Voice of Eastern India

ଗିରଫ ପରେ ଜେଲ୍ ଗଲା ନୟାପଲ୍ଲୀ ଘଟଣାର ମୁଖ୍ୟ ଅଭିଯୁକ୍ତ, ଲାଗିଛି ସଙ୍ଗୀନ ଦଫା


ଭୁବନେଶ୍ବର: ଜେଲ୍ ଗଲା ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡା । ରବିବାର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ମାଇନା ପରେ ତାକୁ ଜେଲ୍ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି ।  ଏହା ପୂର୍ବରୁ ପୋଲିସ ତାକୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ଘଟଣାସ୍ଥଳରୁ ମିଳିଥିବା ଅଭିଯୁକ୍ତର କିଛି ପ୍ରମାଣ, ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ, ନକଲି ପିସ୍ତଲକୁ କୋର୍ଟରେ ପ୍ରମାଣ ସ୍ଵରୂପ ଦାଖଲ କରିଛି ପୋଲିସ । ଏହା ସହିତ ଅଭିଯୁକ୍ତ ବିରୁଦ୍ଧରେ ନୟାପଲ୍ଲୀ ଥାନାରେ ଦୁଷ୍କର୍ମ, ବନ୍ଧୁକ ଦେଖାଇ ଦୁଷ୍କର୍ମର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି ।

ସୂଚନାଥାଉକି, ଗତ ବୁଧବାର ରାତିରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଅଭିଯୁକ୍ତ ସନ୍ତୋଷ ଘଟଣାଇଥିଲା ନାରକୀୟ କାଣ୍ଡ। ଚୋରି ଉଦ୍ଦେଶ୍ୟରେ ମହିଳାଙ୍କ ଘରେ ପଶି କରିଥିଲା ଦୁଷ୍କର୍ମ। ରାଜଧାନୀ ଛାତି ଉପରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ପୋଲିସ ପାଇଁ ପାଲଟିଥିଲା ବଡ଼ ଚ୍ୟାଲେଞ୍ଜ । ଏମିତିରେ ଘଟଣାର ୪୮ ଘଣ୍ଟା ମଧ୍ୟରେ ନୟାପଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କାର୍ଡ ଅଭିଯୁକ୍ତକୁ ଗିରଫ କରିଥିଲା ।

ଗିରଫଦାରୀ ସମୟରେ ଅଭିଯୁକ୍ତ ପୋଲିସ ଉପରକୁ ଆକ୍ରମଣ କରିଥିଲା ।  ହେଲେ ପୋଲିସର ପାଲଟା ଗୁଳିରେ ଆହତ ହୋଇଥିଲା । ତେଣୁ ତାକୁ ଚିକିତ୍ସା ପରେ ରବିବାର କୋର୍ଟରେ ହାଜର କରାଯାଇଥିଲା । ଯାହା ପରେ ହାଜତକୁ ପଠାଇ ଦିଆଯାଇଛି ।  ସେପଟେ ଦୁଷ୍କର୍ମ ପରେ ଅଭିଯୁକ୍ତ ଯେଉଁ ବାଇକ୍ ଚୋରି କରି ମଞ୍ଚେଶ୍ବର ଯାଇଥିଲା ଏବଂ ସେହି ବାଇକକୁ ବିକିଥିବା ଦୁଇ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।  

Also Read: ଶୁଭଶ୍ରୀ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ: ଏତଲାର ଦିନକ ପରେ ଶୁଦ୍ଧି, ଉଠିଲା ବଡ଼ ପ୍ରଶ୍ନ​​​​​​​

ତେବେ ଆଗକୁ ଦଶହରା ଆସୁଥିବା ବେଳେ, ତା’ ପୁର୍ବରୁ ରାଜଧାନୀରେ କୌଣସି ପ୍ରକାର ଅପରାଧ କଲେ କମିସନରେଟ ପୋଲିସ ତାର ଦୃଢ଼ ଜବାବ ଦେବ। ଅପରାଧୀମାନଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ଡିସିପି ଡକ୍ଟର ସର୍ବଣା ବିବେକ ଏମ୍ ।

Source link



Source link

Leave A Reply

Your email address will not be published.