ମୁମ୍ଵାଇ ୧୮।୦୮; ବଲିଉଡର ଗ୍ଲାମରସ୍ ଅଭିନେତ୍ରୀ ତାରା ସୁତାରିଆ। ଅଭିନୟ ହେଉ କିମ୍ବା ତାଙ୍କର ବ୍ୟକ୍ତିଗତ ଜୀବନ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ହେଲେ ଗତ କିଛି ମାସ ହେବ ଅଭିନେତା ବୀର ପହରିଆଙ୍କ ସହ ତାଙ୍କର ବ୍ରେକ୍ଅପ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଆରମ୍ଭରେ ଏହି ବିଚ୍ଛେଦ ପଛରେ ସିଙ୍ଗର ଏପି ଢିଲୋନଙ୍କ ମୁମ୍ବାଇ କନସର୍ଟକୁ ଦାୟୀ କରାଯାଉଥିଲା। ଯେଉଁଠି ମଞ୍ଚ ଉପରେ ତାରାଙ୍କୁ ଏପି ଢିଲୋନ୍ କିସ୍ ଦେଇଥିବା ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ଏହି ସମ୍ପର୍କ ଭାଙ୍ଗିବା ପଛର ଅସଲ କାରଣ ସାମ୍ନାକୁ ଆସିଛି।
କନସର୍ଟ ବିବାଦ
ଡିସେମ୍ବର ୨୦୨୫ରେ ମୁମ୍ବାଇରେ ଆୟୋଜିତ ଏପି ଢିଲୋନ୍ଙ୍କ କନସର୍ଟରେ ତାରା ମଞ୍ଚକୁ ଆସିବା ଏବଂ ଗାୟକ ତାଙ୍କୁ କିସ୍ ଦେବା ଘଟଣା ସେତେବେଳେ ହଇଚଇ ସୃଷ୍ଟି କରିଥିଲା। ସେହି କନସର୍ଟରେ ବୀର ପହରିଆ ମଧ୍ୟ ଉପସ୍ଥିତ ଥିଲେ। ଯାହା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଥିଲା।
ବ୍ରେକଅପ୍ରଅସଲ କାରଣ କ’ଣ?
ରିପୋର୍ଟ ଅନୁଯାୟୀ, କେବଳ କନସର୍ଟ ନୁହେଁ, ବରଂ ତାରାଙ୍କ ଅତ୍ୟଧିକ ନିୟନ୍ତ୍ରଣକାରୀ ତଥା କଣ୍ଟ୍ରୋଲିଂ ମନୋଭାବ ଯୋଗୁଁ ଏହି ସମ୍ପର୍କ ଭାଙ୍ଗିଥିଲା। ସୂତ୍ରରୁ ପ୍ରକାଶ ଯେ, ତାରା ବୀରଙ୍କ ଚାରିପାଖରେ ସବୁକିଛି ନିଜ ଇଚ୍ଛା ଅନୁଯାୟୀ ବଦଳାଇବାକୁ ଚାହୁଁଥିଲେ। ବୀରଙ୍କ ଘରର ସାଜସଜ୍ଜା ଠାରୁ କାନ୍ଥର ଫଟୋଗ୍ରାଫ୍ ହଟାଇବା ଓ ବୀରଙ୍କ ଫୋନ୍ର କଲ୍ ଲଗ୍ରୁ ନିର୍ଦ୍ଦିଷ୍ଟ ନାମ ଡିଲିଟ୍ କରିବା ପର୍ଯ୍ୟନ୍ତ ସବୁଥିରେ ତାରା ନିଜର ଆଧିପତ୍ୟ ଦେଖାଉଥିଲେ।
ହେଲେ ବୀରଙ୍କ ବନ୍ଧୁମାନେ ତାଙ୍କୁ ନିଜକୁ ନ ବଦଳାଇବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ, ବୀର ଏହି ସମ୍ପର୍କ ପାଇଁ ନିଜକୁ ବଦଳାଇବାକୁ ପ୍ରସ୍ତୁତ ଥିଲେ। ହେଲେ ପରବର୍ତ୍ତୀ ସମୟରେ ଏପି ଢିଲୋନ୍ କନସର୍ଟର ବିବାଦ ଏହି ସମ୍ପର୍କରେ ଫୁଲ୍ଷ୍ଟପ ଲାଗିଥିଲା। ବ୍ୟକ୍ତିଗତ ଜୀବନର ଏହି ବ୍ରେକ୍ଅପ୍ ଚର୍ଚ୍ଚା ଭିତରେ, ଦୁହେଁ ଏବେ ନିଜ ନିଜର ବୃତ୍ତିଗତ ଜୀବନରେ ଆଗକୁ ବଢିଛନ୍ତି।
ଆଗାମୀ ଅଗଷ୍ଟ ୨୬ରେ ତାରା ସୁତାରିଆ ସୁପରଷ୍ଟାର୍ ୟଶଙ୍କ ସହ ଚଳଚ୍ଚିତ୍ର ‘ଟକ୍ସିକ’ରେ ନଜର ଆସିବାକୁ ଯାଉଥିବା ବେଳେ, ଅକ୍ଟୋବର ୨ରେ ବୀର ପହରିଆଙ୍କ ଚଳଚ୍ଚିତ୍ର ‘ପ୍ରେମ କୀଟାନୁ‘ମୁକ୍ତିଲାଭ କରିବାକୁ ଯାଉଛି।
