Voice of Eastern India

୨୦ରୁ ୨୫ ଦିନ ପରେ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ପଡ଼ିଛି ଖଣ୍ଡ ଖଣ୍ଡ ଶରୀର


ବାଲେଶ୍ୱର ୦୭।୦୬: ଜଙ୍ଗଲରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ । ପରିବାର ଆଣିଲେ ହତ୍ୟା ଅଭିଯୋଗ। ପ୍ରାୟ ୨୦ ରୁ ୨୫ ଦିନ ହେବ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଓଲନ୍ଦା ସାରଗାଁର ୬୦ବର୍ଷୀୟ କୈଳାସ ପ୍ରଧାନ।

ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ ହାଡ଼ ଗୁଡ଼ିକ ଅଲଗା ଅଲଗା ଜାଗାରେ ବିକ୍ଷିପ୍ତ ହୋଇ ପଡ଼ିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଗାଁର କିଛି ମହିଳା ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ପ୍ରଥମେ ଏହି ବିଭତ୍ସ ଦୃଶ୍ୟ ଦେଖିବାକୁ ପାଇଥିଲେ। ଭୟଭୀତ ଅବସ୍ଥାରେ ସେମାନେ ଗ୍ରାମବାସୀଙ୍କୁ ଜଣାଇବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହିତ ସାଇଣ୍ଟିଫିକ୍ ଟିମ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ ପହଞ୍ଚିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।

Also Read:-Balianta Murder Case : ସୌମ୍ୟ ମୃତ୍ୟୁ ଘଟଣାର ରହସ୍ୟ ଖୋଲିବ କି ଡାଏରୀ, ଲେଖୁଥିଲେ ସବୁ ପର୍ସନାଲ କଥା…

Source link



Source link

Leave A Reply

Your email address will not be published.