Voice of Eastern India

ରଥଯାତ୍ରା ଦେଖିବାକୁ ଯାଇ ନିଖୋଜ ନାବାଳିକା, ଯୁବକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ


ବଲାଙ୍ଗିର ୧୯।୭: ବଲାଙ୍ଗିରରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ । ବଲାଙ୍ଗିର ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡି ଅଞ୍ଚଳ ଦେଷଣ୍ଢ ଗାଁରୁ ଆସିଛି ଏଭଳି ଅଭିଯୋଗ । ଏନେଇ ଥାନାରେ ଏତଲା ଦେଲେ ପୀଡିତା ନାବାଳିକାଙ୍କ ପରିବାର ଲୋକ ।

ସୂଚନାଯୋଗ୍ୟ ଯେ, ଗାଁର ଜଣେ ନାବାଳିକା ଗତ ୧୭ ତାରିଖରେ ସମ୍ପର୍କୀୟ ଭାଇଙ୍କ ସହ ଗାଁ ନିକଟ ସିଂଘାମୁଣ୍ଡା ଗାଁକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ । ସେ ସନ୍ଧ୍ୟା ୫ଟାରେ ଯାଇଥିବା ବେଳେ ରାତି ପର୍ଯ୍ୟନ୍ତ ନାବାଳିକା ଫେରିନଥିଲେ । ଏନେଇ ସମ୍ପର୍କୀୟ ଭାଇକୁ ପଚରାଉଚରା କରିବାରୁ ସେ ସେଠାରୁ ଜଣେ ଯୁବକଙ୍କ ସହ କୁଆଡେ ଯାଇଥିବା କହିଥିଲେ । ଏନେଇ ପରିବାର ଲୋକ ଖୋଜାଖୋଜି କରିବା ପରେ ଭୁତିଆର ବାହାଲ ଗାଁ ନିକଟରେ ଜଣେ ଯୁବକଙ୍କ ସହ ନାବାଳିକାକୁ ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଓ ଅନ୍ୟ କିଛି ଲୋକଙ୍କୁ ଦେଖି ନାବାଳିକାଙ୍କ ସାଙ୍ଗରେ ଥିବା ଯୁବକ ଫେରାର ମାରିଥିଲା ।

Also Read:- ଆଡ଼ପ ଦର୍ଶନ ପାଇଁ ପ୍ରବଳ ଭିଡ଼, ଖରା ଓ ଗୁଳୁଗୁଳିରେ ମହିଳା ଶ୍ରଦ୍ଧାଳୁ ଚେତାଶୂନ୍ୟ

ପରିବାର ଲୋକ ନାବାଳିକାଙ୍କୁ ଘରକୁ ଆଣିଥିଲେ । ଘରେ ଆସି ସବୁକଥା କହିଥିଲା । ତାକୁ ସେହି ଗାଁର ଜଣେ ଯୁବକ ଜୋରଜବରଦସ୍ତ ଅପହରଣ କରି ନେଇଯାଇ ଜଙ୍ଗଲ ଭିତରେ ତା ସହ ଦୁଷ୍କର୍ମ କରିଥିବା କହିଥିଲେ ନାବାଳିକା । ଏନେଇ ପରିବାର ଲୋକ ବନ୍ଧପଡା ଫାଣ୍ଡିରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ରହସ୍ୟମୟ ହୋଇଥିବା ବେଳେ ଏନେଇ କୌଣସି ପ୍ରକାର ଉତ୍ତର ରଖିନାହିଁ ପୋଲିସ । ସେପଟେ ପରିବାର ଲୋକଙ୍କ ଅଭିଯୋଗ, ପୋଲିସ ଜାଣିଶୁଣି ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ ।

Source link



Source link

Leave A Reply

Your email address will not be published.