Voice of Eastern India

ଭାରତରେ ମହଙ୍ଗା ହେବ କ୍ୟାନସର ଔଷଧ, ମଞ୍ଜୁରୀ ଦେଲେ ସରକାର


ନୂଆଦିଲ୍ଲୀ: ଭାରତର ଏକ ନିୟାମକ ପ୍ଲାଟିନମ ଆଧାରିତ କର୍କଟ ରୋଗ ଔଷଧ ମୂଲ୍ୟ ବଢାଇବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଔଷଧ ତିଆରି ପାଇଁ କଞ୍ଚାମାଲ ଯୋଗାଣରେ ଅଭାବ ଦେଖା ଦେଇଛି। ଭାରତରେ ରୋଗୀ ପ୍ଲାଟିନମ ଆଧାରିତ ଔଷଧ ଯେପରି ସିସପ୍ଲାଟିନ ଓ କାର୍ବୋ ପ୍ଲାଟିନ ପାଉ ନାହାନ୍ତି। କାରଣ ହସ୍ପିଟାଲ ବିଶେଷ କରି ସରକାରୀ ସୁବିଧାମାନଙ୍କରେ ଏହି ଔଷଧ ମିଳୁ ନାହିଁ। ଫୁସଫୁସ, ଅଣ୍ଡାଶୟ ଓ ପିତ୍ତାଶୟ କ୍ୟାନସର ଭୋଗୁଥିବା ରୋଗୀଙ୍କ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧର ମୂଲ୍ୟ ସରକାର ନିର୍ଦ୍ଧାରଣ କରିଥାନ୍ତି।

ଭାରତର ଔଷଧ ବିଭାଗ ଜୁନ ୭ରେ ଏହି ଔଷଧ ମୂଲ୍ୟ ସଂଶୋଧନ ଲାଗି ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ)ଙ୍କ ଅନୁରୋଧକୁ ମଞ୍ଜୁରୀ ଦେଇଛନ୍ତି। ନିୟାମକଙ୍କ ପକ୍ଷରୁ ଜାରି ପତ୍ର ଅନୁସାରେ ସାର୍ବଜନିକ ହିତରେ ବ୍ୟବହାର କରାଯାଇ ପାରୁଥିବା ଆଇନର ବିଶେଷ ପ୍ରାବଧାନରେ ମୂଲ୍ୟବଢାଇବାକୁ ମଞ୍ଜୁରୀ ମାଗିଥିଲେ। ଏଣୁ ସରକାର ମୂଲ୍ୟ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ଏନପିପିଏ ଗ୍ରହଣ କରିବେ।

ଉଦ୍ୟୋଗ ବିଶେଷଜ୍ଞଙ୍କ ଅନୁସାରେ ପ୍ଲାଟିନମର ମୂଲ୍ୟ ଦୁଇଗୁଣରୁ ଅଧିକ ହୋଇଯାଇଛି। ଯାହା ସୀମିତ ଯୋଗାଣ ଓ ଅଧିକ ଚାହିଦା ସାଙ୍ଗକୁ ହ୍ରାସ ହେଉଥିବା ଇନଭେଣ୍ଟ୍ରି ପାଇଁ ବଢିଚାଲିଛି। କାରଣ ଏହି ଧାତୁ ଅଟୋମେଟିଭ ଅନୁପ୍ରୟୋଗରେ ପାଲାଡିୟମର ସ୍ଥାନ ନେଉଛି। ଏଣୁ ଔଷଧ ନିର୍ମାତାମାନେ ଅସ୍ଥାୟୀ ରୂପେ ସିସପ୍ଲାଟିନ ଓ କାର୍ବୋପ୍ଲାଟିନ୍ ଉତ୍ପାଦନ ରୋକି ଦେଇଥିଲେ। କାରଣ ଔଷଧ ବାବଦେ ଗ୍ରାହକଙ୍କ ଉପରେ ଉଚ୍ଚ ମୂଲ୍ୟ ଲଦି ପାରୁନଥିଲେ ଅଥବା ପ୍ଲାଟିନମ ଆଧାରିତ କଞ୍ଚାମାଲ ସୁରକ୍ଷିତ କରିପାରୁନଥିଲେ।

ସାଧାରଣ ଔଷଧ ନିର୍ମାତା ସିପ୍ଲା, ଇଣ୍ଟାସ୍ ଫର୍ମାସ୍ୟୁଟିକାଲସ୍ ଓ ଅନକୋଲୋଜି ବିଶେଷଜ୍ଞ ନାପ୍ରୋଡ ଲାଇଫସାଇନ୍ସେସ୍ ଆଦି କମ୍ପାନୀ ଏହି ପ୍ଲାଟିନମ ଆଧାରିତ କେମୋଥେରାପି ଔଷଧ ପ୍ରସ୍ତୁତ କରୁଥିଲେ। ପତ୍ରରେ କୁହାଯାଇଛି ଯେ ଭାରତରେ ଔଷଧିୟ ସାମଗ୍ରୀ ନିର୍ମାଣ ବାବଦ ବ୍ୟୟ ବୃଦ୍ଧି ଯୋଗୁ ଆଣ୍ଟି ଟେଟନସ୍ ଇମ୍ୟୁନୋ ଗ୍ଲୋବୁଲିନ ଇଞ୍ଜେକ୍ସନ ମୂଲ୍ୟ ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।

Source link



Source link

Leave A Reply

Your email address will not be published.