Voice of Eastern India

ରାକ୍ଷୀରେ ଘୂର୍ଣ୍ଣିବଳୟ : ଲଘୁଚାପ ପାଇଁ ପ୍ରବଳ ବର୍ଷିବ, ମହାନଦୀରେ ଆସିବ ବନ୍ୟା !


ଭୁବନେଶ୍ୱର, ୨୬/୦୮ : ମୁଣ୍ଡଳୀରେ ୨ ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ବୁଧବାର ଏଠାରେ ପାଣି ବଢ଼ିବା ସହ ପ୍ରାୟ ସାଢ଼େ ୬ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିବ। ଫଳରେ ମହାନଦୀ ସାମାନ୍ୟ ଫୁଲିପାରେ । ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ପାଣି ରହିବ। ଆସନ୍ତା ତିନି ଦିନ ଯାଏ ବିଶେଷ ବର୍ଷା ନାହିଁ । ଫଳରେ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟିର ଆଶଙ୍କା ନାହିଁ। ସେପଟେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ପାଣି କମିବାରୁ ବନ୍ୟା ସ୍ଥିତି ସୁଧୁରିଛି।

ମହାନଦୀକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୨୩ ହଜାର ଘନଫୁଟ ପାଣି ପଶୁଛି। ଖଇରମାଳରେ ୫ଲକ୍ଷ ୯୦ହଜାର ଘନଫୁଟ ଓ ବରମୂଳରେ ୩ ଲକ୍ଷ ୧୧ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ତେଲ ନଦୀର ପଥରଳାରେ ୨ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଛି । ମୁଣ୍ଡଳୀରେ ଏବେ ୨ଲକ୍ଷ ୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେଳେ ଆସନ୍ତା ୧୨ ଘଣ୍ଟାରେ ବରମୂଳରୁ ପାଣି ଆସି ପହଞ୍ଚିଯିବ। ଫଳରେ ମୁଣ୍ଡଳୀରେ ଜଳସ୍ତର ବଢ଼ିବା ସହ ତଳମୁଣ୍ଡରେ ଅଧିକ ପାଣି ପଶିବ। ଏଥିଯୋଗୁ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସବୁ ନଦୀରେ ଜଳ ପତ୍ତନ କମିଛି। ମାଲକାନଗିରିରେ ସ୍ଥିତି ସ୍ବାଭାବିକ ହୋଇଛି। ତଥାପି ୬ ଜିଲ୍ଲାର ୨୨ ବୃକ୍ର ୧ ଲକ୍ଷ ୭ ହଜାର ୨୩୫ ଲୋକ ପ୍ରଭାବିତ ହୋଇଛନ୍ତି। ୨ ହଜାର ୨୮୨ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ୯୫ ବନ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଦିଆଯାଉଛି। ୩୭୭ ଘର ଭାଙ୍ଗିଛି । ଏବେ ବି ୨୮ ଓଡ୍ରାଫ, ଗୋଟିଏ ଏନଡିଆରଏଫ ୪୦ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ଵରରେ ସମ୍ପୂର୍ଣ୍ଣ ଜଳ ନିଷ୍କାସନ ହୋଇନି। ପାଣି ଖସିବାକୁ ଆହୁରି ୨ ରୁ ୩ ଦିନ ଲାଗିବ। ରାଜସ୍ୱ ବିଭାଗ ତୃତୀୟ କିସ୍ତିରେ ଜିଲ୍ଲାଗୁଡ଼ିକୁ ବନ୍ୟା ସହାୟତା ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିଛି।

ପୁଣି ଘୂର୍ଣ୍ଣିବଳୟ

ଆସନ୍ତା ୨୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୩୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ। ୨୮ ତାରିଖ ବେଳକୁ ବର୍ଷା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ କହିଛନ୍ତି। ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୭ ଓ ୨୮ ତାରିଖ ବେଳକୁ ବର୍ଷା ବଢ଼ିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। ୩୦ ଓ ୩୧ରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୧୦୧ମିମି, ବରଗଡ଼ରେ ୯୫.୮, ଝାରସୁଗୁଡ଼ାରେ ୩୭.୩, ମାଲକାନଗିରିରେ ୩୬.୪ ଓ ଯାଜପୁରରେ ୩୧.୫ ମିମି ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୭.୫ ମିମି ବର୍ଷା ହୋଇଛି। ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଳକରେ ସର୍ବାଧିକ ୧୬୨.୨ ମିମି ବର୍ଷା ହୋଇଛି। ୪ଟି ବ୍ଳକରେ ୧୦୦ ମିମିରୁ ଅଧିକ ଓ ୯ଟି ବୃକ୍, ଗୋଟିଏ ପୌରାଞ୍ଚଳରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି। ଅଗଷ୍ଟ ୧ରୁ ୨୫ ତାରିଖ ଯାଏ ମୋଟ ୩୪୪.୪ ମିମି ବର୍ଷା ହୋଇଛି।

Also Read :- ଫ୍ରାନ୍ସରେ ତାଣ୍ଡବ ରଚିଲା ଭୟଙ୍କର ଟୋର୍ନାଡୋ, ୩୦୦ରୁ ଅଧିକ ଘର ନଷ୍ଟ; ଭିଡିଓ ଦେଖି ଲୋକ ଛାନିଆ

ଏଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଳକର ୧୮ଟି ପଞ୍ଚାୟତ ଅଧୀନରେ ଥିବା ୭୦ଟି ଗାଁର ୭୫, ୪୩୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲାର ବରୀ, ବିଞ୍ଝାରପୁର ଓ ଦଶରଥପୁର ବ୍ଳକର ୧୫ଟି ପଞ୍ଚାୟତ ଅଧୀନ ୪୧ଟି ଗାଁର ୨୧ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଳକ, ଗୋଟିଏ ପୌରାଞ୍ଚଳ, ୧୧ଟି ୱାର୍ଡ, ୩୫ଟି ପଞ୍ଚାୟତ ଓ ୬୪ଟି ଗାଁର ୫,୪୭୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।ପ୍ରବଳ ବର୍ଷାରେ କେନ୍ଦୁଝର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର କେତେକ ଅଞ୍ଚଳ ପ୍ରଭାବିତ ହୋଇଛି।

Source link



Source link

Leave A Reply

Your email address will not be published.