Voice of Eastern India

ବଲିଉଡର ଆଇକନିକ୍ ଡାଏଲଗରୁ ଆରମ୍ଭ ମେଗାଷ୍ଟାରଙ୍କ କ୍ୟାରିୟର


ଭୁବନେଶ୍ୱର (0୨/୭) : ବଲିଉଡରେ ଅନେକ ଅଭିନେତା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। କିନ୍ତୁ କିଛି ଡାଏଲଗ୍ ଏମିତି ରହିଛି, ଯାହା କେବଳ ଫିଲ୍ମକୁ ନୁହେଁ, ସେହି ଅଭିନେତାଙ୍କ କ୍ୟାରିଅରକୁ ମଧ୍ୟ ନୂଆ ଉଚ୍ଚତାକୁ ନେଇଯାଇଥିଲା। ଦମଦାର ଆକ୍ସନ୍ ପଞ୍ଚଲାଇନ୍ଠାରୁ ଆରମ୍ଭ କରି ପ୍ରେରଣାଦାୟକ ଓ ଭାବପ୍ରବଣ ଡାଇଲଗ ପର୍ଯ୍ୟନ୍ତ, ଏହି ଡାଏଲଗ୍ଗୁଡ଼ିକ ଦର୍ଶକଙ୍କ ମନରେ ଏଭଳି ଛାପ ଛାଡ଼ିଥିଲା ଯେ ସେଗୁଡ଼ିକ ଆଜି ମଧ୍ୟ ସମାନ ଭାବେ ଲୋକପ୍ରିୟ। ଏହି ଡାଏଲଗ୍ଗୁଡ଼ିକ କେବଳ ଫିଲ୍ମକୁ ସଫଳ କରିନଥିଲା, ବରଂ ପ୍ରତିଭାଶାଳୀ କଳାକାରମାନଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ଼ ସୁପରଷ୍ଟାରମାନଙ୍କ ମଧ୍ୟରେ ସ୍ଥାନ ଦେଇଥିଲା।

1) “ରିସ୍ତେ ମେଁ ତୋ ହମ୍ ତୁମ୍ହାରେ ବାପ୍ ଲଗତେ ହୈଁ, ନାମ୍ ହୈ ଶେହେନ୍ଶାହ।” – ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ଡାଇଲଗ

୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ‘ଶେହେନ୍ଶାହ’ ଫିଲ୍ମରେ ଅମିତାଭ ବଚ୍ଚନ ଏହି ଆଇକନିକ୍ ଡାଏଲଗ୍ କହିଥିଲେ। ଟିନୁ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଜଣେ ଭିଜିଲାଣ୍ଟି ନାୟକ ଭାବେ ଅମିତାଭଙ୍କ ଏହି ଏଣ୍ଟ୍ରି ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। ଏହି ଡାଏଲଗ୍ ହିନ୍ଦୀ ସିନେମାର ସବୁଠାରୁ ପ୍ରସିଦ୍ଧ ଡାଏଲଗ୍ମାନଙ୍କ ମଧ୍ୟରେ ଗଣାଯାଏ। ଏହା ଅମିତାଭ ବଚ୍ଚନଙ୍କ ‘ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ ଛବିକୁ ପ୍ରଦର୍ଶିତ କରିଥିଲା ଏବଂ ତାଙ୍କୁ ବଲିଉଡ୍ର ସୁପରଷ୍ଟାର ଭାବେ ପ୍ରତିଷ୍ଠିତ କରିବାରେ ବଡ଼ ଭୂମିକା ତୁଲାଇଥିଲା।

