Voice of Eastern India

ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା, ଘଣ୍ଟାକରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ଦର୍ଶନ ଲକ୍ଷ୍ୟ


ଭୁବନେଶ୍ବର ୬।୧୧: କାର୍ତ୍ତିକ ବ୍ରତ ପରେ ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ସେଥିପାଇଁ ସବୁ ପ୍ରକାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକା ସଙ୍ଗେ ୮ଟି ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଘଣ୍ଟାଏ ଭିତରେ ପାଖାପାଖି ୧୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଦର୍ଶନ କରିବେ । ସାତ ପାହାଚ ପରେ ପରେ ଗରୁଡ଼ ସ୍ତମ୍ଭ ବାହାର କାଠ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁହେବ ।

Also Read:- ରାତିରେ ନାଟକ ଦେଖିବାକୁ ଯାଇଥିଲେ, ସକାଳୁ ମିଳିଲା ଯୁବକଙ୍କ ମୁଣ୍ଡବିହୀନ ମୃତଦେହ

ଏହା ଅତ୍ୟାଧୁନିକ ହେବ । କୋଲାପ୍ସ ବ୍ରିଜ୍ ଭଳି ନୀତିକାନ୍ତି ସମୟରେ ତାହା ଖୋଲିଯିବ । ତାପରେ ପୁଣି ଯୋଡ଼ି ହୋଇଯିବ । IIT ଭୁବନେଶ୍ବର ସହ ସବୁ ଟେକ୍ନିକାଲ ଟିମ୍ ସହଯୋଗରେ ଏହା କରାଯାଇଛି। ଖୁବଶୀଘ୍ର ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ପରିଦର୍ଶନ କରିବା ପରେ ଏହାକୁ ଲାଗୁ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

Source link



Source link

Leave A Reply

Your email address will not be published.