Voice of Eastern India

ହାଏରେ ଦଇବ ! ପରପାରିକୁ ଚାଲିଗଲେ ବାପା- ମାଆ, ବେସାହାରା ୪ ଭାଇଭଉଣୀ



ଗଞ୍ଜାମ: ଦୁଃଖ କହୁ କହୁ କାନ୍ଦି ପକାଉଛି ସେ। ଆଖିରେ ତାର ଲୁହ ଭର୍ତ୍ତି, ଆଉ ମନରେ ଅସହାୟତାବୋଧ। ଅନେକ ପ୍ରଶ୍ନ। ତଥାପି ସେ ଧର୍ଯ୍ୟ ଧରିଛି,  ସାହସ ବାନ୍ଧିଛି। କିନ୍ତୁ ଝିଅଟିର ଦୁଃଖ ଯେ କେହି ବି ଶୁଣିବ, ତା ଆଖିରେ ଆସିଯିବ ଲୁହ। ନା ମୁଣ୍ଡ ଉପରେ ଅଛି ବାପାଙ୍କ ହାତ ନା ଅଛି ମାଆର ସ୍ନେହଭରା ପଣତ । ଅଛି ତ କେବଳ ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା ଦଦରା ଘରଟିଏ। ରୋଗରେ ପଡ଼ି ଆଗ ବାପା ଚାଲିଗଲେ । ବାପାଙ୍କ ମୃତ୍ୟୁର କିଛି ମାସ ପରେ ମା’ ବି ଆଖିବୁଜିଲେ । ଏବେ ବେସାହାରା ୪ ଭାଇଭଉଣୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ କନ୍ୟାରୀବାଡ଼ି ଗାଁର ଏହି ପରିବାରର କାହାଣୀ ବେଶ୍ ହୃଦୟ ବିଦାରକ।

ଏହା ଏକ ଦୁଃଖ , ଯନ୍ତ୍ରଣା ଓ ଅଭାବରେ ଜଡ଼ସଡ଼ ପରିବାରର କଥା। ବୃଦ୍ଧା ମାଆ, ସ୍ତ୍ରୀ, କୁନି ପୁଅ , ଆଉ ୩ ଝିଅକୁ ନେଇ ଚାଲିଥିଲା ବାହାନ ଡାକୁଆଙ୍କ ସଂସାର । ଦାଦାନ ଖଟିବାକୁ ଯାଇ ରୋଗରେ ପଡ଼ି ୨୦୨୫ ମସିହାରେ ଆଖି ବୁଜିଲେ ବାହାନ । ସ୍ୱାମୀଙ୍କ ମୃତ୍ୟୁ ପରେ ୪ ଛୁଆଙ୍କ ଦାୟିତ୍ୱ ଥିଲା ପତ୍ନୀ ସୁକାନ୍ତିଙ୍କ ଉପରେ । ସ୍କୁଲରେ ରୋଷେଇ କରି ଯାହା ରୋଜଗାର କରୁଥିଲେ, ସେଥିରେ ଦୁଃଖକଷ୍ଟରେ ପରିବାର ଚଳୁଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଏବେ ମା’-ବାପା ଉଭୟଙ୍କୁ ହରାଇ ଅନାଥ ୪ ଭାଇଭଉଣୀ ।

Also Read: ସନ୍ତାନ ଆଶାରେ ଗୁଣିଆ ଠାରୁ ଔଷଧ ଖାଇଥିଲେ, ଚାଲିଗଲା ଦମ୍ପତିଙ୍କ ଜୀବନ

ବଡ଼ ଝିଅ ପୂଜା ଦଶମ ଶ୍ରେଣୀରେ, ମଝିଆ ଲିଜା ଅଷ୍ଟମରେ, ସାନ ରାତ୍ରି ପଞ୍ଚମରେ । ଆଉ ଦୁଇ ବର୍ଷରପୁଅ ଭାଗବତ ମା’ କୋଳ ଖୋଜି କାନ୍ଦୁଛି । ତାଙ୍କ ସହ ବୃଦ୍ଧା ଜେଜେମା’ । ଭଙ୍ଗାଦଦରା ଘରକୁ ଆର୍ଥିକ ଅନଟନରେ ଚାଲିଛି ପରିବାର । ଖାଇବେ କ’ଣ ? ଆଉ ରହିବେ କେମିତି ? ପାଠପଢ଼ିବେ ବା କେମିତି ? ଭଙ୍ଗା ଘରେ ୪ ବେସାହାରା ଶିଶୁଙ୍କ ଭବିଷ୍ୟତ କ’ଣ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏମାନେ ।

ଏଭଳି କରୁଣ ଚିତ୍ର ଦେଖିଲେ କାହାର ବି ଆଖିରେ ଲୁହ ଆସିଯିବା ସ୍ୱଭାବିକ… ଏହି ୪ ଅନାଥ ବେସାହାରା ତଥା ବାପା- ମାଆ ଛେଉଣ୍ଡ ଛୁଆଙ୍କ ଦାୟିତ୍ୱ କିଏ ନେବ ? କେମିତି ପଢିବେ, ବଢ଼ିବେ ଓ ଗଢିବେ ନିଜର ଭବିଷ୍ୟତ? ଏହା ହିଁ ବର୍ତମାନର ବଡ଼ ପ୍ରଶ୍ନ ? କେବେ ପ୍ରଶାସନିକ ଅଧିକାରୀଙ୍କ ମିଳିବ ସହଯୋଗ ଓ ପଡିବ ଶୁଭଦୃଷ୍ଟି, ତାକୁ ହିଁ  ଅପେକ୍ଷା।

 
Source link



Source link

Leave A Reply

Your email address will not be published.