2) “ହାର୍ କର୍ ଜିତନେ ୱାଲେ କୋ ବାଜିଗର୍ କହତେ ହୈଁ।” – ଶାହରୁଖ ଖାନ୍

୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ‘ବାଜିଗର୍’ ଫିଲ୍ମରେ ଶାହରୁଖ ଖାନଙ୍କ ଏହି ଡାଏଲଗ୍ ତାଙ୍କ କ୍ୟାରିୟରରେ ଏକ ବଡ଼ ମୋଡ଼ ଆଣିଥିଲା। ଅବ୍ବାସ-ମସ୍ତାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଶାହରୁଖ ଜଣେ ଆଣ୍ଟି-ହିରୋ ଭୂମିକାରେ ନଜର ଆସିଥିଲେ। ଫିଲ୍ମଟିର ଜବରଦସ୍ତ ସଫଳତା ତାଙ୍କୁ ବଲିଉଡ୍ର ପରବର୍ତ୍ତୀ ବଡ଼ ସୁପରଷ୍ଟାର ଭାବେ ପ୍ରତିଷ୍ଠିତ କରିଥିଲା। ଏହି ଡାଏଲଗ୍ ଆଜି ମଧ୍ୟ ଶାହରୁଖ ଖାନଙ୍କ ସବୁଠାରୁ ଲୋକପ୍ରିୟ ଓ ସ୍ମରଣୀୟ ଡାଇଲଗମାନଙ୍କ ମଧ୍ୟରେ ଗଣାଯାଏ।

3) “ଏକ ବାର୍ ଯୋ ମୈନେ କମିଟମେଣ୍ଟ କର୍ ଦି, ଉସକେ ବାଦ୍ ତୋ ମୈଁ ଖୁଦ୍ କି ଭି ନହିଁ ସୁନତା।” – ସଲମାନ ଖାନ୍

୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ‘ୱାଣ୍ଟେଡ୍’ ଫିଲ୍ମରେ ସଲମାନ ଖାନଙ୍କ ଏହି ଡାଏଲଗ୍ ତାଙ୍କ କ୍ୟାରିୟରର ସବୁଠାରୁ ଲୋକପ୍ରିୟ ଡାଏଲଗ୍ମାନଙ୍କ ମଧ୍ୟରୁ ଗୋଟିଏ ହୋଇଯାଇଥିଲା। ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସଲମାନ ଖାନଙ୍କ ପାଇଁ ଏକ ଦମଦାର କମ୍ବ୍ୟାକ୍ ଫିଲ୍ମ ସାବ୍ୟସ୍ତ ହୋଇଥିଲା। ଏହାପରେ ସେ ଲଗାତାର ଅନେକ ବକ୍ସ ଅଫିସ୍ ସୁପରହିଟ୍ ଫିଲ୍ମ ଦେଇ ବଲିଉଡ୍ର ଅଗ୍ରଣୀ ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜ ସ୍ଥାନକୁ ସୁଦୃଢ଼ କରିଥିଲେ।

4) ” ସକ୍ସେସ କେ ପିଛେ ମତ ଭାଗୋ ଏକ୍ସଲେନ୍ସ କା ପିଛା କରୋ , ସକ୍ସେସ ଝକ ମାର କେ ତୁମ୍ହାରେ ପିଛେ ଆୟେଗି ” ଆମିର ଖାନ

୨୦୦୯ ମସିହାରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ଥ୍ରୀ ଇଡିଅଟ୍ସ’ ଫିଲ୍ମରେ ଆମିର ଖାନ୍ ଏହି ପ୍ରେରଣାଦାୟକ ଡାଏଲଗ୍ କହିଥିଲେ। ଏହି ଡାଏଲଗ୍ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ କର୍ମଜୀବୀଙ୍କୁ ଜୀବନର ଏକ ମୂଲ୍ୟବାନ ଶିକ୍ଷା ଦେଇଥିଲା। ଫିଲ୍ମଟି ପୁଣିଥରେ ପ୍ରମାଣ କରିଥିଲା ଯେ ଆମିର ଖାନ୍ କେବଳ ଜଣେ ସଫଳ ଅଭିନେତା ନୁହେଁ, ବରଂ ସାମାଜିକ ବାର୍ତ୍ତା ଓ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ସ୍ୱତନ୍ତ୍ର ପରିଚିତ।

