Voice of Eastern India

ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ, ଆମେ ପୂର୍ବ ସରକାର ଭଳି ଆନ୍ଦୋଳନ କରୁନୁ… ସମାଧାନ କରୁଛୁ


ଭୁବନେଶ୍ୱର ୦୧।୧୦ : ମହାନଦୀ ଜଳ ବିବାଦ । ମହାନଦୀ ବିବାଦ ସମାଧାନ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆମ ସରକାର ଗୋଟିଏ ପରେ ଗୋଟିଏ ସୋପାନ ସଫଳତାର ସହ ଅତିକ୍ରମ କରୁଛନ୍ତି । ଗତ ସରକାର ଭଳି ଆମେ ରାସ୍ତାରେ ହାଣ୍ଡି ବାଡେଇ ପ୍ରଦର୍ଶନ କରୁ ନାହୁଁ । ଆମେ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗକୁ ଆଗକୁ ନେଇଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ-ତିନି ବର୍ଷ ମଧ୍ୟରେ ଏହି ଦିଗରେ ଆମେ ଯଥେଷ୍ଟ ଆଗକୁ ଯାଇଛୁ । ଆଜି ମହାନଦୀ ଜଳବିବାଦ ଏଭଳି ଏକ ସ୍ଥିତିରେ ପହଞ୍ଚିଛି ଯେ, ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଅଛୁ ଯେ ଏହାର ଏକ ସମାଧାନର ସୂତ୍ର ବାହାରିବ । ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏଥିରେ ସ୍ପଷ୍ଟ ଭାବରେ ନିଜର ଭୂମିକା ନିର୍ବାହ କରୁଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଛି । ଅଧିକାରୀସ୍ତରରେ, ଇଞ୍ଜିନିୟରସ୍ତରରେ ଏବଂ ମନ୍ତ୍ରୀସ୍ତରରେ ମଧ୍ୟ ଆଲୋଚନା ହୋଇଛି ।ସାଧାରଣତଃ ଟ୍ରିବ୍ୟୁନାଲରେ ଜଳବିବାଦର ସମାଧାନ ପାଇଁ ବର୍ଷ ବର୍ଷ ଲାଗିଯାଇପାରେ । ଯଦି ଏହି ସରକାର ଗତ ସରକାର ଭଳି ସେହି ରାସ୍ତାରେ ଯାଇଥାନ୍ତା, ତେବେ ଟ୍ରିବ୍ୟୁନାଲ ବସିଥାନ୍ତା ଏବଂ ବର୍ଷ ବର୍ଷ ଧରି ମାମଲା ଚାଲିଥାନ୍ତା ।ରାସ୍ତାକୁ ଓହ୍ଲାଇ କେହି ଆନ୍ଦୋଳନ କଲେ ଜଳ ବିବାଦର ସମାଧାନ ହୋଇଯାଏ ନାହିଁ । ଆଲୋଚନା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ମାଧ୍ୟମରେ ମଧ୍ୟ ଜଳବିବାଦର ସମାଧାନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

Also Read:-ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ, ପଛରୁ ଆସି ପିଟିଲା ମିନି ବସ୍

ଅନ୍ୟପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ, ମହାନଦୀ ଜଳ ବିବାଦକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତି ଶାହ, ଛତିଶଗଡ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଘ କିଛି ପ୍ରଶ୍ନ କରିବାକୁ ଚାହୁଁଛି । ଉପରମୁଣ୍ଡର ସମସ୍ତ ପ୍ରକଳ୍ପର ସାମୂହିକ ପ୍ରବାହକୁ ବିଚାର କୁ ନିଆଯିବ କି ? ଏହାର ବୈଜ୍ଞାନିକ ଆଧାର କ’ଣ ହେବ ? ଅଣ ମୌସୁମୀ ସମୟରେ ଓଡ଼ିଶା ପାଇଁ କେତେ ଜଳ ନିଶ୍ଚିତ କରାଯିବ ? ଦୁଇ ଦେଶ ଭିତରେ ଯଦି କୌଣସି ବୁଝାମଣା ସ୍ବାକ୍ଷର ହେଉଛି ତାହେଲେ ଏହାର ତଦାରଖ କିଏ କରିବେ ?

Source link



Source link

Leave A Reply

Your email address will not be published.