Voice of Eastern India

PoJK: ରାୱାଲାକୋଟରେ ପ୍ରଦର୍ଶନକାରୀଙ୍କ ଉପରେ ପାକ୍ ସେନା ଆଖିବୁଜା ଗୁଳିମାଡ, ଚାଲିଗଲା ୨୦ ଜୀବନ



ନୂଆଦିଲ୍ଲୀ ୨୮।୦୭; ପାକିସ୍ତାନ ଅଧିକୃତ କାଶ୍ମୀରରେ ବଢ଼ୁଛି ଅଶାନ୍ତି । ରାୱାଲାକୋଟରେ ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳିମାଡ଼କୁ ନେଇ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଗୁଳିମାଡ଼ରେ ୨୦ରୁ ଅ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ଏହାପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ସ୍ଥାନୀୟ ଲୋକମାନେ ନିଜର ବିଭିନ୍ନ ଦାବିକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ । ବିକ୍ଷୋଭ ସମୟରେ ପାକିସ୍ତାନୀ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି ।

ଜଏଣ୍ଟ ଆୱାମୀ ଆକ୍ସନ କମିଟି ଦାବି କରିଛି ଯେ, ଏହି ଘଟଣାରେ ରାୱାଲାକୋଟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଯଦିଓ ମୃତକଙ୍କ ସଂଖ୍ୟାକୁ ନେଇ ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସୁଛି ଏବଂ ସ୍ୱାଧୀନ ଭାବେ ଏହାର ପୁଷ୍ଟି ହୋଇନାହିଁ । ରିପୋର୍ଟ ଅନୁଯାୟୀ, ଏହି ବିକ୍ଷୋଭ ପଛରେ ସ୍ଥାନୀୟ ରାଜନୈତିକ ପ୍ରତିନିଧିତ୍ୱ, ଆର୍ଥିକ ସମସ୍ୟା, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଜନସେବା ସମ୍ବନ୍ଧୀୟ ଦାବି ରହିଛି । ଆଲୋଚନା ବିଫଳ ହେବା ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିବା କୁହାଯାଉଛି । ସୁରକ୍ଷା କାରଣରୁ କେତେକ ଅଞ୍ଚଳରେ ନିର୍ବାଚନ ମଧ୍ୟ ସ୍ଥଗିତ ରଖାଯାଇଛି ।

ଘଟଣା ପରେ କେତେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ରିପୋର୍ଟ ରହିଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି । ଏହି ଘଟଣାକୁ ନେଇ ପାକିସ୍ତାନ ଅଧିକୃତ କାଶ୍ମୀରର ପରିସ୍ଥିତି ପୁଣିଥରେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକ ଓ ଆହତଙ୍କ ସଠିକ୍ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସରକାରୀ ସୂଚନାକୁ ଅପେକ୍ଷା କରାଯାଉଛି । ସମଗ୍ର ଘଟଣା ଉପରେ ବିଶ୍ୱ ସମୁଦାୟର ନଜର ରହିଛି ।
Source link



Source link

Leave A Reply

Your email address will not be published.