Voice of Eastern India

ମୋନାକୋ ଗ୍ରାଣ୍ଡପ୍ରିକ୍ସ ରେ କିମି ଆଣ୍ଟୋନେଲ୍ଲୀଙ୍କ ଐତିହାସିକ ବିଜୟ

<!–

–>

ମର୍ସିଡିଜ୍ ଡ୍ରାଇଭର କିମି ଆଣ୍ଟୋନେଲ୍ଲୀ (୧୯) ମୋନାକୋ ଗ୍ରାଣ୍ଡପ୍ରିକ୍ସରେ ନିଜର ପଞ୍ଚମ ବିଜୟ ହାସଲ କରିଛନ୍ତି।ଆଣ୍ଟୋନେଲ୍ଲୀ ପୋଲ ପୋଜିସନରୁ ଆରମ୍ଭ କରି ପ୍ରତି ଲ୍ୟାପରେ ଅଗ୍ରଣୀ ରହିଥିଲେ। ଏହା ସହିତ ସବୁଠୁ ଦ୍ରୁତ ଲ୍ୟାପର ମଧ୍ୟ ରେକର୍ଡ ନିଜ ନାମରେ କରିଛନ୍ତି।

Published By: Biswanath – Prameya-News7 Bureau |
June 07, 2026 10:57 PM

NEWS7

<!–

–>

<!–

ମୋନାକୋ: ମର୍ସିଡିଜ୍ ଡ୍ରାଇଭର କିମି ଆଣ୍ଟୋନେଲ୍ଲୀ (୧୯) ମୋନାକୋ ଗ୍ରାଣ୍ଡପ୍ରିକ୍ସରେ ନିଜର ପଞ୍ଚମ ବିଜୟ ହାସଲ କରିଛନ୍ତି। ଏହି ରେସ୍ ରବିବାର ପ୍ରତିଷ୍ଠିତ ସର୍କିଟ୍ ଡେ ମୋନାକୋରେ ଅନୁଷ୍ଠିତ ହୋଇଯାଇଛି। ଆଣ୍ଟୋନେଲ୍ଲୀ ପୋଲ ପୋଜିସନରୁ ଆରମ୍ଭ କରି ପ୍ରତି ଲ୍ୟାପରେ ଅଗ୍ରଣୀ ରହିଥିଲେ। ଏହା ସହିତ ସବୁଠୁ ଦ୍ରୁତ ଲ୍ୟାପର ମଧ୍ୟ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ବିଜୟ ସହିତ ସେ ତାଙ୍କ କ୍ୟାରିୟରର ପ୍ରଥମଥର ଗ୍ରାଣ୍ଡସ୍ଲାମ ପୁରା କରିଛନ୍ତି। ଆଣ୍ଟୋନେଲ୍ଲୀ ବିଶ୍ୱ ଚାମ୍ପିୟନସିପ୍ ରେ ନିଜ ପାଇଁ ସ୍ଥାନ ହାସଲ କରିନେଇଛନ୍ତି।

ଏହି ସିଜିନରେ ସେ ଏପର୍ଯ୍ୟନ୍ତ ୬ରୁ ୫ଟି ରେସ୍ ଜିତିଛନ୍ତି ଓ ଲୁଇସ୍ ହେମିଲ୍ଟନଙ୍କଠାରୁ ୬୬ ପଏଣ୍ଟ ଅଗ୍ରଣୀ ଅଛନ୍ତି। ଆଣ୍ଟୋନେଲ୍ଲୀ ଫର୍ମୂଲା-୧ ଇତିହାସରେ ଗ୍ରାଣ୍ଡସ୍ଲାମ ପୁରା କରିବାରେ ୨୯ତମ ଡ୍ରାଇଭର ପାଲଟିଛନ୍ତି ଓ ଏହି ଉପଲବ୍ଧି ହାସଲ କରିବାରେ ସେ ପ୍ରଥମ କିଶୋର। ଏହା ପୂର୍ବରୁ ଏହି ରେକର୍ଡ ୪ଥରର ବିଶ୍ୱ ଚାମ୍ପିୟନ ମ୍ୟାକ୍ସ ୱେରଷ୍ଟେପେନଙ୍କ ନାମରେ ଥିଲା। ସେ ୨୦୨୧ରେ ଏହି କିର୍ତ୍ତିମାନ ସ୍ଥାପନା କରିଥିଲେ। ଏହା ପୂର୍ବରୁ ୨୦୧୧ରେ ସେବେଷ୍ଟିୟନ ୱେଟ୍ଟେଲ ଏହି ରେକର୍ଡର ଅଧିକାରୀ ଥିଲେ। ଆଣ୍ଟୋନେଲ୍ଲୀ ମୋନାକୋ ଜିପିର ୯୭ ବର୍ଷ ଇତିହାସରେ ସବୁଠୁ ଯୁବ ଡ୍ରାଇଭର ବିଜେତା ବନିଛନ୍ତି।

ଏହି ରେକର୍ଡ ୨୦୦୮ ମସିହାରେ ଲୁଇସ୍ ହେମିଲ୍ଟନଙ୍କ ନିକଟରେ ଥିଲା। ସେ ଏକବିଂଶ ଶତାବ୍ଦୀରେ ମୋନାକୋ ଗ୍ରାଣ୍ଡସ୍ଲାମ ପୁରା କରିଥିବା ପ୍ରଥମ ଡ୍ରାଇଭର ଓ ଇତିହାସରେ ପଞ୍ଚମ। ଆଣ୍ଟୋନେଲ୍ଲୀ ଫର୍ମୂଲା-୧ ଇତିହାସରେ ଲଗାତାର ୫ଟି ରେସ୍ ଜିତିବାରେ ୧୦ମ ଡ୍ରାଇଭର ଅଟନ୍ତି।

Source link

Source link

Leave A Reply

Your email address will not be published.