ଭୁବନେଶ୍ବର ୩।୭: ଡାକ୍ତରଙ୍କୁ ସରକାରଙ୍କ ନାଲି ଆଖି । ୧୨ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ଚିଠି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡଣ୍ଟ, ସବ୍ ଡିଭିଜନ ହସ୍ପିଟାଲ, ନୀଳଗିରି ଏବଂ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କୁ CDMO ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର OMHS କ୍ୟାଡରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲା ସ୍ୱାସ୍ଥ୍ୟ ବିଭାଗ ।
Also Read:- ଝାରପଡ଼ା ପରେ ଚୌଦ୍ୱାର ଜେଲ୍ରେ ବ୍ୟାପିଲା HIV, ୫ କଏଦୀ ପଜିଟିଭ୍ ଚିହ୍ନଟ
ସେପଟେ, ଡାକ୍ତର ଆନ୍ଦୋଳନ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ମୋହନ ପଣ୍ଡା କହିଛନ୍ତି, ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ । କିଛି ଜିଲ୍ଲାରେ ଡାକ୍ତର କାର୍ଯ୍ୟରେ ଯୋଗଦେଲେଣି । ଢେଙ୍କାନାଳ, କଳାହାଣ୍ଡିରେ କାର୍ଯ୍ୟରେ ଯୋଗଦେବା ନେଇ ଖବର ଆସିଛି । ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ । ସେନେଇ ଚିଠି କରାଯାଇଛି । କୌଣସି ସ୍ଥାନରେ ବିଶେଷ ଖବର ଆସିନାହିଁ । ଯେଉଁଠି ଶବ ବ୍ୟବଚ୍ଛେଦ ହୋଇପାରିନଥିବା ଖବର ଥିଲା ସମାଧାନ ହୋଇଯାଇଛି । ସ୍ଥିତିକୁ ନିରୀକ୍ଷଣ କରୁଛୁ ବୋଲି ସେ କହିଛନ୍ତି ।
