Voice of Eastern India

ମହାରାଷ୍ଟ୍ର: ଦିଭେଆଗର ବେଳାଭୂମିରେ ବଡ଼ ଅଘଟଣ, ସମୁଦ୍ରରେ ବୁଡ଼ି ୮ ଛାତ୍ରଙ୍କ ମୃତ୍ୟୁ


ମୁମ୍ୱାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାସ୍ଥିତ ଦିଭେଆଗର ସମୁଦ୍ର ତଟରେ ଗୁରୁବାର ଏକ ବଡ଼ ଅଘଟଣ ଘଟିଛି । ଗାଧୋଇବା ସମୟରେ ପୁଣେର ଆଳନ୍ଦୀରୁ ଆସିଥିବା ୮ ଜଣ ଛାତ୍ରଙ୍କ ସମୁଦ୍ରରେ ବୁଡ଼ି ମୃତ୍ୟୁ ଘଟିଛି । କୁହାଯାଉଛି ଯେ ସମସ୍ତ ଛାତ୍ର ପ୍ରାଇଭେଟ୍ ଟ୍ୟୁସନ୍ ବାବଦରେ ଦିଭେଆଗର ପହଞ୍ଚିଥିଲେ । ସମୁଦ୍ରରେ ଗାଧୋଇବା ବେଳେ ହଠାତ୍ ଲହଡ଼ିରେ ଭାସି ଯାଇ ଛାତ୍ର ବୁଡ଼ିଯାଇଥିଲେ ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ମହାକାଳୀ ୱାଟର ସ୍ପୋର୍ଟସର କର୍ମଚାରୀ ଏବଂ ସ୍ଥାନୀୟ ନାଗରିକଙ୍କ ସହାୟତାରେ ସମସ୍ତ ୮ ଜଣ ଛାତ୍ରଙ୍କ ମୃତଦେହକୁ ସମୁଦ୍ରରୁ ବାହାର କରାଯାଇଛି । ମୃତଦେହଗୁଡ଼ିକୁ ବୋର୍ଲି ପଞ୍ଚତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।ମୃତଙ୍କ ପରିଚୟ ତନ୍ମୟ ଦତ୍ତାତ୍ରୟ ବାହିଲେ, ସୁମିତ୍ ଭରତ ଅହିରେ, ପ୍ରଣବ ରାମଦାସ ବାନସୋଡ଼େ, କୈବଲ୍ୟ ସୀତଶ ବାଂସକର, ରାଜବୀର ଯୁବରାଜ ବାହିଲେ, ୟଶ କରଣ ୱାନଖେଡେ, ସୋହମ ତୁକାରମ ଭଣ୍ଡବଲକର, କୌସ୍ତୁଭ ସନ୍ଦୀପ ପାଣ୍ଡେ ବୋଲି ଜଣାପଡ଼ିଛ ।

ଦିଭେଆଗର ବିଚ୍ ବୁଲି ଆସିଥିଲେ ୪୨ ଜଣ ଛାତ୍ର

ରିପୋର୍ଟ ଅନୁଯାୟୀ, ଆଲନ୍ଦୀ ସ୍ଥିତ ୱିନର୍ସ ଏକାଡେମୀର ୪୨ ଜଣ ଛାତ୍ର ଦିଭେଆଗର ବୁଲିବାକୁ ଆସିଥିଲେ ।ଏହି ଛାତ୍ରମାନେ ୧୧ଶ ଏବଂ ଦ୍ୱାଦଶ ଶ୍ରେଣୀର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଆଠ ଜଣ ଛାତ୍ର ସମୁଦ୍ରରେ ପହଁରିବାକୁ ଯାଇଥିଲେ । ସମୁଦ୍ରରେ ଗାଧୋଇବାର କିଛି ସମୟ ପରେ, ସେମାନେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ । କିଛି ସେକେଣ୍ଡ ମଧ୍ୟରେ ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ । ହଠାତ୍ ଆସିଥିବା ବଡ଼ ଢେଉ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ମତରେ, ବାହାରୁ ଆସୁଥିବା ପର୍ଯ୍ୟଟକ ଏବଂ ଛାତ୍ରମାନେ ପ୍ରାୟତଃ ଗଭୀରତା ଏବଂ ସମୁଦ୍ର ଜୁଆର ବିଷୟରେ ନ ଜାଣି ଗାଧୋଇବା ପାଇଁ ପସି ଯାଆନ୍ତି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମହାକାଳୀ ସ୍ପୋର୍ଟ୍ସର କର୍ମଚାରୀ, ସ୍ଥାନୀୟ ନାଗରିକ ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ବହୁ ଚେଷ୍ଟା ପରେ ସମସ୍ତ ଆଠ ଜଣ ଛାତ୍ରଙ୍କୁ ସମୁଦ୍ରରୁ ବାହାର କରାଯାଇଥିଲା। ଏହାପରେ ମୃତଦେହଗୁଡ଼ିକୁ ବୋର୍ଲି ପଞ୍ଚତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ।

Source link



Source link

Leave A Reply

Your email address will not be published.