Voice of Eastern India

ଇଲିସି ପାଇଁ ଯାଇ ୧୫ ମତ୍ସ୍ୟଜୀବୀ ନିଖୋଜ, ସପ୍ତାହେ ହେଲାଣି ମିଳୁନି ପତ୍ତା


ଭୋଗରାଇ: ସପ୍ତାହେରୁ ଅଧିକ ବିତିଲାଣି। ହେଲେ ମିଳୁନି ମାଛ ଧରିବାକୁ ଯାଇଥିବା ୧୫ ମତ୍ସ୍ୟଜୀବୀଙ୍କ ପତ୍ତା। ଜଣାପଡ଼ିଛି ଗତ ୨ ତାରିଖ ଗୁରୁବାର ମା’ କାଳୀ ନାମକ ଏକ ମାଛ ଧରା ଟ୍ରଲର ଇଲିସି ଧରିବା ପାଇଁ ସ୍ଥାନୀୟ ଶଙ୍କରପୁରରୁ ବାହାରିଥିଲା।

ଟ୍ରଲର ମାଲିକ ଦେଉଳୀ ବାଂଲା ଅଂଚଳର ଅଭିଜିତ ବେରାଙ୍କ ନିର୍ଦ୍ଦେଶ କ୍ରମେ ୧୫ ଜଣ ମତ୍ସ୍ୟଜୀବୀ ଇଲିସି ସନ୍ଧାନରେ ଯାଇଥିଲେ । ମାତ୍ର ଘଟଣାକୁ ଏକ ସପ୍ତାହ ବିତିଥିଲେ ମଧ୍ୟ ମତ୍ସ୍ୟ ମତ୍ସ୍ୟଜାବୀଙ୍କ କୌଣସି ସନ୍ଧାନ ମିଳୁନାହିଁ କିମ୍ବା ଯୋଗାଯୋଗ କରାଯାଇପାରୁନାହିଁ। ଯାହାକୁ ନେଇ ଟ୍ରଲର ମାଲିକଙ୍କ ଠାରୁ ଆରମ୍ଭ କରି ମତ୍ସ୍ୟଜୀବୀଙ୍କ ପରିବାର ଚିନ୍ତାରେ ଅଛନ୍ତି।

ଏନେଇ ସ୍ଥାନୀୟ ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ପରିବାରବର୍ଗ ଏବଂ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସେମାନଙ୍କୁ ଉଭୟ ଜଳ ଓ ଆକାଶ ପଥ ଠାବ କରିବାର ଆକୁଳ ନିବେଦନ କରାଯାଇଛି ।

Source link



Source link

Leave A Reply

Your email address will not be published.