Voice of Eastern India

‘ପ୍ରଳୟ’ର ସଫଳ ପରୀକ୍ଷଣ, ଏକାଥରେ ଶତ୍ରୁର ବିଭିନ୍ନ ଠିକଣାକୁ କରିପାରିବ ଟାର୍ଗେଟ୍


ବାଲେଶ୍ୱର, ୦୪/୧୧ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ପାଦ ଆଗକୁ ବଢ଼ିଛି। ଚାନ୍ଦିପୁରସ୍ଥିତ ଡିଆରଡିଓରୁ ମଙ୍ଗଳବାର ପୂର୍ବାହ୍ନରେ କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣର ବିଶେଷତ୍ଵ ଏହି କି ଗୋଟିଏ ଲଞ୍ଚରରୁ ଦୁଇଟି ମିସାଇଲ୍ ଲଗାତାର ଛଡ଼ାଯାଇ ପାରିବ। ଏହି ପରୀକ୍ଷଣ ସହ ବିଶ୍ଵ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନିଜର ସ୍ଥିତିକୁ ମଜଭୁତ କରିଛି। ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ପୂର୍ବାହ୍ଣ ୧୧ଟା ୧୯ରେ ଉକ୍ତ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଉତକ୍ଷେପଣ ସମୟରେ ଏହି କ୍ଷେପଣାସ୍ତ୍ରଟି ନିଜର ସମସ୍ତ ଲକ୍ଷ୍ୟ ହାସଲ କରିଥିଲା । ଉତକ୍ଷେପଣ ପରେ ଏହି ଅର୍ଦ୍ଧ ବାଲାଷ୍ଟିକ କ୍ଷେପଣାସ୍ତ୍ରଟି ଆକାଶ ମାର୍ଗରେ ଗତି କରି ୫୦୦ କିମି ଦୂରରେ ଥିବା ଦୁଇଟି କୃତ୍ରିମ ଲକ୍ଷ୍ୟସ୍ଥଳକୁ ସଫଳତାର ସହ ଧ୍ବଂସ କରିଥିଲା।

ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୫୦୦ କିମି ରହିଛି। ପରୀକ୍ଷଣ ସମୟରେ ଏହାର ଗତି ପଥ ତଥା କାର୍ଯ୍ୟ ଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ-ଅପଟିକାଲ୍ ଟ୍ରାକିଂ ସିଷ୍ଟମ, ଟେଲିମେଟ୍ରି ଷ୍ଟେସନ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା। ଏହି ପରୀକ୍ଷଣର ସମସ୍ତ ମାନଦଣ୍ଡ ଶତ ପ୍ରତିଶତ ସଫଳ ହୋଇଥିବା ଡିଆରଡିଓ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ସ୍ବଦେଶୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରଟି ଉଭୟ ଦିନ ଓ ରାତିରେ ସମାନ ଦକ୍ଷତାର ସହ କାର୍ଯ୍ୟ କରିପାରିବ। ଏହା ଶତ୍ରୁର ପୃଥକ୍ ପୃଥକ୍ ଠିକଣାକୁ ଟାର୍ଗେଟ କରିପାରିବ। ଏହା ଉଡ଼ାଣ ସମୟରେ ନିଜର ଦିଗ ବଦଳାଇପାରିବ। ଫଳରେ ଶତ୍ରୁର ଏୟାର ଡିଫେନ୍ସ ଏହାକୁ ଇଣ୍ଟରସେପ୍ଟ କରିପାରିବ ନାହିଁ ।

Also Read :- ନଭେମ୍ବର ୧୬ରେ ପୁଣି ଲଘୁଚାପ ! ବଙ୍ଗୋପସାଗରରେ ନୂଆ ସିଷ୍ଟମ୍, ଆସିବ କି ବାତ୍ୟା ?

ଏହାର ଉନ୍ନତ ନାଭିଗେସନ୍ ସିଷ୍ଟମ୍, ଶକ୍ତିଶାଳୀ ୱାରହେଡ୍ ଶତ୍ରୁପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖିଛି। ଏହା ଶବ୍ଦର ଗତି ତୁଳନାରେ ୫ ଗୁଣ ଅଧିକ (ପ୍ରାୟ ୬୧୭୪ କିଲାମିଟର ପ୍ରତି ଘଣ୍ଟା) ବେଗରେ ଗତି କରିପାରିବ। ‘ପ୍ରଳୟ’ କ୍ଷେପଣାସ୍ତ୍ର କଠିନ ଇନ୍ଧନ ବିଶିଷ୍ଟ ରକେଟ୍ ମୋଟର ଦ୍ଵାରା ପରିଚାଳିତ ହୁଏ। ପୂର୍ବରୁ ରୁଷ ଓ ଆମେରିକା ଏଭଳି ମଲ୍ଟି- ମିସାଇଲ ପ୍ରୟୋଗ ବ୍ୟବସ୍ଥା ବିକଶିତ କରିସାରିଛନ୍ତି। ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି କ୍ଷମତା ବିକଶିତ କରିଛି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ମଧ୍ଯ ଏହି କ୍ଷେପଣାସ୍ତ୍ରର ୨ଟି ପରୀକ୍ଷଣ କରାଯାଇଥିଲା।

Source link



Source link

Leave A Reply

Your email address will not be published.