Voice of Eastern India

ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି, ମତ୍ସ୍ୟଜୀବୀ ମାଲେମାଲ୍


ଭୋଗରାଇ ୧୧।୦୮ : ମାଛୁଆ ମାଲେମାଲ୍ । ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ । ମାଛ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ବାଲେଶ୍ୱର ସୀମାନ୍ତ ଦୀଘା ମୁହାଣରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର ।

ଖବର ଅନୁଯାୟୀ, ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ମୁହଁରେ ଫୁଟିଲା ହସ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ। ଏହି ମାଛ ଦେଖିବାକୁ ଦୀଘା ମୁହାଣରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼। ଇଲିସି କିଲୋ ପିଛା ୬ଶହରୁ ୧୩ ଶହ ଟଙ୍କା ଭିତରେ ଦାମ ରହିଛି । ଉପର ମୁଣ୍ଡରେ ଅଧିକ ବର୍ଷା ପାଇଁ ଇଲିସିର ଆଗମନ ବୋଲି ମତ୍ସ୍ୟଜୀବୀମାନେ ସୂଚନା ଦେଇଛନ୍ତି। ମତ୍ସ୍ୟଜୀବୀଙ୍କ ଜାଲରେ ଚଳିତ ଥର ପ୍ରଥମ ଦିନରେ ଧରାପଡିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ । ବର୍ଷା ଋତୁରେ ଇଲିସି ମାଛର ସମୁଦ୍ର କୂଳକୁ ଆଗମନ ହୋଇଥାଏ । ଉପରେ ମୁଣ୍ଡରେ ଯେତେ ବର୍ଷାର ପରିମାଣ ଅଧିକ ହେବ ମିଠା ପାଣି ଖାଇବାକୁ କୂଳକୁ ପ୍ରଚୁର ମାତ୍ରାରେ ଆସନ୍ତି ଇଲିସି ମାଛ ।

Also Read:-ବିଜେପିର ଝାଡଖଣ୍ଡ ବନ୍ଦ ଡାକରା : ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କରି ରାଜ୍ୟସାରା ପ୍ରଦର୍ଶନ

ତେବେ ଉପର ମୁଣ୍ଡରେ ଲଘୁଚାପ ବର୍ଷା ହେଉଥିବାରୁ ଆଜି ମତ୍ସ୍ୟଜୀବୀଙ୍କ ଜାଲରେ ଏଭଳି କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି ମାଛ ପଡିଛି । ଆଗକୁ ଆହୁରି ଅଧିକ ମାଛ ପଡିବା ସହିତ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସାରା ବିଶ୍ୱକୁ ଏହି ମାଛ ରପ୍ତାନି କରାଯାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।

Source link



Source link

Leave A Reply

Your email address will not be published.