Voice of Eastern India

ରାଜ୍ୟଗୋଷ୍ଠୀ କ୍ରୀଡା : ରୌପ୍ୟ ଜିତିଲେ ଗୁଲବୀର ଏବଂ ହରଜିନ୍ଦର, ଭାରତର ପଦକ ସଂଖ୍ୟା ଛୁଇଁଲା ୧୨


ନୂଆଦିଲ୍ଲୀ, ୨୯। ୦୭ : ମହିଳା ଭାରୋତ୍ତୋଳନରେ ହରଜିନ୍ଦର କୌର ଏବଂ ପୁରୁଷ ୧୦,୦୦୦ ମିଟର ଦୌଡ଼ରେ ଗୁଲବୀର ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨କୁ (୨ ସ୍ୱର୍ଣ୍ଣ, ୭ ରୌପ୍ୟ, ୩ଟି ବ୍ରୋଞ୍ଜ) ବୃଦ୍ଧି ପାଇଛି। ମହିଳା ୬୯ କିଲୋ ଓଜନ ବର୍ଗରେ ହରଜିନ୍ଦର ମୋଟ୍ ୨୨୭କିଲୋ ଉତ୍ତୋଳନ କରି ରୌପ୍ୟ ଜିତିଥିଲେ। ଲଭଲିନା ବୋର୍ଗାହାଁଙ୍କ ପରେ ବକ୍ସିଂରେ ଆଉ ୩ଟି ପଦକ ନିଶ୍ଚିତ ହୋଇଛି। ଯଦୁମଣି ସିଂ, ପ୍ରୀୟା ଓ ପ୍ରୀତି ପାଓ୍ବାର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

Also Read ;- Saransh Jain: ଭାରତୀୟ ଟେଷ୍ଟ ଟିମ୍‌ରେ ୩୩ ବର୍ଷୀୟ ଅଲରାଉଣ୍ଡର, କାହିଁକି ସାରାଂଶ ଜୈନଙ୍କୁ ମିଳିଲା ସୁଯୋଗ ?

ହରଜିନ୍ଦରଙ୍କୁ ପଛରେ ପକାଇଥିଲେ କାନାଡ଼ାର ଚାର୍ଲୋଟ୍ ସିମୋନେଉ। ସେ ସ୍ନାଚରେ ୧୦୮ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୩୨ କିଲୋ ଏମିତି ମୋଟରେ ୨୪୦ କିଲୋ ସବୁ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ । କ୍ଲିନ ଏଣ୍ଡ ଜର୍କରେ ଚାମ୍ପିଅନସିପ୍ ରେକର୍ଡ କରିଥିଲେ। ହରଜିନ୍ଦର ସ୍ନାଚରେ ୧୦୧ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୨୭ କିଲୋ ଉତ୍ତୋଳନ କରିଥିଲେ। ସେହିପରି ଅଷ୍ଟ୍ରେଲିଆର ଏନୟା ଫେବେ ହାଇମ୍ୟାନ ସ୍ନାଚରେ ୯୭ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୨୧ କିଲୋ ଏପରି ମୋଟରେ ୨୧୮ କିଲୋ ଉଠାଇ ବ୍ରୋଞ୍ଜ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୯ ବର୍ଷୀୟା ହରଜିନ୍ଦରଙ୍କ ଏହା ଦ୍ଵିତୀୟ ପଦକ। ସେ ୨୦୨୨ ସଂସ୍କରଣରେ ୭୧ କିଲୋ ଓଜନ ବର୍ଗରେ ଭାଗ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ।

ପୁରୁଷ ୧୦୦୦୦ ମିଟର

୧୦୦୦୦ ମିଟର ଦୌଡ଼ରେ ଅଷ୍ଟ୍ରେଲିଆର କ୍ୟା ରବିନସନ (୨୭:୪୮.୯୩ ସେକେଣ୍ଡ) ସ୍ପର୍ଣ୍ଣ ପଦକ, ଗୁଲବୀର (୨୭:୪୯.୭୮ ସେକେଣ୍ଡ) ରୌପ୍ୟ ପଦକ ଏବଂ ଆଇଲ ଅଫ୍ ମ୍ୟାନର ଡେଭିଡ୍ ମୁଲାରିକୀ (୨୭:୫୦.୨୮ ସେକେଣ୍ଡ) ବ୍ରୋଞ୍ଜ ଜିତିଥିଲେ। ଗୁଲବୀର ପୁରୁଷ ବର୍ଗରେ ପ୍ରଥମ ଭାରତୀୟ ଭାବେ ୧୦ ହଜାର ମିଟରରେ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ କବିତା ରାଉତ ମହିଳା ବର୍ଗରେ ପଦକ ଜିତିଥିଲେ।

ବକ୍ସିଂ ସେମିରେ ପ୍ରୀତି, ଯଦୁମଣି 

ମହିଳା ୫୪ କେଜି ବର୍ଗରେ ପ୍ରୀତି କ୍ୱାର୍ଟର ଫାଇନାଲରେ ଆୟର୍ଲାଣ୍ଡର ନିକୋଲ କ୍ଲାଏଡଙ୍କୁ ପରାସ୍ତ କରିଥିଲେ। ସେ ସେମି ଫାଇନାଲରେ ଜାମ୍ବି ଆର କାଥେରିନ ଏମଓ୍ୱାପେଙ୍କୁ ଭେଟିବେ। ପୁରୁଷ ୫୫ କିଲୋ ଓଜନ କ୍ୱାର୍ଟରରେ ଯଦୁମଣି ୫-୦ରେ ଜାମ୍ବିଆର ଏମୱେନଗୋ ଏମଓ୍ୱାଲେଙ୍କୁ ପରାଜିତ କରିଥିଲେ। ସେମିତି ମହିଳା ୬୦ କିଲୋ ବର୍ଗରେ ପ୍ରିୟା ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସ୍କଟଲାଣ୍ଡର ନିଆମ ମିଚେଲଙ୍କୁ ୪-୧ରେ ହରାଇଥିଲେ। ପୁରୁଷ ୯୦ କିଲୋ କ୍ୱାର୍ଟର ଫାଇନାଲରେ କପିଳ ପୋଖରିଆ ପରାଜିତ ହୋଇଛନ୍ତି ।

Source link



Source link

Leave A Reply

Your email address will not be published.