Voice of Eastern India

Rafale deal Update ୧୧୪ ଫାଇଟର ଜେଟ୍ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦେଲା ଫ୍ରାନ୍ସ


ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଦିଗରେ ଫ୍ରାନ୍ସ ଏକ ବଡ଼ ପଦକ୍ଷେପ ନେଇଛି। ୧୧୪ଟି ରାଫେଲ ମଲ୍ଟି ରୋଲ ଫାଇଟର ଜେଟ୍ କ୍ରୟ ଲାଗି ଭାରତକୁ ୩.୨୫ଲକ୍ଷ କୋଟି ଟଙ୍କାର ବିସ୍ତୃତ ବୈଷୟିକ ଓ ବ୍ୟବସାୟୀକ ପ୍ରସ୍ତାବ ଦେଇଛି ଫ୍ରାନ୍ସ। ଏହି ଡିଲରେ ବଡ଼ଧରଣ ମେକ୍-ଇନ-ଇଣ୍ଡିଆରେ ସ୍ଥାନୀୟ ନିର୍ମାଣ ଓ ସ୍ୱଦେଶୀ ଟେକ୍ନୋଲଜି ସାମିଲ କରିବାର ପ୍ରସ୍ତାବ ମଧ୍ୟ ରହିଛି। ଏବେ ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତୀୟ ବାୟୁସେନା ଏହି ପ୍ରସ୍ତାବର ଅଧ୍ୟୟନ କରିବେ।

ଭାରତରେ ନିର୍ମିତ ହେବ ୯୪ଟି ରାଫେଲ ବିମାନ

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତର ଲେଟର ଅଫ ରିକ୍ୱେଷ୍ଟ (ଏଲଓଆର)ର ଜବାବ ଦେଇଛି ଫ୍ରାନ୍ସ। ପ୍ରସ୍ତାବ ଅନୁସାରେ ୧୧୪ ବିମାନରୁ ୯୪ଟିର ନିର୍ମାଣ ଭାରତରେ ହେବ। ଏଥିଲାଗି ଫରାସୀ କମ୍ପାନୀ ଡସଲ୍ଟ ଏଭିଏସନ ନିଜର ସହଯୋଗୀ ଭାଗିଦାର ଏନବିଡିଏ, ସଫରାନ ଓ ଥେଲସ୍ ସହିତ ମିଶି ଭାରତୀୟ ଉଦ୍ୟୋଗ ସହଯୋଗରେ ଉତ୍ପାଦନ କରିବ।

ଭାରତୀୟ ଅସ୍ତ୍ରଶସ୍ତ୍ରକୁ ମିଳିବ ସ୍ଥାନ

ଭାରତ ଚାହୁଁଛି ନୂଆ ରାଫେଲ ବିମାନରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ର ଉପଯୋଗ ହେଉ। ଏହି କାରଣରୁ ଭାରତୀୟ ପକ୍ଷ ଫ୍ରାନ୍ସ ପ୍ରସ୍ତାବରେ ଅସ୍ତ୍ର ଏୟାର-ଟୁ-ଏୟାର ମିଜାଇଲ ସମେତ ଅନ୍ୟ ସ୍ୱଦେଶୀ ଅସ୍ତ୍ରର ଏକତ୍ରୀକରଣ ସହିତ ସ୍ଥାନୀୟ ସାମଗ୍ରୀର ଅନୁପାତ ମୂଲ୍ୟାୟନ କରିବ।

ମଜଭୁତ ହେବ ବାୟୁସେନା

ଭାରତୀୟ ବାୟୁ ସେନା (ଆଇଏଏଫ) ଦୀର୍ଘ ସମୟରୁ ଫାଇଟର ଜେଟ୍ ସଂଖ୍ୟା ହ୍ରାସର ସମ୍ମୁଖୀନ ହେଉଛି। ପୁରୁଣା ମିଗ୍ ଯୁଦ୍ଧ ବିମାନ ପର୍ଯ୍ୟାୟକ୍ରମେ ହଟିବା ଓ ହାଲୁକା ଯୁଦ୍ଧ ବିମାନ ମାର୍କ-୧ଏ ଓ ମାର୍କ-୨ ଯୋଗାଣରେ ବିଳମ୍ବ ଯୋଗୁ ନୂଆ ପିଢୀର ଯୁଦ୍ଧ ବିମାନର ଆବଶ୍ୟକତା ଜରୁରି ହୋଇପଡିଛି। ଏଣୁ ୧୧୪ଟି ନୂଆ ରାଫେଲ ବିମାନ କ୍ରୟ ଆଇଏଏଫର କ୍ଷମତାକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

୨୦୦ ଟପିବ ରାଫେଲ ସଂଖ୍ୟା

ବାୟୁ ସେନା ଓ ନୌସେନା ପୂର୍ବରୁ ୬୨ଟି ରାଫେଲ ପାଇଁ ବହିନା ଦେଇ ସାରିଛନ୍ତି। ଯଦି ୧୧୪ ବିମାନର ଏହି ଡିଲ ପୁରା ହୁଏ ତେବେ ଦେଶରେ ମୋଟ ରାଫେଲ ବିମାନ ସଂଖ୍ୟା ୧୭୬କୁ ପହଞ୍ଚିବ। ଏଥିରେ ଭାରତୀୟ ନୌସେନା ଆଉ ୩୧ଟି ରାଫେଲ ବିମାନକୁ ସାମିଲ କରିବା ଲାଗି ଇଛା ପ୍ରକାଶ କରିଛି। ଏଣୁ ଭାରତର ରାଫେଲ ବିମାନ ସଂଖ୍ୟା ୨୦୦ ପାର ହୋଇଯିବ।

ରାଜେଶ କୁମାର ସିଂହ ପ୍ରତିରକ୍ଷା ସଚିବ ହେବା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତୀୟ ବାୟୁସେନାର କ୍ଷମତା ବଢାଇବା ପାଇଁ ବ୍ୟାପକ ସମୀକ୍ଷା କରିଥିଲା। ଏ ଦିଗରେ ରକ୍ଷା ଅଧିଗ୍ରହଣ ପରିଷଦ ପାଖାପାଖି ୫ ମାସ ପୂର୍ବେ ୧୧୪ ରାଫେଲ ବିମାନ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ଏହା ପରେ ମେ ୨୦୨୬ରେ ଫ୍ରାନ୍ସକୁ ଭାରତ ଔପଚାରିକ ଅନୁରୋଧ ପତ୍ର ପଠାଇଥିବା ବେଳେ ଫ୍ରାନ୍ସରୁ ଏବେ ବିସ୍ତୃତ ଜବାବ ମିଳିଛି।

Source link



Source link

Leave A Reply

Your email address will not be published.