Voice of Eastern India

ଇତିହାସ ରଚିଲେ ରୋହିତ-ବିରାଟ ଯୋଡ଼ି, ଭାରତର ପ୍ରଥମ ଯୋଡ଼ି ଭାବେ କଲେ ବିରଳ ରେକର୍ଡ


ଲଣ୍ଡନ: ଭାରତୀୟ କ୍ରିକେଟ୍ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ରବିବାର ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରୋହିତ-ବିରାଟ ଯୋଡ଼ି ବ୍ୟାଟିଂ କରିବାକୁ ଓହ୍ଲାଇବା ପରେ ଏକ ବିରଳ ରେକର୍ଡ ହୋଇଛି। ଏହି ଦୁଇ ମହାନ କ୍ରିକେଟର ଏକାଠି ୪୦୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଐତିହାସିକ କୀର୍ତ୍ତି ସ୍ଥାପନ କରିଛନ୍ତି। ଏତେ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍ ଏକାଠି ଖେଳିବାରେ ଭାରତର ପ୍ରଥମ ଯୋଡ଼ି ହୋଇଛନ୍ତି ରୋକୋ।

ଏହି ଦୁଇ ବ୍ୟାଟରଙ୍କର ଦୀର୍ଘ କ୍ୟାରିୟର, ନିରନ୍ତର ପ୍ରଦର୍ଶନ ଏବଂ ଦୀର୍ଘଦିନର ସଫଳତା ଭାରତୀୟ କ୍ରିକେଟରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ଏହାପୂର୍ବରୁ ଏମାନେ ଭାରତୀୟ କ୍ରିକେଟର ଦୁଇ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ଙ୍କ ରେକର୍ଡକୁ ଭାଙ୍ଗିଥିଲେ। ସଚିନ-ଦ୍ରାବିଡ଼ ଯୋଡ଼ି ଭାରତ ପାଇଁ ୩୯୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଏକାଠି ଖେଳିଥିଲେ। ହେଲେ ରୋକୋ ତାଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି। 

Also Read- IND vs ENG: ୫୧ ବର୍ଷ ପରେ ପୁଣି ଥରେ ଇଣ୍ଡିଆ ବିରୁଦ୍ଧରେ ରନ୍ର ପାହାଡ, ୪୮ ବାଉଣ୍ଡ୍ରି ମାରି ଇତିହାସ ରଚିଲା ଇଂଲଣ୍ଡ

ରୋହିତ ଓ ବିରାଟ ଏହି କୀର୍ତ୍ତିମାନ ସ୍ଥାପନ କରିବା ପରେ ବର୍ତ୍ତମାନ ବିଶ୍ୱ କ୍ରିକେଟ୍‌ରେ ଏକ ବିଶେଷ ତାଲିକାରେ ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ମ୍ୟାଚ୍ ଏକାଠି ଖେଳିବାର ବିଶ୍ୱ ରେକର୍ଡ ଶ୍ରୀଲଙ୍କାର ଦୁଇ କିମ୍ବଦନ୍ତୀ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧନେଙ୍କ ନାଁରେ ଅଛି। ଏମାନେ ମୋଟ ୫୫୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଏକାଠି ଖେଳିଛନ୍ତି। ଏହି ତାଲିକାରେ ରୋକୋ ଯୋଡିବି ସାମିଲ ହୋଇଛି। 

ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ ଯୁଗର ଦୁଇ ସ୍ତମ୍ଭ

ରୋହିତ ଶର୍ମା ୨୦୦୭ରେ ଏବଂ ବିରାଟ କୋହଲି ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ସେହି ଦିନ ଠାରୁ ଏହି ଦୁଇ ବ୍ୟାଟର ଟିମ୍ ପାଇଁ ନିରନ୍ତର ଭଲ ପ୍ରଦର୍ଶନ କରି ଆସିଛନ୍ତି। ବର୍ତ୍ତମାନ ସ୍ଥିତିରେ ଏହି ଦୁଇ ଅଭିଜ୍ଞ ବ୍ୟାଟର ଭାରତୀୟ କ୍ରିକେଟର ମୂଳ ପିଣ୍ଡ ହୋଇ ଟିମକୁ ସଶକ୍ତ କରୁଛନ୍ତି। ଏହି ଦୁଇ ଯୋଡ଼ି ଅନେକ ସଫଳତା ଏକାଠି ଉପଭୋଗ କରିଛନ୍ତି। ସେଥିରେ ୨୦୨୪ ଟି-୨୦ ବିଶ୍ୱକପ୍, ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟ ଉଲ୍ଲାସ ସାମିଲ ରହିଛି। ବ୍ୟାଟିଂ ଯୋଡ଼ି ଭାବେ ମଧ୍ୟ ରୋହିତ ଓ ବିରାଟ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ୮,୦୦୦ରୁ ଅଧିକ ପାର୍ଟନରଶିପ୍ ରନ୍ ପୂରଣ କରିଛନ୍ତି।

ରୋହିତ ଓ ବିରାଟ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ବର୍ତ୍ତମାନ ସେମାନେ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି। ଏହି ଦୁଇ ବ୍ୟାଟରଙ୍କ ଟାର୍ଗେଟ୍ ୨୦୨୭ ବିଶ୍ୱକପ୍।

ଏକାଠି ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଯୋଡ଼ି












ରାଙ୍କ

ଖେଳାଳି

ଦେଶ

ମ୍ୟାଚ୍

1

କୁମାର ସାଙ୍ଗାକାରା / ମାହେଲା ଜୟବର୍ଦ୍ଧନେ

ଶ୍ରୀଲଙ୍କା

୫୫୦

2

ତିଲକରତ୍ନେ ଦିଲଶାନ / ମାହେଲା ଜୟବର୍ଦ୍ଧନେ

ଶ୍ରୀଲଙ୍କା

 ୪୨୬

3

କୁମାର ସାଙ୍ଗାକାରା / ତିଲକରତ୍ନେ ଦିଲଶାନ

ଶ୍ରୀଲଙ୍କା

୧୮

4

ସନଥ ଜୟସୂର୍ଯ୍ୟ / ମୁଥୟା ମୁରଲୀଧରନ

ଶ୍ରୀଲଙ୍କା

୪୦୮

5

ଜ୍ୟାକ୍ କାଲିସ୍ / ମାର୍କ ବାଉଚର

ଦକ୍ଷିଣ ଆଫ୍ରିକା

୪୦୭

6

ରୋହିତଶର୍ମା /ବିରାଟକୋହଲି

ଭାରତ

୪୦୦*

7

ସଚିନ ତେନ୍ଦୁଲକର / ରାହୁଲ ଦ୍ରାବିଡ଼

ଭାରତ

୩୯୧

8

ସନଥ ଜୟସୂର୍ଯ୍ୟ / ଚାମିଣ୍ଡା ଭାସ୍

ଶ୍ରୀଲଙ୍କା

୩୯୧

Source link



Source link

Leave A Reply

Your email address will not be published.