ଭୁବନେଶ୍ୱର (୩0/୬) : ବଲିଉଡ୍ ଓ ଟେଲିଭିଜନ ସେଲିବ୍ରିଟିଙ୍କ ଜୀବନ ସବୁବେଳେ ଚର୍ଚ୍ଚାରେ ଥାଏ । କେବଳ ପ୍ରେମ କାହାଣୀ ଏବଂ ହାଇ-ପ୍ରୋଫାଇଲ୍ ବିବାହ ନୁହେଁ, ସେଲିବ୍ରିଟିଙ୍କ ଡିଭୋର୍ସ ଖବର ମଧ୍ୟ ସବୁବେଳେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରେ। କିନ୍ତୁ କେତେକ ସେଲିବ୍ରିଟିଙ୍କ ଛାଡପତ୍ର ଘୋଷଣା ଫ୍ୟାନ୍ସମାନଙ୍କୁ ଗଭୀର ଝଟକା ଦେଇଛି। ନିକଟରେ ଟେଲିଭିଜନ ଅଭିନେତ୍ରୀ ଆକାଂକ୍ଷା ଚମୋଲାଙ୍କ ଗୌରବ ଖନ୍ନାଙ୍କ ସହ ବିବାହ ବିଚ୍ଛେଦ ଖବର ଘୋଷଣା ପରେ ଏହି ଚର୍ଚ୍ଚା ପୁଣି ତୀବ୍ର ହୋଇଛି। କିନ୍ତୁ ଏହା ପ୍ରଥମ ଥର ନୁହେଁ, କୌଣସି ସେଲିବ୍ରିଟି ଯୋଡ଼ିଙ୍କ ବିଚ୍ଛେଦ ହେବ ଘଟଣା ଫ୍ୟାନ୍ସଙ୍କୁ ଝଟକା ଦେଇଛି। ତେବେ ଆସନ୍ତୁ ଜାଣିବା ୬ଟି ଏମିତି ଘଟଣା, ଯେଉଁଠାରେ ସେଲିବ୍ରିଟିଙ୍କ ଛାଡପତ୍ର ଖବର ସୋସିଆଲ୍ ମିଡିଆକୁ ଦୋହଲାଇଦେଇଥିଲା।
ସେଲିବ୍ରିଟି ଜୀବନ ବାହାରୁ ଯେତେ ଗ୍ଲାମରସ୍ ଲାଗେ, ଭିତରେ ସେତେ ଜଟିଳ ମଧ୍ୟ ହୋଇଥାଏ। ତାଙ୍କ ରିଲେସନ୍ଶିପ୍ ଏବଂ ବ୍ରେକଅପ୍ ଖବର ସବୁବେଳେ ହେଡଲାଇନ୍ ଦଖଲ କରେ।ଯେତେବେଳେ ଭାରତର କିଛି ସବୁଠାରୁ ପ୍ରିୟ ସେଲିବ୍ରିଟି ଯୋଡ଼ି ନିଜ ବିଚ୍ଛେଦ ଘୋଷଣା କରନ୍ତି, ସେତେବେଳେ ଖବରଟି ଦ୍ରୁତ ଗତିରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ ଏବଂ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ଓ ଭାବୁକ ହୋଇଯାନ୍ତି। ଏପରି ଖବରଗୁଡ଼ିକ କେବଳ ମନୋରଞ୍ଜନ ଜଗତକୁ ନୁହେଁ, ବରଂ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ଭାବନାକୁ ମଧ୍ୟ ପ୍ରଭାବିତ କରେ।
ଗୌରବ ଖାନ୍ନା ଓ ଆକାଂକ୍ଷାଙ୍କ ବିଚ୍ଛେଦ :
“ବିଗ୍ ବସ୍ ସିଜନ-19”ରେ ଗୌରବ ଅଂଶଗ୍ରହଣ କରିବା ପରେ, ସେ ଓ ତାଙ୍କ ପତ୍ନୀ ଆକାଂକ୍ଷା ଚମୋଲା ଟିଭି ଜଗତର ସବୁଠୁ ପସନ୍ଦ କରାଯାଉଥିବା କପଲ୍ମାନଙ୍କ ମଧ୍ୟରେ ଗଣାଯାଉଥିଲେ |ଦୁଇଜଣ ୨୦୧୬ ମସିହାରେ ବିବାହ କରିଥିଲେ। କିନ୍ତୁ “ଲକ୍ ଅପ୍ 2” ଶୋ ପ୍ରିମିୟର୍ ସମୟରେ ଆକାଂକ୍ଷା