Voice of Eastern India

ପଲିଥିନ୍ ଭିତରେ ଅଜଣା ଯୁବକଙ୍କ ମୃତଦେହ, ବିଚ୍ ରାସ୍ତାରେ ପଡ଼ିଛି ଡେଡ୍‌ବଡି


ରାଉରକେଲା ୧୬।୦୮: ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ଅଞ୍ଚଳରେ ଅଘଟଣ । ପଲିଥିନ୍ ଭିତରେ ଅଜଣା ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ । ଏହାକୁ ହତ୍ୟା ସନ୍ଦେହ କରୁଛି ପୋଲିସ ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ବଜାର ନିକଟ NH-୧୪୩ରେ ପଲିଥିନ୍ ଭିତରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଚାନ୍ଦିପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଉଦ୍ଧାର ମୃତଦେହରେ ସାର୍ଟ ନଥିଲା ।

Also Read:-୫ ଦିନ ପ୍ରବଳ ଛେଚିବ ବର୍ଷା, ୩୦-୪୦ କିମି ବେଗରେ ବହିବ ପବନ

ଅନ୍ୟପଟେ ମୃତଦେହଟି ପଲିଥିନ୍ ଭିତରେ ଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି କେହି ତାଙ୍କୁ ମାରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ କିଏ କାହିଁକି ଏହି ଯୁବକଙ୍କୁ ହତ୍ୟା କଲା। ମୃତଦେହ ଏଠାକୁ କେମିତି ଆସିଲା। ସେସବୁ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Watch Video:-

 

Source link



Source link

Leave A Reply

Your email address will not be published.