Voice of Eastern India

IND vs ENG 1st T20: ବଦଳିଲା ନାହିଁ ଭାଗ୍ୟ, ଚେଷ୍ଟର-ଲି-ଷ୍ଟ୍ରିଟ୍‌ରେ ବି ମିଳିଲାନି ସୁଯୋଗ; ବୈଭବଙ୍କ ଡେବ୍ୟୁ ଅପେକ୍ଷା ଆହୁରି ବଢ଼ିଲା


ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଇଂଲଣ୍ଡର ଚେଷ୍ଟର-ଲି-ଷ୍ଟ୍ରିଟ୍ ମଇଦାନରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ର ରୋମାଞ୍ଚ ଆରମ୍ଭ ହୋଇଯାଇଛି। ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ମ୍ୟାଚର ଚୂଡ଼ାନ୍ତ ଏକାଦଶ ଘୋଷଣା ହେବା ପରେ କ୍ରିକେଟ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସମସ୍ତେ ଯେଉଁ ୧୫ ବର୍ଷର ବିସ୍ଫୋରକ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ପଦାର୍ପଣକୁ ଚାହିଁ ରହିଥିଲେ, ତାଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି।

ବେଞ୍ଚରେ ବସିଲେ ବୈଭବ

ଭାରତୀୟ କ୍ରିକେଟର ଏହି ଯୁବ ଉଦୀୟମାନ ବ୍ୟାଟରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ଦଳ ପକ୍ଷରୁ ଓପନିଂ ଯୋଡ଼ି ଭାବେ ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି। ଏହାସହ ନମ୍ବର-୧ ଟି-୨୦ ବ୍ୟାଟର ଇଶାନ କିଷନ ଏବଂ ନିଜେ ଅଧିନାୟକ ଶ୍ରେୟସ ଆୟର ଟପ୍ ଅର୍ଡର ସମ୍ଭାଳୁଥିବାରୁ ବୈଭବଙ୍କୁ ବାହାରେ ବସିବାକୁ ପଡ଼ିଛି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସିରିଜ୍ର ପ୍ରଥମ ମ୍ୟାଚ୍ରେ କୌଣସି ବଡ଼ ପରୀକ୍ଷା ନିରୀକ୍ଷା ନକରି ଅଭିଜ୍ଞ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇଛନ୍ତି।

ତିନି ସ୍ପିନରଙ୍କୁ ନେଇ ଗମ୍ଭୀରଙ୍କ ମାଷ୍ଟରପ୍ଲାନ

ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ସ୍ପିନ୍ ଆଟାକ୍ ଉପରେ ଅଧିକ ଭରସା କରିଛି। ଦଳରେ ଅକ୍ଷର ପଟେଲ, ରବି ବିଷ୍ଣୋଇ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ରୂପରେ ୩ ଜଣ ଘାତକ ସ୍ପିନରଙ୍କୁ ସୁଯୋଗ ମିଳିଛି। ଦ୍ରୁତ ବୋଲିଂ ବିଭାଗରେ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣା ଦଳର ଦାୟିତ୍ଵ ସମ୍ଭାଳୁଛନ୍ତି।

ପ୍ରଶଂସକଙ୍କ ମନରେ ପ୍ରଶ୍ନ: କେବେ ସରିବ ଅପେକ୍ଷା ?

ଘରୋଇ କ୍ରିକେଟ୍ ଏବଂ ଆଇପିଏଲ୍ ନିଲାମୀରେ ଧମାକା କରି ସାରା ବିଶ୍ୱର ନଜର ଆକର୍ଷଣ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି। ପ୍ରଶଂସକମାନେ ଆଶା କରିଥିଲେ ଯେ ଇଂଲଣ୍ଡ ପରିବେଶରେ ଏହି ଯୁବ ବ୍ୟାଟରଙ୍କୁ ଓପନିଂ କରିବାର ସୁଯୋଗ ଦିଆଯିବ। ତେବେ ସିରିଜ୍ର ଆଗାମୀ ମ୍ୟାଚ୍ ଗୁଡ଼ିକରେ ବୈଭବଙ୍କ ନୀଳ ଜର୍ସି ପିନ୍ଧିବାର ସ୍ୱପ୍ନ ପୂରଣ ହେଉଛି କି ନାହିଁ, ତାହା ଦେଖିବା ବାକି ରହିଲା।

Source link



Source link

Leave A Reply

Your email address will not be published.