଲେ ‘ତାଲ’ ସେମାନଙ୍କ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ସାଜି ଥିଲା। ଏହି ଫିଲ୍ମ ଦୁହିଁଙ୍କୁ ରାତାରାତି ଷ୍ଟାରର ପରିଚୟ ଦେଇ ଥିଲା। ନିକଟରେ ସୁଭାଷ ଘାଇ ‘ତାଲ’ ଫିଲ୍ମ ନିର୍ମାଣର ପ୍ରକ୍ରିୟା, ବିଶେଷ କରି ଐଶ୍ୱର୍ଯ୍ୟା ଓ ଅକ୍ଷୟଙ୍କ କାଷ୍ଟିଂକୁ ମନେ ପକାଇ ଥିଲେ। ସାକ୍ଷାତକାର ବେଳେ ସୁଭାଷ, ଐଶ୍ୱର୍ଯ୍ୟାଙ୍କୁ ନେଇ ଯାହା କହିଛନ୍ତି, ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।

ନିର୍ଦ୍ଦେଶକ ସୁଭାଷ ଘାଇଙ୍କ କଲ୍ଟ କ୍ଲାସିକ୍ ଫିଲ୍ମ ‘ତାଲ’କୁ ୨୭ ବର୍ଷ ପୂରିଛି। ଏହି ଅବସରରେ ଘାଇ ନିକଟରେ NDTV ସହ କଥାବାର୍ତ୍ତା ବେଳେ ‘ତାଲ’ର କାଷ୍ଟିଂ ଚ୍ୟାଲେଞ୍ଜ ବିଷୟରେ କହିଛନ୍ତି। ଫିଲ୍ମ ନିର୍ମାତା କହି ଥିଲେ ଯେ, ସେ ଐଶ୍ୱର୍ଯ୍ୟା ରାୟଙ୍କୁ ଥରେ କହିଥିଲେ – ସେ ତାଙ୍କର ଗ୍ଲାମରସ ଇମେଜ୍ ନଷ୍ଟ କରି ଦେବେ, ଯାହା କି ସେ ନିଜ ଚରିତ୍ରକୁ ଠିକରେ ଜଷ୍ଟିସ ଦେଇ ପାରିବେ।

କଣ କହିଥିଲେ ସୁଭାଷ ଘାଇ

ଐଶ୍ୱର୍ଯ୍ୟା ରାୟ କୋରିଓଗ୍ରାଫର ସରୋଜ ଖାନଙ୍କ ସୁପାରିଶରେ ଏହି ଫିଲ୍ମକୁ ଆସି ଥିଲେ। ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଜିତିବା ପରେ ଐଶ୍ୱର୍ଯ୍ୟା ପୂର୍ବରୁ ବ୍ୟୁଟି ଓ ଗ୍ଲାମର ଦୁନିଆ ସହ ଜଡ଼ିତ ଥିଲେ। ସେତେବେଳେ ସୁଭାଷ ଘାଇ ଏମିତି ଜଣେ ଅଭିନେତ୍ରୀଙ୍କ ତଲାସରେ ଥିଲେ , ଯିଏ ଫିଲ୍ମର ଡ୍ୟାନ୍ସ ସିକ୍ୱେନ୍ସର ଡିମାଣ୍ଡ ମଧ୍ୟ ପୂରା କରି ପାରିବେ। ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ନାମ ସାମ୍ନାକୁ ଆସିଲା , ତ ସେ କସମେଟିକ୍ସର ଦୁନିଆରୁ ଆସି ଥିଲେ। ସେହି ସମୟରେ ଚାରି-ପାଞ୍ଚଟି ନାଁ ଥିଲା, ଏଥିପାଇଁ ମୁଁ ସରୋଜ ଜୀଙ୍କୁ ପଚାରି ଥିଲି ଯେ, ମାଧୁରୀ ଦୀକ୍ଷିତଙ୍କ ବ୍ୟତୀତ ଆମେ କାହାକୁ କାଷ୍ଟ କରି ପାରିବା ? ସେ ଐଶ୍ୱର୍ଯ୍ୟାଙ୍କ ନାମ ନେଇଥିଲେ। ଘାଇ କହିଥିଲେ -ମୁଁ ତାଙ୍କୁ କହିଥିଲି ଯେ ମୋତେ ତୁମର ଇମେଜ୍ ନଷ୍ଟ କରିବାର ଅଛି। ପ୍ରଥମ ଘଣ୍ଟାରେ ତୁମେ କୌଣସି ମେକଅପ୍ ନେବ ନାହିଁ। ‘ତାଲ’ରେ ତାଙ୍କ ଚରିତ୍ର ପାଇଁ ସେ ସେହି ଗ୍ଲାମରସ ଇମେଜକୁ ହଟାଇବାକୁ ଚାହୁଁ ଥିଲେ।

ଏହାସହ ଘାଇ ଅକ୍ଷୟ ଖାନ୍ନାଙ୍କୁ କିପରି କାଷ୍ଟ କରି ଥିଲେ, ସେ ବିଷୟରେ ମଧ୍ୟ କହିଥିଲେ। ଫିଲ୍ମ ‘ତାଲ’ ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା। ତାଙ୍କ ପିତା, ଅଭିନେତା ବିନୋଦ ଖାନ୍ନା ତାଙ୍କୁ ମୋ ଘରକୁ ଆଣି ଥିଲେ ଏବଂ କାଷ୍ଟିଂ ପାଇଁ ତାଙ୍କର ସୁପାରିଶ କରି ଥିଲେ। ମୁଁ କହି ଥିଲି ଯେ , ମୋତେ ପୁଅ ପସନ୍ଦ, କାରଣ ମୋତେ ସେ ବହୁତ ଇଣ୍ଟେନ୍ସ ଲାଗୁ ଥିଲେ।

ଉଲ୍ଲେଖନୀୟ ଯେ, ୧୯୯୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ ତାଲ୍ , ଏକ ଏକ ମ୍ୟୁଜିକାଲ୍ ରୋମାଣ୍ଟିକ୍ ଡ୍ରାମା ଥିଲା, ଯାହାକୁ ସୁଭାଷ ଘାଇ ଲେଖିବା ସହ ପ୍ରଡ୍ୟୁସ୍ ଓ ଡାଇରେକ୍ଟ କରି ଥିଲେ। ଉକ୍ତ ଫିଲ୍ମରେ ଅନିଲ କପୁର, ଐଶ୍ୱର୍ଯ୍ୟା ରାୟ ଓ ଅକ୍ଷୟ ଖାନ୍ନା ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମଟି ଭାରତ ଓ ବିଦେଶରେ ଏକ ବଡ଼ କମର୍ସିଆଲ୍ ସକ୍ସେସ୍ ହାସଲ କରି ଥିଲା।

Source link



Source link

Leave A Reply

Your email address will not be published.