Voice of Eastern India

ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା, ୩ ବର୍ଷରେ ଠକି ନେଇଛନ୍ତି ୩୭୦ କୋଟିରୁ ଅଧିକ ଟଙ୍କା


ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଦିନକୁ ଦିନ ଏମାନେ ବିସ୍ତାର କରିଚାଲିଛନ୍ତି କାୟା। ନୂଆ ନୂଆ ଉପାୟରେ ନିମିଷକେ ଲୁଟି ନେଉଛନ୍ତି ଲୋକଙ୍କ ଝାଳବୁହା ଧନ । ସାମାନ୍ୟ ଅସାବଧାନତା… ଆଉ ଆକାଉଣ୍ଟ ଖାଲି । ବଡ଼ କଥା ହେଲା ଖୋଦ ରାଜ୍ୟ ସରକାର ମଧ୍ୟ ଏନେଇ ତଥ୍ୟ ଦେଇଛନ୍ତି । ରାଜ୍ୟରେ କିଭଳି ଭାବରେ ସାଇବର ଠକାମୀ ବଢ଼ିଛି ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ବିଧାନସଭାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ତଥ୍ୟ ଅନୁସାରେ, ସାଇବର ଠକମାନେ ଲୋକଙ୍କ ଠାରୁ ୩ ବର୍ଷରେ ଠକି ନେଇଛନ୍ତି ୩୭୦ କୋଟି ୭୧ ଲକ୍ଷ ୯୨ ହଜାର ୮୭୯ ଟଙ୍କା । ୨୦୨୩ରୁ ୨୦୨୫ ଭିତରେ ରୁଜୁ ହୋଇଛି ୭ ହଜାର ୬୫୨ଟି ସାଇବର ଠକେଇ ମାମଲା । ସେହିଭଳି ମାତ୍ର ୯ କୋଟି ୯୬ ଲକ୍ଷ ୮୦ ହଜାର ୪୪୬ କୋଟି ଟଙ୍କା ଉଦ୍ଧାର ହୋଇପାରିଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Also Read: ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ, ୪ କାର୍ଯ୍ୟ ଦିବସ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

Source link



Source link

Leave A Reply

Your email address will not be published.