Voice of Eastern India

IND vs ENG: ଜୋଫ୍ରାଙ୍କ ସର୍ଟ ବଲ୍ ଜାଲରେ ପୁଣି ଫସିଲେ ବୈଭବ ସୂର୍ଯ୍ୟବଂଶୀ, ଭୁଲରୁ ଶିଖି ପାରିଲେନି କିଛି


ଲଣ୍ଡନ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟି-୨୦ରେ ଭାରତ ପୁଣି ଥରେ ପ୍ରରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳର ଯୁବ ଓପନିଂ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଚଳିତ ସିରିଜରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡର ଫାଷ୍ଟ ବୋଲର ଜୋଫ୍ରା ଆର୍ଚ୍ଚର ତାଙ୍କୁ ନିଜର ଶିକାର କରିଛନ୍ତି । ସର୍ଟ ବଲ୍ ଖେଳିବାରେ ବୈଭବଙ୍କ ଦୁର୍ବଳତା ପୁଣି ସାମ୍ନାକୁ ଆସିଛି ।

ମ୍ୟାଚ୍ ପୂର୍ବରୁ ଜୋଫ୍ରା ଆର୍ଚ୍ଚର ଏହି ଯୁବ ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ, “ଯିଏ ଶ୍ରେଷ୍ଠ, ସିଏ ଜିତିବ” । ଆଜି ବ୍ରିଷ୍ଟଲ୍ ମୈଦାନରେ ଆର୍ଚ୍ଚର ନିଜ ରଣନୀତିରେ ସଫଳ ହୋଇଛନ୍ତି ।

ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ପାଳିର ତୃତୀୟ ଓଭରରେ ଆର୍ଚ୍ଚର ଏକ ଘାତକ ସର୍ଟ ବଲ୍ ପକାଇଥିଲେ । ଏହାକୁ ବଡ଼ ସଟ୍ ଖେଳିବା ପ୍ରୟାସରେ ବୈଭବ ମିଡ୍-ଅନରେ ଛିଡ଼ା ହୋଇଥିବା ସାମ କୁରନଙ୍କ ହାତରେ କ୍ୟାଚ୍ ଦେଇଥିଲେ । ବୈଭବ ୧୦ଟି ବଲରୁ ୧୫ ରନ୍ (୧ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ ।

ଏହାର ପୂର୍ବ ମ୍ୟାଚରେ ବି ବୈଭବ ସୂର୍ଯ୍ୟବଂଶୀ ସମାନ ଢଙ୍ଗରେ ଆର୍ଚ୍ଚରଙ୍କ ସର୍ଟ ବଲରେ ଆଉଟ୍ ହୋଇଥିଲେ । ଆଜି ମଧ୍ୟ ସେ ନିଜ ଭୁଲକୁ ପୁଣି ଥରେ ରିପିଟ୍ କରିଛନ୍ତି । କ୍ୟାଚ୍ ଆଉଟ୍ ହେବା ପରେ ବୈଭବଙ୍କ ନିରାଶା ବେଶ ବାରି ହେଉଥିଲା ।

Source link



Source link

Leave A Reply

Your email address will not be published.