Voice of Eastern India

ତାସ ଖେଳ ହେଲା କାଳ, ସାଙ୍ଗକୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ


ବଲାଙ୍ଗୀର: ନିଶା ଯୋଗୁ ଯାଇଛି ପୁଣି ଜଣକର ଜୀବନ ଯାଇଛି। ସେ ବି ପୁଣି ଜଣେ ନାବାଳକର। ସ୍କୁଲରେ ପାଠପଢ଼ୁଥିବା ପିଲାମାନେ ଯେ, ନିଶା ଯୋଗୁ ଏଭଳି ଘଟାଇପାରନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଏ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀର ଆଗଲପୁର ଥାନା ରୋତ ଗାଁରେ।

ସୂଚନା ଅନୁସାରେ, ଗାଁର ଦୁଇ ନାବାଳକ ସାଙ୍ଗ ଅପରାହ୍ଣରେ ତାସ୍ ଖେଳୁଥିଲେ। ହେଲେ ଜଣେ ସାଙ୍ଗ ଏଥିରେ ହାରିଯିବାରୁ ଅନ୍ୟ ଜଣକୁ କ୍ରୋଧରେ ଛୁରି ମାରିଦେଇଥିଲା। ଏଥିରେ ଗୁରୁତର ଆହତ ହୋଇଥିଲେ ସାଙ୍ଗ ଜଣକ। ତେବେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Also Read: ଛେଣ୍ଡିପଦାରେ ସୁନା ଚୋରି ଗ୍ୟାଙ୍ଗ ଆତଙ୍କ, ସୁନା ସଫା କରିବା ବାହାନାରେ ଲୁଟି ନେଲେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଚେନ

ଏନେଇ ଆଗଲପୁର ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏନେଇ ଗାଁରେ ନିଶା ବଟିକା ଏସକଫ ଭଳି ମାରାତ୍ମକ ନିଶା କାରବାର ବଢୁଛି ଏବଂ ଏହା ଯୋଗୁ ସ୍କୁଲ ପିଲା ମଧ୍ୟ ପ୍ରଭାବିତ ହେଉଛନ୍ତି । ସେହିପରି ପୋଲିସକୁ ଖବର ଦେବା ସହ ନିଶା କାରବାରକୁ ନେଇ ଅଭିଯୋଗ କଲେ ମଧ୍ୟ ଶୁଣୁନଥିବା ସହ ଆକ୍ସନ ହେଉନଥିବାରୁ ଏଭଳି ଘଟଣା ଘଟିଥିବା ଲୋକ ଅଭିଯୋଗ କରଛନ୍ତି।

Source link



Source link

Leave A Reply

Your email address will not be published.