Voice of Eastern India

ଏବେ ଟ୍ରେଲର୍, ଆଗକୁ ପୂରା ଫିଲ୍ମ୍ : ଆହୁରି ବିସ୍ଫୋରକ ବ୍ୟାଟିଂ କରିବେ କୋହଲି, ମ୍ୟାଚ୍ ପରେ କହିଦେଲେ ବଡ଼ କଥା


ନୂଆଦିଲ୍ଲୀ, ୨୮/୦୯ : ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ଦମଦାର ଶତକ ଲଗାଇଛନ୍ତି ବିରାଟ କୋହଲି । ଦେଖାଇଦେଇଛନ୍ତି ଯେ ଏବେବି ସେ ଫିଟ୍ । ମରିନି ରନର ଭୋକ । ଏବେ ବି ସେ ଚେଜ୍ ମାଷ୍ଟର ଏବଂ ମଡର୍ଣ୍ଣ କ୍ରିକେଟର ମାଷ୍ଟର୍ । ଏହାସହ ନିଜ ଅନ୍ଦାଜକୁ ନେଇ ମଧ୍ୟ ମ୍ୟାଚ୍ ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଦଳର ଷ୍ଟାର୍ କ୍ରିକେଟର ତଥା କ୍ରାଉଡ୍ ପୁଲର ବିରାଟ କୋହଲି ।

Also Read :- ଆଲବମ୍ ଅଭିନେତ୍ରୀ ଜସ୍ମିନଙ୍କ ଆତ୍ମହତ୍ୟା : ପିଇଦେଲେ ଏସିଡ୍ !

ଭାଙ୍ଗିଲେ ସଚିନଙ୍କ ରେକର୍ଡ

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ କୋହଲିଙ୍କ ବିରାଟ ରେକର୍ଡ । ମହାନ ବ୍ୟାଟର୍ ବିରାଟ କୋହଲି ଦିନିକିଆ କ୍ରିକେଟ୍ରେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସଚିନ୍ ତେନ୍ଦୁଲକରଙ୍କର ଆଉ ଏକ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ବିରାଟ ।ଥିରୁଅନନ୍ତପୁରମ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ (ODI) ମ୍ୟାଚ୍ରେ ଶତକୀୟ ପାଳି ଖେଳି ସେ ୧୫,୦୦୦ ରନ୍ ପୂରଣ କରିବାର ବିଶ୍ବ ରେକର୍ଡ ରଚିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ୫୯ ରନ୍ର ଆବଶ୍ୟକତା ଥିଲା। ଦିନିକିଆ କ୍ରିକେଟ୍ ଇତିହାସରେ ୧୫,୦୦୦ ରନ୍ ପୂରଣ କରିବାରେ ବିରାଟ ହେଉଛନ୍ତି ଦ୍ୱିତୀୟ ବ୍ୟାଟର୍ । ପୂର୍ବରୁ ସଚିନ୍ ତେନ୍ଦୁଲକର ୩୭୭ ଟି ପାଳି ଖେଳି ଏହି ମାଇଲଖୁଣ୍ଟ ଛୁଇଁଥିବା ବେଳେ, ବିରାଟ କୋହଲି ମାତ୍ର ୩୦୩ ଟି ପାଳିରେ ଏହି ଅଦ୍ଭୁତ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଦମଦାର ଶତକ

ମୁକାବିଲାରେ ବିରାଟ ମାତ୍ର 88ଟି ବଲର ସାମ୍ନା କରିଥିଲେ । ଏତିକି ବଲ୍ ଖେଳି ସେ ୧୩୯ ରନ୍ ସ୍କୋର କରିଥିଲେ । ତାଙ୍କର ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏହି ପାଳିରେ ସେ ୯ଟି ଛକା ଏବଂ ଟି ଚଉକା ଲଗାଇଥିଲେ ।କୌଣସି ଇଣ୍ଡିଜ ବୋଲରଙ୍କୁ ସେ ଛାଡିନଥିଲେ । ସମସ୍ତଙ୍କୁ ପ୍ରହାର କରିଥିଲେ । 

ମ୍ୟାଚ୍ ପରେ ପ୍ରତିକ୍ରିୟା

ମ୍ୟାଚ୍ ପରେ କୋହଲି କହିଛନ୍ତି ଯେ, ଏବେ ସେ କେବଳ ମାଇଲଷ୍ଟୋନ୍ ଉପରେ ଫୋକସ କରୁ ନାହାଁନ୍ତି । ସେ ଏବେ ପରିସ୍ଥିତିକୁ ବୁଝି ଦଳ କଣ ଚାହୁଁଛି ସେଦିଗରେ କାମ କରିବା ଦିଗରେ ଧ୍ୟାନ ଦେଉଛନ୍ତି । ଏହାସହ ଉପଲବ୍ଧି ଆପେଆପେ ଆସିଥାଏ । ତାଙ୍କୁ ଭାରତ ପାଇଁ ଏବେସୁଦ୍ଧା ଖେଳିବାକୁ ସୁଯୋଗ ମିଳିଥିବାରୁ ସେ ଭାଗ୍ୟବାନ ମନେ କରନ୍ତି । ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ । ଭଗବାନ ତାଙ୍କୁ ଜୀବନରେ ଏତେ ବାଟରେ ପହଁଚାଇଛନ୍ତି ।

ରନ୍ ମେସିନ୍ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରିକେଟ୍ ଖେଳିବା ପାଇଁ ସୁଯୋଗ ମିଳିବା ବହୁତ ବଡ କଥା । କାରଣ ବହୁତ ଖେଳାଳି ଏତେ ବାଟ ଆସିପାରି ନଥାନ୍ତି । ଏଥିପାଇଁ ସବୁଦିନ ପରିଶ୍ରମ କରିବାକୁ ପଡେ । କ୍ୟାରିଅରର ଏହି ସମୟରେ ଆକ୍ରମଣାତ୍ମକ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ବିରାଟ କହିଛନ୍ତି ଯେ, ଖେଳକୁ ବୁଝିବା ବହୁତ ଜରୁରୀ । ଶାରୀରିକ ଭାବେ ନିଜକ ଫିଟ୍ ରଖିବା ବି ବହୁତ ଜରୁରୀ । ଖେଳ ସହ ମାନସିକତା ଜଡିତ ଥାଏ । ଆଗକୁ ମଧ୍ୟ ସେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ବ୍ୟାଟିଂ କରିବେ । ନିଜ ବ୍ୟାଟିଂକୁ ଆଉ ଗୋଟିଏ ଦୁଇଟି ଗିଅର ଉପରକୁ ଉଠାଇବେ । ଏହି କାମ କରିବା ଖୁବ୍ ରୋମାଞ୍ଚଭରା ଅଟେ । ଏଥିପାଇଁ ସେ ଉତ୍ସାହିତ ଅଛନ୍ତି । ଏହାର ଫାଇଦା ଆଇପିଏଲରେ ମଧ୍ୟ ସେ ପାଇବେ ବୋଲି କହିଛନ୍ତି ।

Source link



Source link

Leave A Reply

Your email address will not be published.