Voice of Eastern India

Girls Jump Into River: ମହାନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ୨ ନାବାଳିକା, ମାଛ ଧରାଳି କଲେ ଉଦ୍ଧାର


ସୋନପୁର ୨୨।୮: ବ୍ରିଜ ଉପରୁ ନଦୀକୁ ଡେଇଁଲେ ଦୁଇ ନାବାଳିକା l ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ୍ ଉପରୁ ଡେଇଁଲେ ଦୁଇ ନାବାଳିକା । ମାଛ ମାରୁଥିବା ଲୋକେ କଲେ ଉଦ୍ଧାର । ପରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନାବାଳିକା ଦୁଇ ଜଣଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଦୁଇ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l

Also Read:- ବନ୍ୟା ପରେ ମହାମାରୀ ରୋକିବାକୁ ସରକାର ସଜାଗ, ୪ ଜିଲ୍ଲାରେ ବରିଷ୍ଠ ଅଧିକାରୀ ନିୟୋଜିତ

ନାବାଳିକା ଦୁଇ ଜଣଙ୍କ ମଧ୍ୟରେ ଜଣେ ବିନିକା ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣକ ବୌଦ୍ଧ ଅଂଚଳର ବୋଲି ଜଣାପଡିଛି l କାହିଁକି ଓ କେଉଁ ପରିସ୍ଥିତିରେ ସେମାନେ ନଦୀକୁ ଡେଉଁଥିଲେ ତାହା ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Watch Video:

Source link



Source link

Leave A Reply

Your email address will not be published.