ମୁମ୍ବାଇ : ବିଗ୍ ବସ୍ ୨୦କୁ ନେଇ ବଢୁଛି ଚର୍ଚ୍ଚା ପରେ ଚର୍ଚ୍ଚା । ବର୍ତ୍ତମାନ ଶୋ’ରେ ଜଣେ ୱାଇଲ୍ଡ କାର୍ଡ ଏଣ୍ଟ୍ରିକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଏହି ଚର୍ଚ୍ଚା ଭିତରେ ସୋ’ କଣ୍ଟେଷ୍ଟାଣ୍ଟ ଉଦିତୀଙ୍କ ଏକ୍ସ-ବୟଫ୍ରେଣ୍ଡ କରଣ ୱାହି ବିଗ୍ ବସ୍ ଘରେ ୱାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି କରିବେ ବୋଲି ଖବର ଚର୍ଚ୍ଚାରେ ଅଛି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି ଏବଂ କରଣ ଏନେଇ କ’ଣ ପ୍ରତିକ୍ରିୟା ଦେଇଛନ୍ତି ତାହା ଏବେ ଆଲୋଚନାର ବିଷୟ ।
ବିଗ୍ ବସ୍ ୨୦… ଟିଆରପି ସହ ଚର୍ଚ୍ଚାରେ ରହିଛି ପ୍ରତିଯୋଗୀଙ୍କ ସମ୍ପର୍କ ଓ ଘର ଭିତରର ଘଟଣା । ଏହାରି ଭିତରେ ଉଦିତୀଙ୍କ ସହ କରଣ ୱାହିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ କରଣ ୱାହି ୱାଇଲ୍ଡ କାର୍ଡ ଭାବେ ଶୋ’ରେ ପ୍ରବେଶ କରିବେ ବୋଲି ଖବର ସାମ୍ନାକୁ ଆସିଛି । ତେବେ ଏହି ଚର୍ଚ୍ଚା ଉପରେ କରଣ ୱାହି ନିଜେ ଦେଇଛନ୍ତି ଜବାବ । କରଣ ନିକଟରେ ନିଜ ଇନ୍ସଟାଗ୍ରାମରେ ‘ଆସ୍କ ମି ଏ କ୍ୱେଶ୍ଚନ୍’ ସେସନ୍ କରିଥିଲେ। ଏହି ସମୟରେ ଜଣେ ଫ୍ୟାନ୍ ତାଙ୍କୁ ପଚାରିଥିଲେ, “ଆପଣ ବିଗ୍ ବସ୍ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭାବେ ଯିବାକୁ ଯାଉଛନ୍ତି କି?”
ବିଗ୍ ବସ୍ ଘରେ ତାଙ୍କ ଏଣ୍ଟ୍ରିକୁ ନେଇ ଚାଲିଥିବା ଗୁଜବକୁ ନେଇ ଉଠୁଥିବା ପ୍ରଶ୍ନର ଜବାବରେ ସେ କହିଥିଲେ, “ମୁଁ UNO ବିଷୟରେ କଥା ହେଉଥିଲି। ଆଉ UNOରେ ମୋର ଫେଭରିଟ୍ କାର୍ଡ ବିଷୟରେ କହୁଥିଲି। ତୁମମାନଙ୍କୁ ଜୀବନରେ ଟିକେ ବି ଚିଲ୍ କରିବାର ନାହିଁ। ପ୍ରତ୍ୟେକ କଥାର ଅନ୍ୟ କିଛି ଅର୍ଥ ବାହାର କରିବାକୁ ପଡ଼େ।” ଏହାପରେ ସେ ସ୍ପଷ୍ଟ କରି କହିଥିଲେ, “ୟାର, ମୁଁ ବିଗ୍ ବସକୁ ଆସୁନାହିଁ। ମୋର ହୋଇଗଲା। ଏହି ଚିନ୍ତାକୁ ଏଇଠି ଶେଷ କରିଦେବା। ମୁଁ ବିଗ୍ ବସ୍କୁ ଆସୁନାହିଁ, ଅତିକମ୍ରେ ଏହି ବର୍ଷ ତ ନିଶ୍ଚିତ ଭାବେ ନୁହେଁ।” ତେବେ କରଣ ଚଳିତ ବର୍ଷ ବିଗ୍ ବସ୍କୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ହେଲେ ଆଗାମୀ ବର୍ଷଗୁଡ଼ିକରେ ସେ ବିଗ୍ ବସ୍ର ଅଂଶ ହୋଇପାରନ୍ତି ବୋଲି ତାଙ୍କ କଥାରୁ ସମ୍ଭାବନା ରହିଛି।।