ଖୁଲାସା କରିଥିଲେ ଯେ, ସେମାନେ ଗତ ଗୋଟିଏ ବର୍ଷ ଧରି ଅଲଗା ରହୁଛନ୍ତି ଏବଂ ଏବେ ପରସ୍ପରକୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ଦୁଇ ପରିବାର ମଧ୍ୟ ସେମାନଙ୍କୁ କିଛି ସମୟ ଅଲଗା ରହି ପୁଣି ଏକାଠି ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶେଷରେ ସେମାନେ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ।
ସାମନ୍ଥା ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟଙ୍କ ବିଚ୍ଛେଦ :
ନେଟିଜେନ୍ମାନଙ୍କୁ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରାଇଥିବା ବିଚ୍ଛେଦ ମଧ୍ୟରୁ ଗୋଟିଏ ହେଉଛି ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଖବର । ଏହି ଦୁଇ ସେଲିବ୍ରିଟି ୨୦୧୦ରେ ତେଲୁଗୁ ରୋମାଣ୍ଟିକ୍ ଫିଲ୍ମ “ୟେ ମାୟା ଚେସାଭେ” ରେ ଏକସଙ୍ଗେ କାମ କରୁଥିବା ସମୟରେ ପ୍ରଥମେ ଦେଖା ହୋଇଥିଲେ । ପରେ ବହୁ ବର୍ଷ ଧରି ଡେଟିଂ ପରେ ୨୦୧୭ରେ ଖ୍ରୀଷ୍ଟିଆନ ଓ ହିନ୍ଦୁ ରୀତିନୀତି ଅନୁଯାଇ ଧୁମଧାମରେ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ, ୨ ଅକ୍ଟୋବର ୨୦୨୧ରେ ଦୁଇଜଣ ସେମାନଙ୍କ ବିଚ୍ଛେଦ ଘୋଷଣା କରିଥିଲେ। ଏହି ଖବର ଫ୍ୟାନ୍ସଙ୍କୁ ଜୋର ଝଟକା ଦେଇଥିଲା, କାରଣ ସେମାନେ ସାଉଥ୍ ସିନେମାର ସବୁଠୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଜଣେ । ପରେ ନାଗା ଚୈତନ୍ୟ ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କୁ ବିବାହ କରିଥିଲେ, ଆଉ ସାମନ୍ଥା ଫିଲ୍ମ ନିର୍ମାତା ରାଜ ନିଡିମୋରୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ହ୍ରିତିକ୍ ରୋଶନ୍ ଓ ସୁସାନ୍ନେ ଖାନଙ୍କ ଛାଡପତ୍ର :
