Voice of Eastern India

ରାଜ୍ୟସଭାରେ ଖଡଗେ ଓ ରିଜିଜୁ ତୁ ତୁ ମେଁ ମେଁ, ସଦନରେ ଅମିତ ଶାହଙ୍କ ଉପସ୍ଥିତି ଦାବି କଲେ ବିରୋଧୀ


ନୂଆଦିଲ୍ଲୀ: ସଂସଦରେ ୬ ଅଗଷ୍ଟ ଗୁରୁବାର ମଧ୍ୟ ହଟ୍ଟଗୋଳ ଜାରି ରହିଛି। ଏଣୁ ସଂସଦ କାର୍ଯ୍ୟ ବାରମ୍ବାର ସ୍ଥଗିତ ହୋଇଛି। ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳ ଜନ୍ତର-ମନ୍ତରରେ ବିକ୍ଷୋଭକାରୀ ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତି ଦାବି ଜାରି ରଖିଛନ୍ତି। ଏଥିରେ ରାଜ୍ୟସଭା କାର୍ଯ୍ୟକ୍ରମ ଦ୍ୱିତୀୟବାର ଆରମ୍ଭ ହେବାରେ ଚେୟାରମ୍ୟାନ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କହିବାକୁ ଅନୁମତି ଦେଇଥିଲେ। ସେ ମଧ୍ୟ ଗୃହରେ ବିରୋଧୀଙ୍କ ଦାବି ଉପସ୍ଥାପନ କରିଛନ୍ତି।

ଖଡଗେ କହିଛନ୍ତି ଯେ ଅମିତ ଶାହ ବିକ୍ଷୋଭକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ସଦନକୁ ସମ୍ବୋଧିତ କରନ୍ତୁ ଓ ଏଥି ପାଇଁ ବିରୋଧୀ ଦଳ ଆଲୋଚନା ଲାଗି ପ୍ରସ୍ତୁତ। ମଲ୍ଲିକାର୍ଜୁନ ଖଡଗେ ପରେ ଏ ନେଇ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ସଦନରେ କହିଥିବା ତାଙ୍କ କଥା ଦୋହରାଇଛନ୍ତି। ଖଡଗେ ଲେଖିଛନ୍ତି ଯେ ‘ଆମେ ଦେଶ ଓ ଏହାର ୧୪୦ କୋଟି ଲୋକଙ୍କ ସମ୍ପର୍କିତ ୱାଜିବ ପ୍ରଶ୍ନ ହିଁ ଉଠାଉଛୁ। ଏଣୁ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସଂସଦକୁ ଆସନ୍ତୁ’ ବୋଲି ସେ ଦାବି କରିଛନ୍ତି।

ଏଥିରେ ବିରୋଧୀ ଦଳଙ୍କ ଦାବିର ଉତ୍ତର ଦେବାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ରାଜ୍ୟସଭାରେ କହିଛନ୍ତି ଯେ ‘ବିରୋଧୀ ଦଳ ନେତା କୌଣସି ନିୟମର କଥା କହି ନାହାନ୍ତି, ସେ ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦେଇ ପାରିବେନି, କେବଳ ଅନୁରୋଧ କରିପାରିବେ’। ରିଜିଜୁ କହିଛନ୍ତି ଯେ କଂଗ୍ରେସର ନୂଆ ସାଂସଦ କିଛି ବି ଶିଖୁ ନାହାନ୍ତି, କାରଣ ସେମାନଙ୍କ ନେତୃତ୍ୱ ସେମାନଙ୍କୁ ସୁଯୋଗ ଦେଉ ନାହାନ୍ତି।

ଖଡଗେ ଓ ରିଜିଜୁଙ୍କ ମଧ୍ୟରେ ବିତର୍କ ପରେ ରାଜ୍ୟସଭା ଚେୟାରମ୍ୟାନ ରିଜିଜୁଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ‘ଏବେ ମୁଁ ଆପଣଙ୍କୁ ତାଙ୍କ ଅନୁରୋଧ ଉପରେ ବିଚାର କରିବାକୁ ଆଗ୍ରହ କରୁଛି’। ଖଡଗେ ସଦନରେ ଗୃହମନ୍ତ୍ରୀଙ୍କ ଉପସ୍ଥିତି ଲାଗି ଅନୁରୋଧ କରିଥିଲେ। ଯେହେତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଦନରେ ଗୃହମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରୁଛନ୍ତି ଏଣୁ ତାଙ୍କ କଥା ପହଞ୍ଚାଇ ପାରିବେ ବୋଲି କହିଛନ୍ତି। ତେବେ ଦିନ ତମାମ ବିରୋଧୀ ଦଳଙ୍କ ହୋହଲ୍ଲା ଯୋଗୁ ରାଜ୍ୟସଭା କାର୍ଯ୍ୟକ୍ରମ ବାରମ୍ବାର ସ୍ଥଗିତ ହୋଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାର ୩୦ ମିନିଟ୍ ପରେ ଗୃହ ମୁଲତବୀ ହୋଇଥିଲା। ପରେ ମଧ୍ୟାହ୍ନ ୨ଟା ୧୫ ଓ ପରେ ୩ଟା ୧୫ ମିନିଟ୍ ରେ ଗୃହକାର୍ଯ୍ୟ ପୁଣି ମୁଲତବୀ ରହିଛି।

Source link





Source link

Leave A Reply

Your email address will not be published.