Voice of Eastern India

ନୀଳାଦ୍ରିବିଜେ ପରେ କାଲି ବାହାରିବ ‘ନୀଳାଚଳ ଅବଢ଼ା’, ଲକ୍ଷେ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ


ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରିବିଜେ। ରଥାରୂଢ଼ ହୋଇ ବାହୁଡ଼ିବା ପରେ ଆଜି ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହା ପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ବାହାରିବ ବହୁ ପ୍ରତୀକ୍ଷିତ ‘ନୀଳାଚଳ ଅବଢ଼ା’। ଦୀର୍ଘ ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଅତ୍ୟନ୍ତ ଚଳଚଞ୍ଚଳ ହୋଇଉଠିବାକୁ ଯାଉଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଦିନରେ ପ୍ରାୟ ଲକ୍ଷେ ଭକ୍ତଙ୍କ ପାଇଁ ଅବଢ଼ା ତିଆରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ନୀଳାଦ୍ରି ବିଜେର ଶ୍ରୀଜିଉଙ୍କ ନୀତିକାନ୍ତିରେ କିଛିଟା ସମୟ ବ୍ୟବଧାନ ହେଉଥିବାରୁ, ଆସନ୍ତାକାଲି ନୀଳାଚଳ ଅବଢ଼ା ବାହାରିବାରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Also Read: ଭାବର ଠାକୁରଙ୍କୁ ଭକ୍ତିରେ ଭରା ଚିଠି; ଜଗାକୁ ଶୁଣାଇଲେ ଦଇତାପତି, ସବୁ ଜାଣି ବି ଶୁଣୁଛି ଜଗା…

ଏହି ସମ୍ପୂର୍ଣ୍ଣ ପ୍ରସ୍ତୁତି ଓ ନୀତିକାନ୍ତି ସମ୍ପର୍କରେ ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ନିଜର ମତ ରଖିଛନ୍ତି। ସେ କହିଛନ୍ତି ନୀଳାଚଳ ଅବଢ଼ାର ସ୍ୱାଦ ଓ ମାହାତ୍ମ୍ୟ ପାଇଁ ସାରା ଓଡ଼ିଶାରୁ ଅସଂଖ୍ୟ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାକୁ ସୁଚାରୁରୂପେ ସମ୍ପାଦନ କରିବାକୁ ଚେଷ୍ଟା ଜାରି ରହି।

Source link



Source link

Leave A Reply

Your email address will not be published.