ଆଷାଢ଼ ପୂର୍ଣ୍ଣିମାରେ ଗଠନ ହେଉଛି ଶକ୍ତିଶାଳୀ ଗଜକେଶରୀ ରାଜଯୋଗ, ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ବଡ଼ ଧନଲାଭ ଏବଂ ବଢ଼ିବ ସୁଖ-ସମୃଦ୍ଧି !
ଗଜକେଶରୀ ରାଜଯୋଗ: ଆଷାଢ଼ ପୂର୍ଣ୍ଣିମା ଅର୍ଥାତ୍ ଜୁଲାଇ ୨୯, ୨୦୨୬ରେ ଚନ୍ଦ୍ର ମକର ରାଶିରେ ଏବଂ ଗୁରୁ ବୃହସ୍ପତି କର୍କଟ ରାଶିରେ ଗୋଚର କରିବେ । ଏହିପରି ଭାବେ ଗୁରୁ-ଚନ୍ଦ୍ରଙ୍କ ମଧ୍ୟରେ ସମସପ୍ତକ ଯୋଗ ହେବା ଦ୍ୱାରା ଗଜକେଶରୀ ରାଜଯୋଗ ସୃଷ୍ଟି ହେବ । ଏହି ଯୋଗ ୪୮ରୁ ୫୪ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ ।
ଗଜକେଶରୀ ରାଜଯୋଗ ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ଜ୍ଞାନର କାରକ ଗୁରୁ ଏବଂ ମନର କାରକ ଚନ୍ଦ୍ରଙ୍କ ମଧ୍ୟରେ ଯେତେବେଳେ ଯୁତି ହୋଇଥାଏ କିମ୍ବା ଏହି ଦୁଇ ଗ୍ରହ ଏକ ଅନ୍ୟଠାରୁ ସପ୍ତମ ଭାବରେ ଥାଆନ୍ତି, ସେତେବେଳେ ଗଜକେଶରୀ ରାଜଯୋଗ ନିର୍ମାଣ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ୪ଟି ରାଶିର ବ୍ୟକ୍ତିଙ୍କୁ ଏହି ରାଜଯୋଗରୁ ସୁଖ, ସମ୍ମାନ ଏବଂ ଧନ ପ୍ରାପ୍ତ ହେବ ।
କର୍କଟ ରାଶି
ଗଜକେଶରୀ ଯୋଗ କର୍କଟ ରାଶିକୁ ଅତ୍ୟନ୍ତ ଶୁଭ ପରିଣାମ ଦେଇପାରେ । ଆର୍ଥିକ ଲାଭର ଦ୍ୱାର ଖୋଲିବ । ଆଧ୍ୟାତ୍ମିକ ଏବଂ ଧାର୍ମିକ ବିଷୟରେ ରୁଚି ବଢ଼ିବ । ପୁରୁଣା ମନୋକାମନା ପୂରଣ ହୋଇପାରେ । ସୁଖ ଏବଂ ମନର ଶାନ୍ତିରେ ବୃଦ୍ଧି ଘଟିବ । ବ୍ୟବସାୟରେ ମନମୁତାବକ ସଫଳତା ମିଳିପାରେ ।
କନ୍ୟା ରାଶି
ଗଜକେଶରୀ ଯୋଗ କନ୍ୟା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ । ଆର୍ଥିକ ଦିଗରେ ସୁଧାର ଆସିବ। ସବୁ ଦିଗରୁ ସଫଳତା ପ୍ରାପ୍ତ ହୋଇପାରିବ । ସମାଜରେ ସମ୍ମାନ ଏବଂ କାର୍ଯ୍ୟକ୍ଷେତ୍ରରେ ପଦବୀ ବୃଦ୍ଧି ପାଇବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ମନମୁତାବକ ପରିଣାମ ପ୍ରାପ୍ତ ହୋଇପାରେ । ଚିନ୍ତାଧାରାରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ ।
ଧନୁ ରାଶି
ଗଜକେଶରୀ ଯୋଗ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ସଫଳତାର ମାର୍ଗ ଖୋଲିବ । କାର୍ଯ୍ୟକ୍ଷେତ୍ରରେ ବଡ଼ ପଦବୀ ପ୍ରାପ୍ତ ହେବାର ଯୋଗ ହେବ । ପୂର୍ବରୁ କରିଥିବା ପରିଶ୍ରମର ଶୁଭ ପରିଣାମ ମିଳିବ । ବୈବାହିକ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । ଆୟରେ ବୃଦ୍ଧି ଘଟିବ ।
ମୀନ ରାଶି
ଗଜକେଶରୀ ଯୋଗ ମୀନ ରାଶିର ଲୋକଙ୍କ ପାଇଁ ଲାଭର ମାର୍ଗ ଖୋଲିବ । ପୁରୁଣା ନିବେଶରୁ ବଡ଼ ଧନଲାଭର ଯୋଗ ରହିଛି । ଅଟକି ରହିଥିବା ଯୋଜନାଗୁଡ଼ିକରେ କାମ ଆରମ୍ଭ ହୋଇପାରିବ । ମାନସିକ ଶାନ୍ତି ମିଳିବ। ପରିବାର ସହିତ ଦୀର୍ଘ ଦିନରୁ ଚାଲିଆସୁଥିବା ମନୋମାଳିନ୍ୟ ଦୂର ହେବ । ଚାକିରି ସନ୍ଧାନ ପୂରଣ ହେବ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)
