Voice of Eastern India

କାହିଁକି ହୋଟେଲ୍ ରୁମରେ ନଥାଏ କାନ୍ଥ ଘଣ୍ଟା ? କାରଣ ଜାଣିଲେ ପାଦ ତଳୁ ଖସିଯିବ ମାଟି


ଭୁବନେଶ୍ୱର : ଆପଣ କେବେ ନା କେବେ ହୋଟେଲରେ ରହିଥିବେ କିମ୍ବା କାହା ପାଖକୁ ବୁଲିବାକୁ ଯାଇଥିବେ । କିନ୍ତୁ କେବେ ଆପଣଙ୍କ ନଜର ହୋଟେଲ କାନ୍ଥ ଉପରେ ପଡିଛି କି ? ଯଦି ନଜର ପଡିନି ତେବେ କେବେ ଲକ୍ଷ୍ୟ କରିବେ ହୋଟେଲ ରୁମ ଭିତରେ ଆପଣଙ୍କୁ କାନ୍ଥ ଘଣ୍ଟା ଦେଖିବାକୁ ମିଳିବନି । କୌଣସି କାନ୍ଥରେ ଏହା ଝୁଲି ନଥିବ । କେବେ ଏପରି କାହିଁକି ହୋଇଥାଏ । କ’ଣ ପାଇଁ ହୋଟେଲର କର୍ମଚାରୀ କୋଠରୀରେ ଘଣ୍ଟା ରଖିନଥାନ୍ତି । ଅନେକ ଭାବନ୍ତି କି ହୋଟେଲ ପକ୍ଷରୁ ଖର୍ଚ୍ଚ କମାଇବାକୁ ଏପରି କରାଯାଇଥାଏ । ଆଉ କେହି ଏହା କୌଣସି କୌଶଳ ବୋଲି ମନେ କରନ୍ତି । କିନ୍ତୁ ପ୍ରକୃତ କାରଣ ପୂରା ଭିନ୍ନ ଅଟେ ।

ଲୋକେ ହୋଟେଲକୁ କିଛି ସମୟ କାଟିବାକୁ ଯାଇଥାନ୍ତି । ସେଠାରେ ବିଶ୍ରାମ କରନ୍ତି । ଏଥିପାଇଁ ସେମାନଙ୍କୁ କୋଠରୀରେ ଏକ ସୁନ୍ଦର ପରିବେଶ ମିଳିଥାଏ । ଫଳରେ ସେମାନେ ଶାନ୍ତିରେ ଶୋଇ ପାରନ୍ତି । ନିରୋଳାରେ କାହା ସହ କଥା ହୋଇପାରନ୍ତି । ଏପରିକି କିପରି ସଦୁନିଦର ଝନଝଟରୁ ମୁକ୍ତି ମିଳିବ ସେନେଇ ହୋଟେଲ ପକ୍ଷରୁ ଧ୍ୟାନ ଦିଆଯାଇଥାଏ । ଯଦି କୋଠରୀରେ ଏକ ଘଣ୍ଟା ରହିବ ତାହାଲେ ଏହା ବାରମ୍ବାର ଅତିଥିଙ୍କ ଧ୍ୟାନ ଆକର୍ଷଣ କରିବ । ସେମାନେ ତରବର ହେବେ । ବିନା ଘଣ୍ଟାରେ ସେମାନେ ଆରାମରେ ରହିପାରିବେ । ସମୟର ବୋଝ ସେମାନଙ୍କୁ ଜଣାପଡିବ ନାହିଁ । ବ୍ୟସ୍ତ ଲାଗିବ ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଘଣ୍ଟାର ଶବ୍ଦ ବେଳେବେଳେ ବିରକ୍ତିକର ହୋଇଥାଏ । ଏକାର ଟିକ୍ ଟିକ୍ ଶବ୍ଦ ଶାନ୍ତି ଭଙ୍ଗ କରିଥାଏ ବୋଲି କିଛି ଅତିଥି କହିଥାନ୍ତି । ଫଳରେ ଶୋଇବାରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହା ମଧ୍ୟ କାନ୍ଥରେ ଘଣ୍ଟା ନ ଟାଙ୍ଗିବାର ଅନ୍ୟ ଏକ କାରଣ ।

Also Read : ଘର ଏରୁଣ୍ଡିବନ୍ଧରେ ବସିବାକୁ କାହିଁକି ମନା କରନ୍ତି ଅଭିଭାବକ? ଜାଣନ୍ତୁ ଏହାର କାରଣ ଓ ପୌରଣିକ ମାନ୍ୟତା

ଏତତ୍ ବ୍ୟତୀତ କିଛି ହୋଟେଲରୁ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି । ସେମାନଙ୍କୁ ଦୁଇଟି ସମୟ ଦରକାର ହୋଇଥାଏ । ଗୋଟିଏ ସ୍ଥାନୀୟ ସମୟ ଏବଂ ଅନ୍ୟଟି ଭାରତୀୟ ସମୟ । ଗୋଟିଏ ଘଣ୍ଟା ଥିଲେ ଏହା ସେମାନଙ୍କୁ ବିବ୍ରତ କରିପାରେ । ଏହାକୁ ମେଣ୍ଟେନ୍ ପାଇଁ ଅଯଥା ଖର୍ଚ୍ଚ କରିବାକୁ ପଡିଥାଏ । ଅନ୍ୟ ଦିଗରେ ଏବେ ଅତିଥିମାନେ ହୋଟେଲ ରୁମରେ ଭିନ୍ନ ଭିନ୍ନ ମାଧ୍ୟମରେ ସମୟ ଦେଖିଥାନ୍ତି । ସେମାନଙ୍କୁ ଆଉ ଘଣ୍ଟା ଦରକାର ପଡୁନି । ମୋବାଇଲ୍, ଲାପଟପ୍ ଜରିଆରେ ସମୟ ଜାଣିହେଉଛି । ସ୍ମାର୍ଟ୍ ଓ୍ୱାଚ୍ ମଧ୍ୟ ଆସିଗଲାଣି । ସେଥିପାଇଁ ହୋଟେଲ କାନ୍ଥରେ କୌଣସି ଘଣ୍ଟା ନଥାଏ ।

Source link



Source link

Leave A Reply

Your email address will not be published.