Voice of Eastern India

England vs India: ଜାକବ ବେଥେଲଙ୍କ ଧୂଆଁଧାର ବ୍ୟାଟିଂ, ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ


ଲଣ୍ଡନ: ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଦଳର । ଭାରତକୁ ଘରୋଇ ଇଂଲଣ୍ଡ ଟିମ୍‌ ୪ ଓ୍ବିକେଟରେ ପରାସ୍ତ କରିଛି । ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ପକ୍ଷରୁ ଜାକବ ବେଥେଲ ସର୍ବାଧିକ ୭୬ ରନ୍‌ କରି ଅପରାଜିତ ଥିଲେ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଦଳ ଭାରତକୁ ୪ ୱିକେଟ୍‌ରେ ପରାସ୍ତ କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଏହି ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଘରୋଇ ଇଂଲଣ୍ଡ ଦଳ ସିରିଜରେ ଆଗୁଆ ରହିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୯୦ ରନ୍‌ର ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍କୋର ଛିଡ଼ା କରିଥିଲା। ଏହି ମ୍ୟାଚ୍ ଜରିଆରେ ମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ପଦାର୍ପଣ କରି ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି। ସେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି। କିନ୍ତୁ ଏହି ଡେବ୍ୟୁ ମ୍ୟାଚରେ ବୈଭବ ମାତ୍ର ୧୪ ରନ କରିପାରିଥିଲେ

ଓପନର ଅଭିଷେକ ଶର୍ମା ୪୩ ରନ୍ ଓ ଈଶାନ କିଶନ ୪୯ ରନ୍‌ର ଦ୍ରୁତ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୩୭ ରନର ଯୋଗଦାନ ଦେଇଥିଲେ। ଶେଷ ଓଭରରେ ତିଳକ ବର୍ମା (୨୪ ରନ୍) ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇଥିଲେ।

ଇଂଲଣ୍ଡ ପକ୍ଷରୁ ସାମ କରନ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରି ଭାରତୀୟ ରନ୍ ଗତିକୁ ନିୟନ୍ତ୍ରଣ କରିଥିଲେ।

୧୯୧ ରନ୍‌ର ପିଛା କରିଥିବା ଇଂଲଣ୍ଡ ଦଳ ଜାକବ ବେଥେଲଙ୍କ ଦମଦାର ୭୬ ରନ୍, ଟମ୍ ବାଣ୍ଟନ (୩୯ ରନ୍) ଏବଂ ହ୍ୟାରୀ ବ୍ରୁକଙ୍କ ଧୂଆଁଧାର ୩୯ ରନ୍ ବଳରେ ୧୯ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ସେମାନଙ୍କ ବ୍ୟତୀତ ଶେଷ ବେଳକୁ ଜୋଫ୍ରା ଆର୍ଚର ଅପରାଜିତ ୧୦ ରନ୍‌ କରି ଦଳର ବିଜୟରେ ବଡ଼ ଭୂମିକା ମଧ୍ୟ ନେଇଥିଲେ ।

ସେପଟେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ମଧ୍ୟ ଦଳକୁ ବିଜୟୀ କରାଇବାରେ ସଫଳ ହୋଇପାରିନଥିଲେ। ଆଜିର ମ୍ୟାଚରେ ରବି ବିଷ୍ଣୋଇ  ୪ ଓଭବରରେ ୬୦ ରନ୍‌ ଦେଇଥିଲେ ସୁଦ୍ଧା ଗୋଟିଏ ବି ଓ୍ବିକେଟ ନେଇପାରି ନଥିଲେ । ହର୍ଷିତ ରାଣା, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।


 

Source link



Source link

Leave A Reply

Your email address will not be published.