Voice of Eastern India

ପିଏମ୍ ମୋଦୀଙ୍କୁ ପ୍ରଶଂସା, ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖାଇଲେ ଆଇନା ! ପ୍ରଫେସର କାମାକୋଟି ବିବାଦରେ ZOHO ପ୍ରତିଷ୍ଠାତାଙ୍କ ବୟାନ ଭାଇରାଲ୍


ନୂଆଦିଲ୍ଲୀ: ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି.କାମାକୋଟିଙ୍କୁ ନେଇ ପ୍ରୟଙ୍କା ଗାନ୍ଧୀଙ୍କ ଟିପ୍ପଣୀ ପରେ ରାଜନୀତି ଜୋର ହୋଇଛି । କଂଗ୍ରେସ ସାଂସଦଙ୍କ ଏହି ବୟାନଙ୍କୁ ନେଇ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏହାରି ଭିତରେ ସପ୍ଚୱେର କମ୍ପାନି ଜୋହୋର ପ୍ରତିଷ୍ଠାତା ଶ୍ରୀଧର ଭେମ୍ୱୁ ଏକ ସୋସିଆଲ୍ ମିଡିଆ ପୋଷ୍ଟ କରି କଂଗ୍ରେସ ନେତ୍ରୀଙ୍କୁ ପରୋକ୍ଷରେ ଆଇନା ଦେଖାଇଛନ୍ତି ।

ଏକ୍ସ ପୋଷ୍ଟରେ ଶ୍ରୀଧର ଭେମ୍ୱୁ କହିଛନ୍ତି, ମୋଦୀ ଜୀ ନନ୍ଦନ କିଲେକୋଣିଙ୍କୁ ନିଯୁକ୍ତ କରିଛନ୍ତି । ନିଲେକୋଣି ୨୦୧୪ ମସିହାରେ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ସରକାର ଇନଫୋସିସ୍, ଆଧାର ଏବଂ ଅନ୍ୟ ବଡ଼ ପ୍ରୋଜେକ୍ଟର ନେତୃତ୍ୱ ନେବାର ତାଙ୍କ ଅନୁଭବକୁ ସମ୍ମାନ କରୁଛନ୍ତି । ଅନ୍ୟପଟେ ପ୍ରିୟଙ୍କା ଜୀ ଆଇଆଇଟି ମାଡ୍ରାସର ଡାଇରେକ୍ଟର ପ୍ରଫେସର କାମାକୋଟିଙ୍କୁ ଟାର୍ଗେଟ୍ କରୁଛନ୍ତି । ତାଙ୍କ ନେତୃତ୍ୱରେ ଆଇଆଇଟି ମାଡ୍ରାସ୍ ଭାରତ ଶୀର୍ଷ ବୈଷୟିକ ସଂସ୍ଥାନ ଭାବେ ସାମନାକୁ ଆସିଛି । ସେଠାରେ ଏକ ସୁନ୍ଦର ଷ୍ଟାର୍ଟଅପ୍ ଇକୋସିଷ୍ଟମ ତିଆରି ହୋଇଛି । ଦୁହିଁଙ୍କ ମଧ୍ୟରୁ ଜଣେ ଚମତ୍କାର ଲିଡର୍ ।

 

ଗୋମୁତ୍ର ବିବାଦ କ’ଣ ?

କାମାକୋଟିଙ୍କ ସହ ବିବାଦ ୨୦୨୫ ଜାନୁଆରୀରେ ଆରମ୍ଭ ହୋଇଥିଲା । ଚେନ୍ନାଇର ଏକ ଗୋ-ଶାଳାରେ ମାଟୁ ପୋଙ୍ଗଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ ଦେଶୀ ଗାଈଙ୍କ ପ୍ରଜାତି ଏବଂ ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ ଗାଈ ମୁତ୍ରରେ ଆଣ୍ଟିବ୍ୟାକ୍ଟେରିୟମ, ଆଣ୍ଟିଫଙ୍ଗଲ ଏବଂ ହଜମରେ ସାହାଯ୍ୟ କରୁଥିବା କାରକ ରହିଛି ।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଶ୍ରୀଧର ଭେମ୍ୱୁ ଛତ୍ର ଆନ୍ଦୋଳନରେ ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ନିଜ ଖୋଲା ସମର୍ଥନ ଜଣାଇଥିଲେ । ଧର୍ମେନ୍ଦ୍ରଙ୍କ ଇସ୍ତଫାରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ଜଣେ ଶ୍ରେଷ୍ଠ ଜନସେବକ କହିଥିଲେ । ଶ୍ରୀଧର ଭେମ୍ୱୁ କହିଥିଲେ, “ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ମୁଁ ଜାଣିଥିବା ସବୁଠାରୁ ଶ୍ରେଷ୍ଠ ଜନସେବକମାନଙ୍କ ମଧ୍ୟରୁ ଜଣେ । ସେ ଏହି ଦେଶର ଯୁବବର୍ଗ, ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଗଭୀର ଭାବେ ଚିନ୍ତା କରନ୍ତି । ଆମ ଗ୍ରାମୀଣ ଯୁବପିଢ଼ିଙ୍କୁ କିପରି ଅଧିକ ଦକ୍ଷ କରାଯାଇପାରିବ, ସେ ନେଇ ଆମ ମଧ୍ୟରେ ଅନେକ ଆଲୋଚନା ହୋଇଛି । ତାଙ୍କର ଇସ୍ତଫା ଦେଖି ମୁଁ ଦୁଃଖିତ । ସେ ନିଜ ସ୍ୱାର୍ଥ ଅପେକ୍ଷା ଦେଶକୁ ପ୍ରଥମ ସ୍ଥାନ ଦେଇଛନ୍ତି ଏବଂ ତାଙ୍କ ପ୍ରତି ମୋର ସମ୍ମାନ ଏବେ ଆହୁରି ବୃଦ୍ଧି ପାଇଛି ।”

 

 

Source link



Source link

Leave A Reply

Your email address will not be published.