Voice of Eastern India

ପୋଲିସ ପଞ୍ଝାରେ ପେସାଦାର ବାଇକ ଚୋର, ୫ ବାଇକ୍ ଜବତ


କଟକ: ପୋଲିସ ପଞ୍ଝାରେ ପେସାଦାର ବାଇକ ଚୋର । ଶୁକ୍ରବାର କଟକ ସିଆରଆରଅଇ ଥାନା ପୋଲିସ ଏଭଳି ଜଣେ ପେସାଦାର ବାଇକ ଚୋରକୁ ଗିରଫ କରିଛି । ପୂର୍ବରୁ ସେ ୧୦ଟି ବାଇକ ଚୋରିକରି ଜେଲ ଯାଇଥିବା ବେଳେ, ଜେଲରୁ ଆସିବାର ମାତ୍ର ୨୨ ଦିନ ମଧ୍ୟରେ ପୁଣି ଚୋରି ଆରମ୍ଭ କରିଦେଇଥିଲା। ସିଆରଆରଆଇ, କଟକ ମେଡିକାଲ ସମେତ ବିଭିନ୍ନ ସ୍ଥାନରୁ ୫ ଟି ବାଇକ ଚୋରି କରି ୪ ଜଣଙ୍କୁ ବିକ୍ରି କରିଥିଲା। ତେବେ ପୋଲିସ ତାର ୪ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୋନ ୫ ଏସିପି ସୁଧାଂଶୁ ଭୂଷଣ ଜେନା।

ସୂଚନା ଅନୁସାରେ, ଗତ ୨୨ ତାରିଖ ଦିନ ସିଆରଆରଆଇ ଅଞ୍ଚଳରେ ରହୁଥିବା ଦୁର୍ଗାପ୍ରସାଦ ରାଉତ ଘର ସମ୍ମୁଖରେ ବାଇକ ରଖିଥିଲେ। କିନ୍ତୁ କିଛି ସମୟ ଭିତରେ ତାଙ୍କ ବାଇକ ଚୋରି ହୋଇଯାଇଥିଲା। ଏନେଇ ସେ ସିଆରଆରଆଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ସିଆରଆରଆଇର ଦେବାଶିଷ ମହାରଣାକୁ ଗିରଫ କରିଥିଲା । ଆଉ ପଚରା ଉଚରା ବେଳେ ସେ ସିଆରଆରଆଇ, କଟକ ମେଡିକାଲ ସମେତ ବିଭିନ୍ନ ସ୍ଥାନରୁ ଆହୁରି ୪ ଟି ବାଇକ ଚୋରିକରି ବିଭିନ୍ନ ଲୋକଙ୍କୁ ବିକିଥିବା ମାନିଥିଲା। ତେବେ ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହିତ ୫ ଟି ବାଇକ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସିପି ସୂଚନା ଦେଇଛନ୍ତି।

Also Read: ମାଲବାହୀ ଗାଡ଼ିର ଗୁପ୍ତ କୋଠରୀରେ ଥିଲା ପୁଳା ପୁଳା ଗଞ୍ଜେଇ, ଏମିତି ଧରିଲା ପୋଲିସ

Source link



Source link

Leave A Reply

Your email address will not be published.