Voice of Eastern India

Horoscope Today : ଜୁନ ୧୭ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବ। ପରିବାରରେ କୌଣସି ଶୁଭ ଖବର ମିଳିପାରେ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ପୁରୁଣା ବିବାଦର ସମାଧାନ ହେବାର ଯୋଗ ରହିଛି। ସ୍ୱାସ୍ଥ୍ୟ ସାଧାରଣ ରହିବ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହୋଇପାରେ।

ବୃଷ– କଥାବାର୍ତ୍ତାରେ ସଫଳତା ମିଳିବ। ବ୍ୟବସାୟୀମାନେ ନୂତନ ଗ୍ରାହକ ପାଇପାରନ୍ତି। ଅଟକିଥିବା ଧନ ଫେରି ପାଇବାର ସମ୍ଭାବନା ଅଛି। ଭାଇଭଉଣୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ।

ମିଥୁନ– ଚନ୍ଦ୍ର ପ୍ରଭାବରୁ ଆତ୍ମବିଶ୍ୱାସ ବଢ଼ିବ। ଚାକିରିରେ ପ୍ରଶଂସା ମିଳିପାରେ। ଆୟ ବୃଦ୍ଧିର ସୁଯୋଗ ଆସିବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ନୂତନ ଯୋଜନା ଆରମ୍ଭ କରିପାରନ୍ତି। ସନ୍ଧ୍ୟା ପରେ ମାନସିକ ଚାପ କମିବ। ବ୍ୟବସାୟରେ ନୂତନ ସୁଯୋଗ ହାତକୁ ଆସିପାରେ।

କର୍କଟ– ଚନ୍ଦ୍ର ପ୍ରବେଶ ପରେ ଭାଗ୍ୟ ସହଯୋଗ କରିବ। ଧନ ନିବେଶ ପାଇଁ ଦିନଟି ଭଲ। ପରିବାରର ସମର୍ଥନ ମିଳିବ। ଚାକିରିରେ ଉନ୍ନତିର ଖବର ମିଳିପାରେ। ମନ ଖୁସି ରହିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ସାବ୍ୟସ୍ତ ହେବ।

ସିଂହ– ଅନାବଶ୍ୟକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଖର୍ଚ୍ଚ ବଢ଼ିପାରେ। ବନ୍ଧୁଙ୍କ ସହ ମତଭେଦ ହୋଇପାରେ। ପରିବାରରେ ଶାନ୍ତି ରକ୍ଷା କରନ୍ତୁ। ସନ୍ଧ୍ୟା ସମୟ ଭଲ ରହିବ। ଅଧୁରା କାମ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ।

କନ୍ୟା– ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ଦଳଗତ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଲାଭର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ନୂତନ ସମ୍ପର୍କ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମନପସନ୍ଦ ଖବର ପାଇ ଆନନ୍ଦିତ ହେବେ।

ତୁଳା– କାର୍ଯ୍ୟକ୍ଷେତ୍ରରେ ନାମ ଓ ସମ୍ମାନ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାର ସହ ସମୟ ବିତାଇବେ। ନୂତନ ଦାୟିତ୍ୱ ମିଳିପାରେ। ମନ ପ୍ରଫୁଲ୍ଲ ରହିବ। ଦୂର ସ୍ଥାନରୁ ଶୁଭ ସମ୍ବାଦ ମିଳିପାରେ।

ବିଛା– ଭାଗ୍ୟର ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ଆସିବ। ଯାତ୍ରା ଲାଭଦାୟକ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବନ୍ଧୁଙ୍କ ସହଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ନୂତନ ଯୋଜନା ଭବିଷ୍ୟତରେ ଲାଭ ଦେବ।

ଧନୁ– ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ଅତ୍ୟଧିକ ଭରସା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ। ଅନୁଭବୀ ବ୍ୟକ୍ତିଙ୍କ ସହାୟତା ମିଳିବ।

ମକର– ଭାଗିଦାରୀ ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ନୂତନ ଚୁକ୍ତି ସଫଳ ହୋଇପାରେ। ସମାଜରେ ମାନ-ସମ୍ମାନ ବଢ଼ିବ। ଆର୍ଥିକ ସ୍ଥିତି ଉନ୍ନତ ହେବ। ପରିବାରର ସହଯୋଗ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ।

କୁମ୍ଭ– କାମର ଚାପ ବଢ଼ିପାରେ। ତଥାପି ପରିଶ୍ରମର ଫଳ ପାଇବେ। ଶତ୍ରୁମାନେ ପରାସ୍ତ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଚାକିରିରେ ପ୍ରଶଂସା ମିଳିପାରେ। ନୂତନ କୌଶଳ ଶିଖିବାର ସୁଯୋଗ ମିଳିବ।

ମୀନ– ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ଓ ସନ୍ତାନ ସମ୍ବନ୍ଧୀୟ ଖବର ଖୁସି ଦେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ଆର୍ଥିକ ଲାଭ ହୋଇପାରେ। ନୂତନ ଯୋଜନା ଲାଭଦାୟକ ହେବ। ମନ ଉତ୍ସାହିତ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢ଼ିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682

Source link



Source link

Leave A Reply

Your email address will not be published.