ବଲିଉଡ୍ର ସବୁଠୁ ଶକ୍ତିଶାଳୀ ଯୋଡ଼ିଙ୍କ ମଧ୍ୟରୁ ଗଣାଯାଉଥିଲା ହ୍ରିତିକ୍ ରୋଶନ୍ ଓ ସୁସାନ୍ନେ ଖାନଙ୍କ ଯୋଡି । ହ୍ରିତିକ୍ ୨୦୦୦ ମସିହାରେ ସୁସାନ୍ନେ ଖାନ୍ଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ଦୁଇ ପୁଅ ହ୍ରେହାନ୍ ଓ ହ୍ରିଦାନ୍ ଅଟନ୍ତି । କିନ୍ତୁ ୨୦୧୩ ମସିହାରେ ସେମାନେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ଏବଂ ତା’ପର ବର୍ଷ ଆଇନଗତ ଭାବେ ସେମାନଙ୍କ ଛାଡପତ୍ର ହୋଇଥିଲା। ଏହି
ରବି ମୋହନ୍ ଓ ଆରତି ରବିଙ୍କ ବିଚ୍ଛେଦ :
ତାମିଲ୍ ଅଭିନେତା ରବି ମୋହନ୍ ୨୦୨୪ ସେପ୍ଟେମ୍ବରରେ ଆରତି ରବିଙ୍କୁ ଠାରୁ ଅଲଗା ହେବାର ଘୋଷଣା କରିଥିଲେ, ଯାହା 15 ବର୍ଷର ବୈବାହିକ ଜୀବନରେ ନୂଆ ମୋଡ଼ ଆଣିଥିଲା। ଏହି ଦମ୍ପତିଙ୍କର ଦୁଇଟି ପୁଅ ଅଛନ୍ତି। ଦୁହିଁଙ୍କ ପକ୍ଷରୁ ଭିନ୍ନ ଭିନ୍ନ ବକ୍ତବ୍ୟ ଓ ଅଭିଯୋଗ ଆସିଥିବାରୁ ଏହି ବିଚ୍ଛେଦ ଖବର ବହୁତ ଚର୍ଚ୍ଚାରେ ଥିଲା।
କରିଶ୍ମା କପୁର ଓ ସଞ୍ଜୟ କପୁରଙ୍କ ଛାଡ଼ପତ୍ର :
କରିଶ୍ମା କପୁର ଓ ସଞ୍ଜୟ କପୁରଙ୍କ ବିବାହ ଯେତେ ଚର୍ଚ୍ଚାରେ ଥିଲା, ସେତେ ତାଙ୍କ ବିଚ୍ଛେଦ ଖବର ମଧ୍ୟ ଶୀର୍ଷରେ ରହିଥିଲା। ଅଭିନେତ୍ରୀ ୨୦୦୩ ମସିହାରେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ପରେ ସେମାନଙ୍କ ବିଚ୍ଛେଦ ଦୀର୍ଘ ଆଇନଗତ ବିବାଦରେ ପରିଣତ ହୋଇଥିଲା। ଶେଷରେ ୨୦୧୬ ମସିହାରେ ସେମାନଙ୍କ ଛାଡପତ୍ର ଆଇନଗତ ଭାବେ ସମାପ୍ତ ହୋଇଥିଲା। ଏହି ଦମ୍ପତିଙ୍କର ଦୁଇ ଶିଶୁ ସମାଇରା ଓ କିଆନ୍ ଅଛନ୍ତି। ସମ୍ପ୍ରତି ସଞ୍ଜୟ କପୁରଙ୍କ ମୃତ୍ୟୁ ଏବଂ ଉତ୍ତରାଧିକାରକୁ ନେଇ ଚାଲିଥିବା ଆଇନଗତ ବିବାଦ ପରେ ପରିବାର ପୁଣିଥରେ ଚର୍ଚ୍ଚାକୁ ଆସିଛି।
CM ବିଜୟ ଓ ସଙ୍ଗୀତା ସୋର୍ନାଲିଙ୍ଗମ୍ଙ୍କ ଛାଡପତ୍ର :
CM ବିଜୟ ଓ ସଙ୍ଗୀତା ସୋର୍ନାଲିଙ୍ଗମ୍ଙ୍କ ବିବାହ ସମ୍ପ୍ରତି ଜୋରଦାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଖବର ଆସିଥିଲା ଯେ, ସଙ୍ଗୀତା ଡିଭୋର୍ସ ପାଇଁ ଆବେଦନ କରିଛନ୍ତି ଏବଂ ସେଥିରେ ସେ ବିଜୟଙ୍କ ଅନୈତିକ ସମ୍ପର୍କକୁ ନେଇ ଅଭିଯୋଗ କରିଛନ୍ତି । ଅଭିନେତ୍ରୀ ତ୍ରିଷା କୃଷ୍ଣନ୍ଙ୍କ ସହ ସିଏମ୍ ବିଜୟଙ୍କ ନାମ ଯୋଡ଼ାଯାଇଥିବା ଖବର ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି।
