Voice of Eastern India

ଦ୍ୱିତୀୟ ବିବାହ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ: ଗାବ୍ରିଏଲାଙ୍କ ପ୍ରେମରେ ଦିୱାନା ହୋଇଯାଇଥିଲେ ଡ୍ୟାସିଂ ଷ୍ଟାର୍


ପାଣାଜୀ: ପୁଣିଥରେ ବିବାହ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ। ଅର୍ଜୁନ ତାଙ୍କ ଦୀର୍ଘଦିନର ବାନ୍ଧବୀ ଗାବ୍ରିଏଲା ଡେମେଟ୍ରିଆଡେସଙ୍କୁ ସହ ବିବାହ କରିଛନ୍ତି । ଗୋଆରେ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତରେ ଏହି ବିବାହର ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପିଟିଆଇ ରିପୋର୍ଟ ଅନୁସାରେ, ଅର୍ଜୁନ ଓ ଗାବ୍ରିଏଲା ଉତ୍ତର ଗୋଆର ମାପୁସା ସ୍ଥିତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇ ବିବାହ ପଞ୍ଜୀକରଣ କରିଥିଲେ। ସ୍ଥାନୀୟ ଆଇନ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ସ୍ୱାକ୍ଷର ମଧ୍ୟରେ ଥିବା ବାଧ୍ୟତାମୂଳକ ୧୫ ଦିନର ଅପେକ୍ଷା ସମୟକୁ ଛାଡ଼ କରିବା ପାଇଁ ଦମ୍ପତି ସ୍ଥାନୀୟ କୋର୍ଟର ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରଙ୍କଠାରୁ ବିଶେଷ ଅନୁମତି ନେଇଥିଲେ।

ଗୋଆର ୟୁନିଫର୍ମ ସିଭିଲ କୋଡ୍ ଅନୁସାରେ ପଞ୍ଜୀକରଣ

ସବ୍-ରେଜିଷ୍ଟ୍ରାର ସୂରଜ ବେର୍ନେକର କହିଛନ୍ତି ଯେ ଅର୍ଜୁନ ଓ ଗାବ୍ରିଏଲାଙ୍କ ବିବାହ ଗୋଆର ୟୁସିସି ଅନୁସାରେ ପଞ୍ଜୀକୃତ ହୋଇଛି। ରିପୋର୍ଟ ଅନୁସାରେ, ଦୁହେଁ ପ୍ରାୟ ଅପରାହ୍ନ ୪ଟା ସମୟରେ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିବାହ ପଞ୍ଜୀକରଣ ସମୟରେ ଦୁହେଁ ସାଧାରଣ ଓ କାଜୁଆଲ୍ ଲୁକରେ ନଜର ଆସିଥିଲେ। କିଛି ଦିନ ପୂର୍ବରୁ ଅର୍ଜୁନ ଗ୍ରାବ୍ରିଏଲାଙ୍କ ସହ ନିର୍ବନ୍ଧ କରିଥିଲେ। ଏନେଇ ସେ ରିଆ ଚକ୍ରବର୍ତ୍ତୀଙ୍କ ପଡକାଷ୍ଟରେ ଖୁଲାସା କରିଥିଲେ।

ଅର୍ଜୁନ ଓ ଗାବ୍ରିଏଲାଙ୍କ ସମ୍ପର୍କ

ଅର୍ଜୁନ ରାମପାଲ ଓ ଗାବ୍ରିଏଲା ଡେମେଟ୍ରିଆଡେସ୍ ୨୦୧୮ରୁ ଏକାଠି ଅଛନ୍ତି। ଅର୍ଜୁନ ତାଙ୍କ ପୂର୍ବତନ ପତ୍ନୀ ମେହର ଜେସିଆଙ୍କଠାରୁ ଅଲଗା ହେବା ପରେ ଗାବ୍ରିଏଲାଙ୍କ ସହ ସମ୍ପର୍କରେ ଆସିଥିଲେ। ୨୦୧୯ରେ ଏହି ଦମ୍ପତିଙ୍କର ଆରିକ୍ ନାମକ ଏକ ପୁତ୍ର ସନ୍ତାନ ହୋଇଥିଲା। ଏହାର ୪ ବର୍ଷ ପରେ, ୨୦୨୩ରେ ଦ୍ୱିତୀୟ ପୁଅ ଆରିଭଙ୍କ ଜନ୍ମ ହୋଇଥିଲା।

Also Read- Govinda: ପତ୍ନୀ ସୁନୀତାଙ୍କୁ ୱାର୍ଣ୍ଣିଂ ଦେଇଥିଲେ ଗୋବିନ୍ଦା, କହିଥିଲେ-ମୋ କୁଣ୍ଡଳୀରେ ଅଛି ଦ୍ୱିତୀୟ ବିବାହ’

ଗାବ୍ରିଏଲା ଡେମେଟ୍ରିଆଡେସ୍ କିଏ ?

ଗାବ୍ରିଏଲା ଡେମେଟ୍ରିଆଡେସ୍ ଜଣେ ଦକ୍ଷିଣ ଆଫ୍ରିକୀୟ ମଡେଲ୍, ଫ୍ୟାଶନ୍ ଡିଜାଇନର୍ ଓ ଉଦ୍ୟୋଗୀ। ସେ ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବା ସହ ମନୋରଞ୍ଜନ ଜଗତରେ ମଧ୍ୟ କାମ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ଗ୍କେବେର୍ହା(Gqeberha) (ପୂର୍ବରୁ ପୋର୍ଟ ଏଲିଜାବେଥ୍ ନାମରେ ପରିଚିତ) ସହରରେ ଜନ୍ମଗ୍ରହଣ କରିଛନ୍ତି। ମାତ୍ର ୧୬ ବର୍ଷ ବୟସରେ ସେ ପେସାଦାର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଗ୍ରାବ୍ରିଏଲାଙ୍କ ସହ ସମ୍ପର୍କରେ ଆସିବା ପୂର୍ବରୁ ଅର୍ଜୁନ ପୂର୍ବତନ ମଡେଲ ମହର ଜେସିଆଙ୍କୁ ବିବାହ କରିଥିଲେ. ୧୯୯୮ରେ ଦମ୍ପତିଙ୍କର ବିବାହ ହୋଇଥିଲା। ଉଭୟଙ୍କର ମାହିକା ଏବଂ ମାରିଆ ନାଁରେ ଦୁଇ ଜଣ ଝିଅ ଅଛନ୍ତି। ୨୦୧୮ ଅର୍ଜୁନ ଓ ମେହେର ବିବାହ ବିଚ୍ଛେଦ ଘୋଷଣା କରିଥିଲେ। ୨୦୧୯ରେ ସେମାନଙ୍କର ଛାଡପତ୍ର ହୋଇଥିଲା।

Source link



Source link

Leave A Reply

Your email address will not be published.