ନୂଆଦିଲ୍ଲୀ: ହଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ୨୦୨୬ ମସିହା ପାଇଁ ନିଜର ପ୍ରିମିୟମ ମୋଟରସାଇକେଲ ପୋର୍ଟଫୋଲିଓକୁ ଭାରତରେ ବଢ଼ାଇଛି। କମ୍ପାନୀCB750 Hornet E-ClutchଏବଂXL750 Transalp E-Clutch ଦୁଇଟି ମଡେଲଲଞ୍ଚ କରିଛି। ଏହା ସହିତ ଲୋକପ୍ରିୟ ଗୋଲ୍ଡ ୱିଙ୍ଗକୁ ନୂଆ ରଙ୍ଗରେ ମାର୍କେଟ୍କୁ ଛାଡ଼ିଥିବା ବେଳେ CBR1000RR-R Fireblade SP କମ୍ପାନୀର ଫ୍ଲାଗସିପ୍ ସୁପରସ୍ପୋର୍ଟ ମୋଟରସାଇକେଲ ଭାବେ ମାର୍କେଟ୍ରେ ଉପଲବ୍ଧ ରହିଛି। ଏହି ଚାରୋଟି ମୋଟରସାଇକେଲ ପାଇଁ ବୁକିଂ ଏବେ ସମଗ୍ର ଦେଶରେ ଥିବା ହଣ୍ଡାର ‘ଟପଲାଇନ’ ଏବଂ ‘ବିଗ୍ୱିଙ୍ଗ’ ଡିଲରଶିପରେ ଆରମ୍ଭ ହୋଇଛି।
ନୂଆ ମୋଟରସାଇକେଲର ମୂଲ୍ୟ (ଏକ୍ସ-ଶୋ’ରୁମ୍, ଗୁରୁଗ୍ରାମ):
|
ମୋଟରସାଇକେଲ
|
ମୂଲ୍ୟ
|
|
CB750 Hornet E-Clutch
|
୧୦.୪୯ ଲକ୍ଷ ଟଙ୍କା
|
|
XL750 Transalp E-Clutch
|
୧୩.୨୦ ଲକ୍ଷ ଟଙ୍କା
|
|
Gold Wing
|
୪୪.୩୦ ଲକ୍ଷ ଟଙ୍କା
|
|
CBR1000RR-R Fireblade SP
|
୩୩.୫୦ ଲକ୍ଷ ଟଙ୍କା
|
ମୁଖ୍ୟ ବୈଶିଷ୍ଟ୍ୟଗୁଡିକ:
E-Clutch ଟେକ୍ନୋଲୋଜି:ହଣ୍ଡାର ନୂଆ E-Clutch ସିଷ୍ଟମ୍ ରାଉଡରଙ୍କୁ କ୍ଲଚ୍ ଲିଭର ବ୍ୟବହାର ନକରି ଗିଅର ପରିବର୍ତ୍ତନ କରିବାର ସୁବିଧା ଦେଇଥାଏ, ଯାହା ଚାଳନାକୁ ଅଧିକ ଆରାମଦାୟକ ଏବଂ ସହଜ କରିଥାଏ।
CB750 Hornet E-Clutch:ଏଥିରେ ୭୫୫cc ପାରାଲେଲ-ଟ୍ୱିନ୍ ଇଞ୍ଜିନ୍ ରହିଛି, ଯାହା ୯୧.୮ bhp ଶକ୍ତି ଏବଂ ୭୫ Nm ଟର୍କ ପ୍ରଦାନ କରେ। ଏଥିରେ ୫-ଇଞ୍ଚର TFT କନସୋଲ ଏବଂ ହଣ୍ଡା ରୋଡ୍ସିଙ୍କ୍ (Honda RoadSync) କନେକ୍ଟିଭିଟି ରହିଛି।
Also Read- SpaceX IPO: ଲଞ୍ଚ ହେଲା ଦୁନିଆର ସବୁଠାରୁ ବଡ଼ IPO, ପ୍ରଥମ ଟ୍ରିଲିୟନିୟର ଏଲନ୍ ମସ୍କ
XL750 Transalp E-Clutch: ଆଡଭେଞ୍ଚର ଟୁରିଂ ପାଇଁ ଉଦ୍ଦିଷ୍ଟ ଏହି ବାଇକ୍ରେ Hornet ଭଳି ସମାନ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଏଥିରେ ବିଭିନ୍ନ ରାଇଡିଂ ମୋଡ୍ (ଗ୍ରାଭେଲ୍ ମୋଡ୍ ସହିତ) ଏବଂ ଦୁଆଲ-LED ହେଡ୍ଲ୍ୟାମ୍ପ ରହିଛି।
Gold Wing:ଏହି ବିଳାସପୂର୍ଣ୍ଣ ବାଇକରେ ୧,୮୩୩cc ଫ୍ଲାଟ-ସିକ୍ସ ଇଞ୍ଜିନ୍ ରହିଛି। ଏଥିରେ ୱାର୍ଲ୍ଲେସ୍ ଆପଲ୍ କାର୍ପ୍ଲେ, ଆଣ୍ଡ୍ରଏଡ୍ ଅଟୋ, ଏବଂ ଏୟାରବ୍ୟାଗ୍ ଭଳି ସୁରକ୍ଷା ବୈଶିଷ୍ଟ୍ୟ ରହିଛି।
CBR1000RR-R Fireblade SP:ଏହା ଏକ ଶକ୍ତିଶାଳୀ ୧,୦୦୦cc ଇନଲାଇନ୍ ଫୋର୍-ସିଲିଣ୍ଡର ଇଞ୍ଜିନ୍ଯୁକ୍ତ ସୁପରବାଇକ୍, ଯାହା ୨୧୭ bhp ଏବମ ୧୧୩ ଏନ୍ଏମ ଉତ୍ପନ୍ନ କରିଥାଏ। ଏଥିରେ ଓହ୍ଲିନ୍ସ (Ohlins) ସସ୍ପେନ୍ସନ୍ ଏବଂ ବ୍ରେମ୍ବୋ (Brembo) ବ୍ରେକ୍ ସିଷ୍ଟମ୍ ଦିଆଯାଇଛି।
ହଣ୍ଡାର ଏହି ନୂତନ ଉପସ୍ଥାପନା ସହିତ କମ୍ପାନୀ ଭାରତୀୟ ବଜାରରେ ନିଜର ପ୍ରିମିୟମ ମୋଟରସାଇକେଲ ସେଗ୍ମେଣ୍ଟକୁ ଆହୁରି ମଜବୁତ କରିଛି।
