ପୁରୀ ୨୬।୦୯ : ଶନିବାର ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଏହି ବୈଠକରେ ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।
ଏଜେଣ୍ଡା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ-୨୦୨୬, ରତ୍ନଭଣ୍ଡାର ଗଣତି ମଣତି ଅଗ୍ରଗତି ବାବଦରେ ଆଲୋଚନା ହେବ । ୨୦୨୫-୨୬ର ଚୂଡ଼ାନ୍ତ ଅଡିଟ ରିପୋର୍ଟ ବୈଠକରେ ଉପସ୍ଥାପନ ଓ ଅନୁମାଦନ ଲାଭ କରିବ । ସେହିପରି ୧୮ ମାର୍ଚ୍ଚ ଓ ୬ ଜୁଲାଇରେ ଶ୍ରୀଜଗନ୍ନଥ ତତ୍ତ୍ୱ ଗବେ ଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ହେବ ।
Also Read:-ରାଜ୍ୟସ୍ତରୀୟ ନିଯୁକ୍ତି ମେଳା, ୧୧୦୧ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ସେହିପରି ଗତ ଜୁନ୍ ୫ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ, ଅନୁପାଳନ ହେବ । ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥଯାତ୍ରାର ସମୀକ୍ଷା ହେବ । ୧୯ ସେପ୍ଟେମ୍ବରରେ ସଂସ୍ଥା ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ହେବ । ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ଆଲୋଚନା ମଧ୍ୟ ହୋଇପାରେ ।
