Voice of Eastern India

ରକ୍ତାକ୍ତ AI ଫଟୋ ଦେଖାଇ ମିଛ ଅପହରଣ ନାଟକ, ଋଣ ସୁଝିବା ପାଇଁ ବାପାଙ୍କୁ କରୁଥିଲା ବ୍ଲାକ୍‌ମେଲ୍


ଲକ୍ଷ୍ନୌ: ଦିନକୁ ଦିନ ଏଆଇର ମାରାତ୍ମକ ବ୍ୟବହାର ଘଟଣା ବଢ଼ିବାରେ ଲାଗିଛି । ଏଭଳି ଘଟଣା ସବୁ ସାମନାକୁ ଯାହା ଶୁଣି ଲୋକ ମୁଣ୍ଡରେ ହାତ ଦେଉଛନ୍ତି । ଆଉ ସବୁଠୁ ଅଧିକ ହିନସ୍ତା ହେଉଛନ୍ତି ନିଜ ପରିବାର ଲୋକ । ଉତ୍ତର ପ୍ରଦେଶରୁ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବ ।

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଜଣେ ୧୬ ବର୍ଷୀୟ ନାବାଳକ ଅନଲାଇନ୍ ଗେମରେ ପ୍ରାୟ ୩ ଲକ୍ଷ ଟଙ୍କା ହରାଇଥିଲେ । ପରେ ନିଜ ଅପହରଣର ନାଟକ ରଚିଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅପହରଣକୁ ସତ୍ୟ ପ୍ରମାଣିତ କରିବା ପାଇଁ ସେ ନିଙ୍କ ବାପାଙ୍କ ପାଖକୁ ଏକ ଏଆଇ -ଜେନେରେଟେଡ୍ ଫଟୋ ପଠାଇଥିଲା ।

ରିପୋର୍ଟ ଅନୁଯାୟୀ, ଏକାଦଶ ଶ୍ରେଣୀର ଏହି ଛାତ୍ରଜଣକ ଅପହରଣକୁ ସତର ରୂପ ଦେବା ପାଇଁ ଦିଲ୍ଲୀରେ ରହୁଥିବା ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସାହାଯ୍ୟ ନେଇଥିଲେ । ସେମାନେ ଏଆଇ ବ୍ୟବହାର କରି ଏକ ଫଟୋ ତିଆରି କରିଥିଲେ । ଫଟୋରେ ନାବାଳକର ମୁହଁ ସାରା ରକ୍ତର ଦାଗ ଏବଂ ପାଟିରେ ଟେପ୍ ଲଗାଯାଇଥିଲା । ନାବାଳକଜଣକ ହ୍ୱାଟ୍ସଆପରେ ତାଙ୍କ ବାପାଙ୍କ ପାଖକୁ ଏହି ଫଟୋ ପଠାଇ ତୁରନ୍ତ ୧ ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ । ଏପରିକି ଟଙ୍କା ନଦେଲେ ମାରିଦିଆଯିବ ବୋଲି ଧମକ ଦେଇଥିଲେ । ଯେତେବେଳେ ତାଙ୍କ ବାପା ଏତେ ଟଙ୍କା ଯୋଗାଡ଼ କରିପାରିବେ ନାହିଁ ବୋଲି କହିଥିଲେ, ସେତେବେଳେ ସେ ୨ ଲକ୍ଷ ଟଙ୍କା ନଗଦ ମାଗିଥିଲେ ।

 

ପୁଅର ସୁରକ୍ଷାକୁ ନେଇ ଚିନ୍ତିତ ବାପା ପୋଲିସକୁ ଖବର ଦେଇଥିଲେ । ପୋଲିସ ସୂଚନା ଅନୁଯାୟୀ, ନାବାଳକର ବାପା ସନ୍ତ କବୀର ନଗରରେ ଏକ ଲୁଗା ବ୍ୟବସାୟ କରନ୍ତି । ଅନଲାଇନ୍ ଗେମିଂ ପାଇଁ ନାବାଳକଜଣକ ତାଙ୍କ ସାଙ୍ଗ ଏବଂ ପରିଚିତ ଲୋକଙ୍କଠାରୁ ଟଙ୍କା ଧାର ନେଇଥିଲେ । ଟଙ୍କା ଫେରସ୍ତ କରିବାକୁ ଚାପ ବଢ଼ିବାରୁ ସେ ନିଜ ପରିବାରଠାରୁ ଟଙ୍କା ଆଦାୟ କରିବା ପାଇଁ ଏହି ମିଛ ଅପହରଣର ଷଡ଼ଯନ୍ତ୍ର ରଚିଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ସେ ସିକ୍ରିଗଞ୍ଜ ଯାଉଛନ୍ତି ବୋଲି ଘର ଲୋକଙ୍କୁ କହି ବାହାରି ଯାଇଥିଲେ ଏବଂ ନିଜ ଫୋନକୁ ଏରୋପ୍ଲେନ୍ ମୋଡରେ ରଖିଦେଇଥିଲେ । ଏହାପରେ ସେ ଜଣେ ସାଙ୍ଗଙ୍କ ୱାଇ-ଫାଇ କନେକ୍ସନ୍ ବ୍ୟବହାର କରି ଟଙ୍କା ପାଇଁ ମେସେଜ୍ ପଠାଇଥିଲେ । ପୋଲିସ ମୋବାଇଲ୍ ନମ୍ବରକୁ ସର୍ଭିଲାନ୍ସରେ ରଖି ତାର ଲୋକେସନ୍ ସିକ୍ରିଗଞ୍ଜରେ ଚିହ୍ନଟ କରିଥିଲା । ରାତି ପ୍ରାୟ ୨ଟାରେ ପୋଲିସ ଟିମ୍ ସେହି ସ୍ଥାନରେ ପହଞ୍ଚି ନାବାଳକକୁ ତାର ଜଣେ ସାଙ୍ଗ ଘରୁ ଉଦ୍ଧାର କରିଥିଲା ।

ପୋଲିସ ଅଧିକାରୀ କହିଛନ୍ତି, ନାବାଳକଜଣକ ନିଜର ଅନଲାଇନ୍ ଗେମିଂ ଋଣ ପରିଶୋଧ କରିବା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଏହି ମିଛ ଅପହରଣ ନାଟକ କରିଥିବା ସ୍ୱୀକାର କରିଛି । ଏଥିରେ ନାବାଳକକୁ ସାହାଯ୍ୟ କରିଥିବା ଅନ୍ୟ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ବର୍ତ୍ତମାନ ଅଧିକ ତଦନ୍ତ ଚଳାଇଛି ।

Source link





Source link

Leave A Reply

Your email address will not be published.