5) “ଟେନସନ ଲେନେ କା ନହିଁ , ଦେନେ କା ନହିଁ । ବୋଲ ଅପନା ଭାଇ ହୈ ୟା ନହିଁ ?” – ସଞ୍ଜୟ ଦତ୍ତ

୨୦୦୩ ମସିହାରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘ମୁନ୍ନା ଭାଇ ଏମ୍ବିବିଏସ୍’ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଏହି ସହଜ ଏବଂ ମଜାଦାର ସଂଳାପ ଦର୍ଶକଙ୍କ ହୃଦୟ ଜିତିନେଇଥିଲା। ଏହି ଡାଏଲଗ୍ ‘ମୁନ୍ନା’ ଚରିତ୍ରକୁ ବଲିଉଡ୍ର ସବୁଠାରୁ ସ୍ମରଣୀୟ ଚରିତ୍ରମାନଙ୍କ ମଧ୍ୟରେ ସ୍ଥାନ ଦେଇଥିଲା। ଏହି ଫିଲ୍ମ ସଞ୍ଜୟ ଦତ୍ତଙ୍କ କ୍ୟାରିୟରକୁ ନୂଆ ଦିଗ ଦେବା ସହ ଦର୍ଶକଙ୍କ ଅପାର ଭଲପାଇବା ହାସଲ କରିଥିଲା ଏବଂ ବଲିଉଡ୍ର ସବୁଠାରୁ ଲୋକପ୍ରିୟ କମେଡି-ଡ୍ରାମା ଫ୍ରାଞ୍ଚାଇଜ୍ମାନଙ୍କ ମଧ୍ୟରୁ ଗୋଟିଏର ଶୁଭାରମ୍ଭ କରିଥିଲା।

6) “ତାରିଖ ପେ ତାରିଖ , ତାରିଖ ପେ ତାରିଖ ମିଲତି ଗୟି…ପର ଇନ୍ସାଫ ନହିଁ ମିଲା” – ସନି ଦେଓଲ

୧୯୯୩ ମସିହାରେ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଦାମିନୀ’ ଫିଲ୍ମରେ ସନି ଦେଓଲ୍ ଏହି ଶକ୍ତିଶାଳୀ ସଂଳାପ କହିଥିଲେ। ଯଦିଓ ସେ ଏହି ଫିଲ୍ମର ମୁଖ୍ୟ ନାୟକ ନଥିଲେ, ତଥାପି ତାଙ୍କ ଅଭିନୟ ଏବଂ ଏହି ଡାଏଲଗ୍ ଫିଲ୍ମର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତରେ ପରିଣତ ହୋଇଥିଲା। ଏହି ସଂଳାପ ସନି ଦେଓଲଙ୍କ ଦମଦାର ଡାଏଲଗ୍ ଡେଲିଭରିର ପ୍ରତୀକ ହୋଇ ଆଜି ମଧ୍ୟ ଦର୍ଶକଙ୍କ ମନରେ ସମାନ ଭାବରେ ଜୀବନ୍ତ ରହିଛି।

7) “କୁତେ, କମିନେ ମେଁ ତେରା ଖୁନ ପି ଯାଉଙ୍ଗା…” – ଧର୍ମେନ୍ଦ୍ର

୧୯୭୩ ମସିହାରେ ନାସିର ହୁସେନ୍ଙ୍କ ନିର୍ଦ୍ଦେଶିତ ‘ୟାଦୋଁ କି ବାରାତ୍’ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ଏହି ଡାଏଲଗ୍ ହିନ୍ଦୀ ସିନେମାର ସବୁଠାରୁ ବେଶି ଚର୍ଚ୍ଚିତ ଡାଏଲଗ୍ମାନଙ୍କ ମଧ୍ୟରେ ଗଣାଯାଏ। ଧର୍ମେନ୍ଦ୍ରଙ୍କ ଏହି ଡାଏଲଗ୍ ତାଙ୍କୁ ଲୋକପ୍ରିୟ କରିଥିଲା ଏବଂ ତାଙ୍କର ଆକ୍ସନ୍ ହିରୋ ଇମେଜ୍କୁ ଅଧିକ ମଜବୁତ କରିଥିଲା।

Source link



Source link

Leave A Reply

Your email address will not be published.